ଦେଖନ୍ତୁ ଭିଡ଼ିଓ । ରାଜଧାନୀ ଭୁବନେଶ୍ୱରରେ ଏହି ଲେଡୀ ଜଣଙ୍କର ଜବରଦସ୍ତ ଡ୍ରାମା, ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….

ରାଜଧାନୀରେ ଦିନକୁ ଦିନ ବଢି ଚାଲିଛି ଲୁଟେରା ମାନଙ୍କ କଳା କାରନାମା ର ବିରାଟ ସାମ୍ରାଜ୍ୟ। ଏହିଭଳି ଘଟଣା ରେ ଲିପ୍ତ ହେଉଛନ୍ତି ଅନେକ ଯୁବକ ଯୁବତୀ ଯେଉଁମାନେ କି କୌଣସି ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ର ଇଶାରା ରେ ଏହିଭଳି ଡକାୟତି କରୁଛନ୍ତି। ପୋଲିସ ଯେତେ ସକ୍ରିୟ ରହିଲେ ବି ଦିନ ଦ୍ଵୀ ପହରେ ସେମାନେ ବୁଲାଇ ଦେଉଛନ୍ତି କଳା କନା।ଲୋକେ ସମାଜରେ ତିଷ୍ଠି ରହିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକୁ ଆପଣାଉ ଅଛନ୍ତି।

ଅନେକ ଅସାମାଜିକ କାର୍ଯ୍ୟ ଯଥା, ଲୁଟ୍, ଡକାୟତି, ମର୍ଡର ଭଳି ହୀନ କାର୍ଯ୍ୟ କରୁଛନ୍ତି ଅନେକ ଲୋକ।ଯାହାର ଆଉ ଏକ ନଗ୍ନ ଦୃଶ୍ୟ ଏବେ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବର ରେ।

ଏଠାରେ ଜଣେ ଲେଡୀ ଲୁଟେରା ବହୁତ୍ ଚାଲାକି ର ସହିତ ଲୁଟ୍ କରୁଥିବା ବେଳେ ଧରା ପଡିଛନ୍ତି ଏବଂ ତାପରେ ତାଙ୍କର କଣ ପ୍ରତିକ୍ରିୟା ରହିଛି ଥରେ ଏହି ଭିଡିଓରେ ଦେଖି ନିଅନ୍ତୁ।ସେ ଚୋରି କରି ଧରା ପଡ଼ିବା ପରେ କିଭଳି ଭାବରେ ଗୋଡ ଧରି ବିନତୀ କରୁଛନ୍ତି ତାଙ୍କୁ ଛାଡି ଦେବା ପାଇଁ।ଆଉ କେବେ ଚୋରି କରିବେ ନାହିଁ ବୋଲି ମଧ୍ୟ କହୁଛନ୍ତି।

ତେବେ ଏହି ଘଟଣାଟି ଘଟିଛି ଭୁବନେଶ୍ୱର ଆଇ ଆଇ ସି କଲୋନୀ ରେ। କାହାକୁ ନ ଡରି ଏହି ଲେଡୀ ଲୁଟେରା ଜଣଙ୍କ ନିର୍ଭୟରେ ଏକ ବିଲଡିଂ ର ଘରକୁ ଯାଇ କୌଶଳର ସହ ତିନିଟି ରୁମ୍ ର ଚାବି ଖୋଲି ଏକାଧିକ ମୋବାଇଲ ଚୋରି କରି ନେଇଛି।ଧରା ପଡ଼ିବା ପୂର୍ବରୁ ଏହି ଯୁବତୀ ଏକାଧିକ ମୋବାଇଲ ଚୋରି କରି ସାରିଥିଲା। ପଡୋଶୀ ଏହି ବିଷୟରେ ଜାଣିବା ପରେ ତାଙ୍କୁ କାବୁ କରି ପୋଲିସ୍ ରେ ଜିମା ଦିଆ ଯାଇଛି।

ସବୁଠାରୁ ବଡ଼ କଥା ହେଉଛି ଯେତେ ପଚାରିଲେ ମଧ୍ୟ ଏହି ଲେଡୀ ଲୁଟେରା ଜଣଙ୍କ ତାର ନାମ ଗାଁ ଠିକଣା କହୁନାହିଁ କିମ୍ବା କହିବ ନାହିଁ ବୋଲି କହିଛିି।ସେ ସରଳ ଦେଖା ଯାଉଥିଲେ ମଧ୍ୟ ତାର ଏହି କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ତେବେ ସମାଜରେ ଚୋରି, ଲୁଟ୍ କରିବାର ମାନସିକତା ବହୁତ୍ ଜଣଙ୍କ ପାଖରେ ଦେଖା ଦେଇଥାଏ। ଏହାକୁ ଏକ ସ୍ବତନ୍ତ୍ର ପେଶା ଭାବରେ କିଛି ଲୋକ ଧରି ନେଇଥାନ୍ତି। କିନ୍ତୁ କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ ଯାହା ଏଠାରେ ଘଟିଛି।

ଅର୍ଥାତ୍ ଚୋରି, ଡକାୟତି ଭଳି କାର୍ଯ୍ୟ ର ଶେଷ ପରିଣତି ବହୁତ୍ କରୁଣ ହୋଇଥାଏ। ଯାହା ଏବେ ଦେଖିବାକୁ ମିଳିଛି।ଏହି ଭଳି ଅଭ୍ୟାସ ମଣିଷକୁ ବହୁତ୍ ଅମାନବିକ କାଣ୍ଡ କରିବାକୁ ମଧ୍ୟ ବାଧ୍ୟ କରିଥାଏ। ଧୀରେ ଧୀରେ ଏହା ଅଭ୍ୟାସ ରେ ପରିନତ ହେବା ପରେ ମଣିଷ ଏହାକୁ ତାର ବୃତ୍ତି ଭାବରେ ଗ୍ରହଣ କରି ନେଇଥାଏ। ତେବେ ଏହି ଭଳି କାର୍ଯ୍ୟ କଲାପରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।