ଦେଖନ୍ତୁ ଭିଡ଼ିଓ । ରାଣୀ ପଣ୍ଡା ଙ୍କ ଦୃଢକ୍ତି, ସେ ଆଉ କେବେ ବିବାହ କରିବେ ନାହିଁ । ପ୍ରଦୀପ ମହାରଥୀ ଙ୍କ ପାଇଁ ସେ ବାଡ଼ୁଅ ହୋଇ…..

ବର୍ତ୍ତମାନ ଓଡିଶାରେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ରାଣୀ ପଣ୍ଡା। ତାଙ୍କୁ କିଏ ବା ନ ଜାଣେ। ଗଣମାଧ୍ୟମର ପ୍ରତିନିଧି ମାନେ ରାଣୀ ପଣ୍ଡା ଙ୍କ ବାଇଟ ନେବା ପାଇଁ ତାଙ୍କ ପାଖରେ ଅଧିକାଂଶ ସମୟରେ ପହଞ୍ଚି ଯାଉଛନ୍ତି।ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଯେଉଁ କାରଣରୁ ତାଙ୍କୁ ବିବାଦୀୟ ଅଭିନେତ୍ରୀ ବୋଲି କୁହା ଯାଇଥାଏ।

ତେବେ ଏବେ ସେ ସାମାଜିକ ଗଣମାଧ୍ୟମ ରେ ଚର୍ଚ୍ଚାର ବିଷୟ ପାଲଟିିବାର କାରଣ ହେଉଛି ଯେ ନିକଟରେ ଯାଇଥିବା ଉପ ନିର୍ବାଚନ ରେ ବେଣୁ ମଉସା ଙ୍କ ପାଇଁ ପ୍ରଚାର ର ନିଆରା ଢଙ୍ଗ। ଯାହା ସମସ୍ତଙ୍କ ଫୋକୋସ୍ ରେ ରହିଥିଲା।

ଆଉ ଏବେ ବେଣୁ ମଉସା ପରାଜୟ ବରଣ କରିବା ପରେ ଗଣମାଧ୍ୟମର ପ୍ରତିନିଧି ମାନେ ତାଙ୍କୁ ପ୍ରଶ୍ନ କରିଛନ୍ତି ଯେ ତାଙ୍କର ପ୍ରଚାର ପ୍ରସାର ଭିତରେ କଣ ଏମିତି ଅସୁବିଧା ହେଲା ଯେ ମଉସା ନିର୍ବାଚନରେ ଅମାନତ ହରାଇଲେ।ଆଉ ଏହାର ଉତ୍ତରରେ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି ଯେ ବେଣୁ ମଉସା ଅନ୍ୟ ଦଳ ମାନଙ୍କ ଭଳି ମଦ, ମାଂସ, ଟଙ୍କା ବାଣ୍ଟିବା ରେ ସଫଳ ହୋଇ ପାରିଲେ ନାହିଁ କିମ୍ବା ସେ ଅର୍ଥନୈତିକ ସ୍ତରରେ ସେତିକି ସବଳ ନୁହନ୍ତି।

ଯେଉଁ ଭଳି ଭାବରେ ଅନ୍ୟ ଦଳ ମାନେ ବିଡା ବିଡା ଟଙ୍କା ବାଣ୍ଟି ଲୋକଙ୍କୁ କିଣିବାକୁ ସକ୍ଷମ ହୋଇ ପାରିଲେ ସେହି କ୍ଷେତ୍ରରେ ବେଣୁ ମଉସା ପଛରେ ପଡ଼ିଗଲେ ଏବଂ ଏଥିପାଇଁ ସେ ସକ୍ଷମ ହୋଇ ପାରିଲେ ନାହିଁ।

ତେବେ ଏହାରି ଭିତରେ ସେ କହୁ କହୁ କହିଦେଲେ ଯେ ସେ ମହାରଥୀ ସାର୍ ଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ତାଙ୍କ ଭଳି ସ୍ବାମୀ ନ ପାଇଲେ ସେ ବିବାହ କରିବେ ନାହିଁ।ଆଉ ତାଙ୍କୁ ଅଧା ରାସ୍ତାରେ ଛାଡ଼ି ଚାଲିଗଲେ ପ୍ରଦୀପ ମହାରଥୀ। ତେଣୁ ସେ ମହାରଥୀଙ୍କ ପାଇଁ ବାଡ଼ୁଅ ହୋଇ ରହିଗଲେ ତାଙ୍କ ଇଚ୍ଛା ପୂରଣ ହୋଇ ପାରିଲା ନାହିଁ।

ତେଣୁ ସେ ଆଉ ବିବାହ କରିବେ ନାହିଁ। ଏହିଭଳି ପ୍ରତିକ୍ରିୟା ରେ ଗଣମାଧ୍ୟମ ର ପ୍ରତିନିଧି ଯେତେବେଳେ କହିଥିଲେ କି ଆପଣ ମିଡ଼ିଆ ସାମ୍ନା ରେ କହୁଛନ୍ତି, କଣ ସତରେ ଆପଣ ଭବିଷ୍ୟତରେ କେବେ ବିବାହ କରିବେ ନାହିଁ।ଆଉ ରାଣୀ ମଧ୍ୟ ଦମ୍ଭୋକ୍ତି ଦେଖାଇଥିଲେ ଯେ ନାଁ ସେ ବିବାହ କରିବେ ନାହିଁ।

ମହାରଥୀ ହେଉଛନ୍ତି ତାଙ୍କ ଗୁରୁ ଏବଂ ସେ ମହାରଥୀ ଙ୍କ ଭଳି ସ୍ବାମୀ ପାଇଲେ ହିଁ ବିବାହ କରିଥାନ୍ତେ। ମହାରଥୀ ସାର୍ ଙ୍କ ଏପରି ଦେହାନ୍ତ ଘଟିବାରୁ ତାଙ୍କୁ ଗଭୀର ଦୁଃଖ ଲାଗିଛି ଏବଂ ତାଙ୍କର ଇଚ୍ଛା ମଧ୍ୟ ଇଚ୍ଛାରେ ରହି ଯାଇଛି। ତେଣୁ ସେ ମହାରଥୀଙ୍କ ପାଇଁ ବାଡ଼ୁଅ ହୋଇ ରହିଗଲେ ତାଙ୍କ ଇଚ୍ଛା ପୂରଣ ହୋଇ ପାରିଲା ନାହିଁ।

ତେଣୁ ସେ ଆଉ ବିବାହ ମଧ୍ୟ କରିବେ ନାହିଁ ବୋଲି କହିଛନ୍ତି।ଆଉ ଏହା ମଧ୍ୟ କହିଛନ୍ତି ଯେ ଆଗକୁ ପ୍ରଦୀପ ମହାରଥୀ ଙ୍କ ମୃତ୍ୟୁ ପରେ ହେବାକୁ ଥିବା ଉପ ନିର୍ବାଚନ ରେ ସେ ପ୍ରଦୀପ ମହାରଥୀ ଙ୍କ ପରିବାର ର ଯିଏ ବି ଛିଡାହେବ ସେ ତାଙ୍କ ପାଇଁ ପ୍ରଚାର କରିବେ ନିଶ୍ଚିତ ଭାବରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।