ଓଡିଶା ଛାଡିବା ପରେ ପୁଣି ଚର୍ଚ୍ଚାକୁ ଆସିଲେ ରାଣୀ ପଣ୍ଡା ! ଏହି ଗରିବ ଝିଅକୁ ତାର ପାଠପଢା ପାଇଁ ସାହାର୍ଯ୍ୟ କରିବା ସହିତ ଘର କରିଦେବି ବୋଲି ପ୍ରତିଶୃତି ଦେଲେ ! ରାନୀପଣ୍ଡା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପରେ ବିବାଦୀୟ ନାୟିକା ତ ପୁଣି କେବେ ରାଜନୀତି ରେ । ସବୁବେଳେ ସେ ଏକ ଗଣ ମାଧ୍ୟମରେ ବହୁ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଏମିତି କହିଲେ ଭୁଲ ହେବ ନାହିଁ କି ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା । ନିଜର କଟୁ ଶବ୍ଦ ଏବଂ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ କହିଛନ୍ତି ଓଡିଶା ଲୋକମାନେ ତାଙ୍କୁ ଭଲ ପାଆନ୍ତି ନାହିଁ ବରଂ ସବୁବେଳେ ନିନ୍ଦା, ଅପମାନ ତଥା ଘୃର୍ଣା କରନ୍ତି ।

ସେଥିପାଇଂ ସେ ବହୁତ ଦୁଃଖୀତ ଅଛନ୍ତି ବୋଲି କହିଥିଲେ । ରାଣୀ ପଣ୍ଡା ବର୍ତ୍ତମାନ ସମୟରେ ଓଡିଶା ଛାଡି ବାହାରକୁ ଚାଲି ଯାଇଛନ୍ତି କିନ୍ତୁ ଏବେ ବି ସେ ଓଡିଶାପାଇଁ ଓଡିଶାବାସୀଙ୍କ ପାଇଁ ସବୁବେଳେ ଚିନ୍ତା କରନ୍ତି ସେମାନଙ୍କର ଦୁଃଖରେ ସୁଖରେ ସାଥୀ ହୋଇ ଛିଡା ହୁଅନ୍ତି ।

ତେବେ ଏହି କିଛି ଦିନ ହୋବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବା ପାଇଂ ମିଳିଛି ଯେ ଜଣେ ଝିଅ ଟି ମେଣ୍ଢା ଚରାଉଛି । ତେବେ ସେହି ଝିଅଟି ହେଉଚନ୍ତି ସସ୍ମିତା ପାଳ ଏବଂ ଜଣେ ମେଧାବୀ ଛାତ୍ରୀ ।

ସସ୍ମିତା ନବମ ଶ୍ରେଣୀରେ ପଢୁଥିବା ବେଳେ ମାଁଙ୍କର ମୃତ୍ୟୁ ହୋଇଥିଲା ଏବଂ ବାପାଙ୍କର ବ୍ଲଡପ୍ରେସର, ଇସ୍ୟୁନଫୁଲିଆ, ପାରାଲିସିସ୍ , ଗୋଟିଏ କିଡ୍ଡିନ ଖରାପ ଆଦି ବିଭିନ୍ନ ରୋଗରେ ଆକ୍ରାନ୍ତ ତେଣୁ ତାଙ୍କ ବାପା କିଛି କରିପାରୁନଥିବାରୁ ସେ ନିଜେ ମେଣ୍ଢା ରଖି ନିଜର ପାଠପଢା ଖର୍ଚ୍ଚ ଠାରୁ ବାପାଙ୍କର ଔଷଧ ଆଣିବା ପର୍ଯ୍ୟନ୍ତ ସବୁ ସେହି ଟଙ୍କାରେ କରିଥାନ୍ତି ।

ମେଣ୍ଢାବିକ୍ରି କରି ସେହିଥିରେ ଚଳନ୍ତି ପରିବାର । ଏବେ ସେ +3ତୃତୀୟ ବର୍ଷର ଛାତ୍ରୀ ଏବଂ ଏହାସହିତ କମ୍ୟୁଟର କୋର୍ସ ମଧ୍ୟ କରୁଛନ୍ତି । ଝିଅପିଲା ହୋଇଥିବାରୁ ଗାଁରେ ମଧ୍ୟ ତାଙ୍କୁ ବହୁତ କଥା କୁହନ୍ତି କିନ୍ତୁ ଉପାୟ ବା କଣ , କିଏ ଅଛି ଅସହାୟ ସସ୍ମିତାର ସାହାରା । ତେବେ ମେଣ୍ଢା ପାଳିଲେ ଘର ଚଳେ , ସେଥିରେ ପୁଣି ବାପାଙ୍କର ଔଧଷପତ୍ର ।


ସସ୍ମିତାଙ୍କ କହିବା କଥା ପ୍ରଶାସନ ପକ୍ଷରୁ ତାଙ୍କୁ କିଛି ସାହାଯ୍ୟ ମିଳୁ କିନ୍ତୁ ତାମଧ୍ୟ ହୋଇପାରୁନାହିଁ କେହି ବି ତାଙ୍କ କଥା ବୁଝୁନାହାଁନ୍ତି ସେ ବହୁତ ଥର ବ୍ଲକ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପାଖକୁ ଗଲେଣି କିନ୍ତୁ କେବି ବି ତାଙ୍କ କଥା ଶୁଣୁନାହାଁନ୍ତି ।

ତେବେ ସୋସିଆଲ ମିଡିଆରେ ସସ୍ମିତାର ଭିଡିଓ ଦେଖି ଅଭିନେତ୍ରୀ ରାଣୀ ପଣ୍ଡା ବହୁତ ଦୁଃଖିତ ହୋଇଥିଲେ । ଜଣେ ସରଳ ନିରୀହ ଝିଅଟି ପାଠପଢିବା ପାଇଁ , ବାପାଙ୍କ ଔଷଧ ଆଣିବା ପାଇଁ ମେଣ୍ଢା ଚରାଉଛି ତେଣୁ ସେ ବହୁତ ଦୁଃଖ ପ୍ରକାଶ କରିଛନ୍ତି ।

ତେଣୁ ସସ୍ମିତାଙ୍କର ଦୁଃଖ ଦେଖି ରାଣୀପଣ୍ଡା କହିଛନ୍ତି ତାଙ୍କୁ ଆଉ ମେଣ୍ଢା ଚରାଇବାକୁ ପଡିବନି , ସେ ବହୁତ ଖୁସି ଆନନ୍ଦରେ ରହିବେ । କାହିଁକି ନାଁ ଆଜିର ଦୁନିଆ ଏଭଳି ହୋଇଯାଇଛି ଯେ ଦୁଃଖରେ କେହି ସାହା ହେବେନି । ତେବେ ରାଣୀ ପଣ୍ଡା ସସ୍ମିତାଙ୍କୁ କହିଛନ୍ତି ଯେ ସେ ତାଙ୍କର ପାଠପଢା ଠାରୁ ଆରମ୍ଭ କରି ଘରଚଳିବା ପର୍ଯ୍ୟନ୍ତ ସବୁ ପ୍ରକାର ସାହାଯ୍ୟ କରିବେ ଏବଂ ବାପା ଝିଅଙ୍କର ରହିବା ପାଇଁ ଘର ଗୋଟିଏ କରିଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।