ରାଜ୍ୟ ସରକାରଙ୍କ ବଡ ଘୋଷଣା ! ଏଣିକି ନବ ବିବାହିତଙ୍କୁ ମାଗଣାରେ କଣ୍ଡୋମ ବାଣ୍ଟିବେ ରାଜ୍ୟ ସରକାର…

ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ରାଜ୍ୟ ବାସୀ ଙ୍କ ହିତ ସାଧନ ପାଇଁ ଅନେକ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ତେବେ ଏହି କ୍ରମ ରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଯୋଜନା । ଏଣିକି ରାଜ୍ୟ ରେ ନୂଆ କରି ବିବାହ କରୁ ଥିବା ଦମ୍ପତି ଙ୍କୁ ରାଜ୍ୟ ସରକାର ଉପହାର ପ୍ରଦାନ କରିବେ । ସ୍ୱାସ୍ଥ୍ୟ ବିଭାଗ ର ଆନୁକୂଲ୍ୟ ରେ ଏନଆରଏଚଏମ ତରଫରୁ ଏହି ‘ନବଦମ୍ପତି ଗିଫ୍ଟ’ ପ୍ରଦାନ କରା ଯିବ ।

ନବ ଦମ୍ପତି ଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଖବର, ସେଥି ପାଇଁ ଆପଣା ମାନେ ଆମର ଏହି ପୋଷ୍ଟ ଟି କୁ ଶେଷ ପର୍ୟ୍ଯନ୍ତ ନିଶ୍ଚିତ ଭାବରେ ଥରେ ପଢନ୍ତୁ।

ତେବେ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ମାଗଣା ରେ କଣ୍ଡୋମ ବାଣ୍ଟିବେ ସରକାର। ନବ ବିବାହିତ ଙ୍କୁ ରାଜ୍ୟ ସରକାର ଏଭଳି ଏକ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ପରିବାର ନିୟୋଜନ ପାଇଁ ଏଭଳି ସ୍ୱତନ୍ତ୍ର ଉପହାର ଦିଆ ଯିବ। ଦେଶ ରେ ପ୍ରଥମ ରାଜ୍ୟ ଭାବେ ଏହି ଯୋଜନା କୁ ଆରମ୍ଭ କରିବାକୁ ଯାଉଛି ଓଡ଼ିଶା।

ନବ ବିବାହିତ ଙ୍କୁ ରାଜ୍ୟ ସରକାର ଙ୍କ ନ୍ୟାସନାଲ୍‌ ରୁରାଲ୍‌ ହେଲଥ୍‌ ମିଶନ୍‌ (NRHM) ନିର୍ଦ୍ଦେଶିକା ଗିଫ୍ଟ ପ୍ୟାକେଟ। ଗିଫ୍ଟ ପ୍ୟାକେଟ୍‌ ରେ କଣ୍ଡୋମ୍‌, ଓରାଲ୍‌ କଣ୍ଟ୍ରାସେପଟିକ ପିଲ୍‌, ପ୍ରେଗନେନ୍ସି ଟେଷ୍ଟିଂ କିଟ୍‌ ସହ ପରିବାର ନିୟୋଜନ ସମ୍ପର୍କ ରେ ସୂଚନା ଥିବା ପୁସ୍ତକ ରହିବ।

ତା’ସହ ବିବାହ ପଞ୍ଜୀକରଣ ଫର୍ମ, ଟାୱେଲ, ଆଇନା, ପାନିଆ, ନେଲ କଟର, ଟିକିଲି, ରୁମାଲ ଭଳି ଜିନିଷ ମଧ୍ୟ ରହିବ। ଆସନ୍ତା ସେପ୍ଟେମ୍ବର ମାସ ରୁ ଏହି ଯୋଜନା ଲାଗୁ ହେବ। ତେବେ ଏହି ଯୋଜନା କାର୍ଯ୍ୟ କାରୀ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ ସରିଛି। ଜିଲ୍ଲା ଓ ବ୍ଲକ ସ୍ତର ରେ ଏହା ବାଣ୍ଟିବାକୁ ନିଷ୍ପତ୍ତି ହୋଇଛି ବୋଲି NRHM ଦର୍ଶାଇଛି।

ରାଜ୍ଯ ସରକାର ଙ୍କ ଏପରି ଯୋଜନା ପଛରେ ଏକ ବହୁତ ବଡ ଉଦ୍ଦେଶ୍ଯ ହେଉଛି ନବ ଦମ୍ପତି ମାନେ ପ୍ରଥମ ଓ ଦ୍ୱିତୀୟ ସନ୍ତାନ ମଧ୍ୟରେ ଅତି କମ ରେ 3 ବର୍ଷ ର ବ୍ୟବଧାନ ରଖିବେ । ରାଜ୍ୟ ସରକାର ଙ୍କ ର ଏହି ଯୋଜନା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ କାର୍ଯ୍ୟ କାରୀ ହେବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏହି ନୂଆ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ।

ଆସନ୍ତା ସେପ୍ଟେମ୍ବର ମାସ ରୁ ନବ ଦମ୍ପତି ଙ୍କୁ ମ୍ୟାରେଜ୍ ଗିଫ୍ଟ ଯୋଜନା ପ୍ରଦାନ କରା ଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଓ NRHM ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।