ରାଜ୍ୟ ସରକାର ଙ୍କର ନୂଆ ପଦକ୍ଷେପ । ପରିଚୟ ପତ୍ର ଦେଖାଇଲେ ସୁଲଭ ଦରରେ ମିଳିବ ପିଆଜ । କେମିତି ପରିଚୟ ପତ୍ର କରାଇବେ ଜାଣନ୍ତୁ…..

ପିଆଜ କିଣିବାକୁ ହେଲେ ଏଥର ଦରକାର ହେବ ପରିଚୟ ପତ୍ର। ପରିଚୟ ପତ୍ର ଦେଖାନ୍ତୁ ଆଉ ଶସ୍ତାରେ ପିଆଜ ନିଅନ୍ତୁ। ଆଇ. ଡି କାର୍ଡ ନଥିଲେ ଏଥର ମିଳିବନି ପିଆଜ। ୩୫ ଟଙ୍କାରେ ପିଆଜ ବିକ୍ରି କରିବାକୁ ନେଇ ସରକାରଙ୍କ ନିଷ୍ପତ୍ତି।ଏବେ ଦେଶରେ ବିଭିନ୍ନ ରାଜ୍ୟରେ ପିଆଜ ଦର ଆକାଶଛୁଆଁ ହୋଇଥିବା ବେଳେ ଲୋକେ ଏହାକୁ ନେଇ ବହୁତ୍ ହନ୍ତସନ୍ତ ହେଉଛନ୍ତି ।

ପିଆଜ କିଣିବାକୁ ନେଇ।ତେବେ ଏହି ସମୟରେ ଗୋଟିଏ ରାଜ୍ୟର ସରକାର ଅଛନ୍ତି ଯିଏକି ୩୫ ଟଙ୍କାରେ ପିଆଜ ବିକ୍ରି କରିବାକୁ ନିଷ୍ପତି ନେଇଛନ୍ତି। କିନ୍ତୁ ଏଥିପାଇଁ ରହିଛି ଏକ ସର୍ତ୍ତ।

ଯଦି ଆପଣ ଏହି ଦରରେ ପିଆଜ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ଏବଂ ପ୍ରତିଟି ଗ୍ରାହକ କୁ କେବଳ ୨ କେଜି ପିଆଜ ହିଁ ମିଳିବ। ପରିଚୟ ପତ୍ର ଦେଖାଇବା ପରେ ଜଣଙ୍କୁ ଦୁଇ କେଜି ରୁ ଅଧିକ ପିଆଜ ମିଳିବ ନାହିଁ।

ତେବେ ଏହି ରାଜ୍ୟ ହେଉଛି ତେଲେଙ୍ଗାନା ଏବଂ ତେଲେଙ୍ଗାନା ସରକାର ଏହି ଉପାୟରେ ସାଧାରଣ ଜନତା ଙ୍କୁ ପିଆଜ ଉପଲବ୍ଧ କରାଉଛନ୍ତି। ଏଠାକାର ଜନତା ମାନେ ଚଢା ପିଆଜ ଦର ର ଶିକାର ହେବେ ନାହିଁ ଏବଂ ଏହିଭଳି ଏକ ମଧ୍ୟମ ମୂଲ୍ୟରେ ପିଆଜ କିଣିବାକୁ ସକ୍ଷମ ହେବେ।

ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ତେଲେଙ୍ଗାନା ରାଜ୍ୟରେ ତେଲେଙ୍ଗାନା ସରକାରଙ୍କ ତରଫରୁ ପରିଚାଳିତ ରାଇତୁ ବଜାରରେ ଶସ୍ତାରେ ମିଳୁଛି ଏହି ପିଆଜ। ଗତ ଶନିବାର ଦିନ ସରକାର ଚାଷୀ ବଜାର ଜରିଆରେ ଏହି ନିଷ୍ପତ୍ତି ନେଇଛନ୍ତି ଯେ ଦୁଇ କିଲୋ ଲେଖାଏଁ ପିଆଜ ଯୋଗାଇ ଦିଆଯିବ ଏହି ସୁଲଭ ମୂଲ୍ୟରେ।

ବଡ଼ କଥା ହେଉଛି ବର୍ତ୍ତମାନ ପିଆଜ ଦର ସାରା ଦେଶରେ ଅହେତୁକ ଭାବରେ ବୃଦ୍ଧି ପାଇଛି। ବଜାରରେ କିଲୋ ପିଛା ୧୦୦ ରୁ ୧୨୦ ଟଙ୍କା ପିଆଜ ଥିବା ବେଳେ ତେଲେଙ୍ଗାନା ସରକାର ମାତ୍ର ୩୫ ଟଙ୍କାରେ ପିଆଜ ବିକ୍ରି ପାଇଁ ଘୋଷଣା କରିବା ପରେ ପିଆଜ ଦୋକାନରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି।

ଏପଟେ ଶସ୍ତାରେ ପିଆଜ ବିକ୍ରି ସାଙ୍ଗକୁ ପିଆଜର ଅଭାବୀ ବିକ୍ରି କୁ ନେଇ ମଧ୍ୟ ଉଠିଛି ବଡ଼ ପ୍ରଶ୍ନ।ତେବେ ଏହାରି ଭିତରେ ପିଆଜ ଦରର ଅହେତୁକ ବୃଦ୍ଧି ପରେ ମଧ୍ୟ ତେଲେଙ୍ଗାନା ସରକାରଙ୍କ ଏହି ନିଷ୍ପତି ସମସ୍ତଙ୍କୁ ଯେତିକି ଚକିତ କରିଛି ସେତିକି ବଡ଼ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛି।ତେବେ ଏହାକୁ ନେଇ ନାଫେଡ୍ ର ନିର୍ଦେଶକ କହିଛନ୍ତି ଯେ ବହୁତ୍ ଜଲଦି ବାହାର ବଜାରକୁ ଅଳ୍ପ ଦରରେ ପିଆଜ ପଠା ଯିବ ।

ହାର କିଲୋ ପିଛା ଦର ରହିବ ୨୧ ଟଙ୍କା ଏବଂ ଏହାକୁ ବିଭିନ୍ନ ରାଜ୍ୟ ମାନେ ସେମାନଙ୍କ ପରିବହନ ଖର୍ଚ୍ଚ କୁ ଯୋଗ କରି ସେମାନଙ୍କ ଦରରେ ନିଜ ରାଜ୍ୟରେ ପିଆଜ ବିକ୍ରି କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।