ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଖୁଲମ ଖୁଲା ଅନଲାଇନ ସେ-କ୍ସ, ଶୁଣନ୍ତୁ ରେକଡିଂ Call କରି କ”ଣ କହୁଛନ୍ତି ଦେହଜୀବୀ ? ଶୁଣିଲେ ଅବାକ୍ ହୋଇଯିବେ….

ଆଜିର ଯୁବପିଢି ପଥଭ୍ରଷ୍ଟ ହେବା ନିଶ୍ଚିତ ଭାବରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।ଯଦି ଆଜିର ଯୁବପିଢି ନିଜକୁ ଏକ ଉଚିତ୍ ମାର୍ଗରେ ପରିଚାଳିତ କରିବେ ତେବେ ସମାଜର ପରିବର୍ତ୍ତନ ସହିତ ସମାଜ ଓ ସଂସ୍କୃତି ର ସଭ୍ୟତା ମଧ୍ୟ ବୃଦ୍ଧି ପାଇବ।ତେବେ ଯେଉଁଭଳି ଭାବରେ ସେମାନେ କିଛି ଏଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ତାହା ଭବିଷ୍ୟତ ରେ ଏକ ଭିନ୍ନ ଦିଗକୁ ସମାଜକୁ ନେଇ ଯାଉଅଛି। ଯେମିତି ଏବେ ଭୁବନେଶ୍ୱର ରେ ମାତିଛି ଅନଲାଇନ ସେକ୍ସ୍ କାରବାର ର ବିରାଟ ଚେର।

ଆଉ ଏଥିରେ ବଳି ପଡୁଛନ୍ତି ଆଜିର ଯୁବ ପିଢ଼ି ଏବଂ ଅନ୍ୟ ବ୍ୟକ୍ତି ବିଶେଷ ମାନେ। ରାଜଧାନୀ ଭୁବନେଶ୍ୱର ରେ ଏତେ ମାତ୍ରାରେ ଏସବୁ ଘଟଣା ଘଟିବାରେ ଲାଗିଛି ଯେ ଲୋକେ କେତେବେଳେ ଏହାର ସ୍କାମ ରେ ଆସି ଯାଉଛନ୍ତି ତାହା ଜାଣି ପାରୁ ନାହାନ୍ତି।

ଡିଜିଟାଲ ଦୁନିଆରେ ଡିଜିଟାଲ ଠକେଇ ର ଶିକାର ତ ଅନେକ ହେଉ ଥିବାର ନଜିର ରହିଛି ହେଲେ ଡିଜିଟାଲ ସେକ୍ସ୍ କାରବାର କଥା ଆପଣଙ୍କୁ ଟିକିଏ ଅଡ଼ୁଆ ଲାଗୁ ଥାଇପାରେ। କିନ୍ତୁ ଏହା ସତ କାରଣ ଏବେ ଭୁବନେଶ୍ୱର ରେ ଏହା ଏକ ବଡ଼ ଚେନ ବିଛାଇବାରେ ସଫଳ ହୋଇଛି।କେତେବେଳେ ସୁନ୍ଦର ଯୁବତୀ ମାନଙ୍କ ଫଟୋ ପଠାଇ ତ କେତେବେଳେ କଲ୍ କରି ଏହି ଠକ ମାନେ ଲୋକଙ୍କୁ ପ୍ରଲୋଭିତ କରି ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା।

ଶେଷରେ ଆପଣଙ୍କ ଟଙ୍କା କୁ ଆପଣ ହରାଇବା ସହ ଆପଣ ଏକ ବଡ଼ ଧରଣର ଡିଜିଟାଲ ଠକେଇର ଶିକାର ମଧ୍ୟ ହେଉଛନ୍ତି। ସେହିଭଳି ବିଗତ କିଛିବର୍ଷ ଧରି ରାଜଧାନୀ ରେ ଦେହ ବ୍ୟବସାୟ ଏକ ନିତିଦିନିଆ କାମ ଭାବରେ ଚାଲି ରହିଛି। ଯେଉଁଥିରେ ଲୋକେ ଅଜାଣତରେ ବଡ଼ ଧରଣର ଠକେଇର ଶିକାର ହେଉଛନ୍ତି।

ଏହି ଦେହ ବ୍ୟବସାୟ କରୁଥିବା ନିର୍ଦ୍ଦିଷ୍ଟ ଠକ ସଂସ୍ଥା ଗୁଡ଼ିକ ଯେଉଁମାନେ ବାହାରୁ ଯୁବତୀ ମାନଙ୍କୁ ଆଣି ଭୁବନେଶ୍ୱର ରେ ଭିନ୍ନ ହୋଟେଲ୍ ମାନଙ୍କରେ ବେଧଡକ ଭାବରେ ଦେହ ବ୍ୟବସାୟରେ ସେମାନଙ୍କୁ ଲିପ୍ତ କରାଇ ଅନେକ ଟଙ୍କା ଲୁଟି ନେଉ ଛନ୍ତି।ଯେମିତି ପ୍ରଶାସନ ର ଆଢୁଆଳରେ ଚାଲିଛି ଏହି ବ୍ୟବସାୟ।ଆଉ ଏବେ ଫୋନ୍ କଲ୍ ଏବଂ ୱେବ୍ ସାଇଟ୍ ଜରିଆରେ (nightangelfriendship.com) ମାଧ୍ୟମରେ ଲୋକଙ୍କୁ ଠକୁଛନ୍ତି ଠକ ସଂସ୍ଥା ମାନେ।

ବେଳେବେଳେ ଏହି ନମ୍ୱର୍ 7384540564 ରୁ ମଧ୍ୟ ହଠାତ୍ ଆପଣଙ୍କ ପାଖକୁ କଲ୍ ମଧ୍ୟ ଆସୁଛି ଯେଉଁଥିରେ ଶାରିରୀକ ସମ୍ପର୍କ ରଖିଲେ ଆପଣଙ୍କୁ ପାରିଶ୍ରମିକ ବାବଦକୁ ଟଙ୍କା ମିଳିବ ଏବଂ ଆପଣଙ୍କୁ ଅନେକ ଅଫର୍ ବିଷୟରେ ସେମାନେ କହୁଛନ୍ତି। ଯେଉଁଥିରେ ଆପଣ ପ୍ରଲୋଭିତ ନହୋଇ ଏଭଳି କିଛି ଶୁଣିବାକୁ ପାଇଲେ ଆପଣ ଆପଣଙ୍କ ଆକାଉଣ୍ଟ୍ ସମ୍ବନ୍ଧିତ କୌଣସି ତଥ୍ୟ ସେମାନଙ୍କୁ ଦିଅନ୍ତୁ ନାହିଁ।

ଯଦି ଏଭଳି କିଛି ସନ୍ଦେହ ଜନକ ନମ୍ୱର୍ କିମ୍ବା ସାଇଟ୍ ଆପଣଙ୍କ ପାଖକୁ ଆସୁଛି ତେବେ ପୋଲିସ୍ ରେ ତୁରନ୍ତ ଅଭିଯୋଗ କରନ୍ତୁ ଏବଂ ଠକେଇ ରୁ ବଞ୍ଚିତ ରୁହନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।