ରାହୁଲ ଗାନ୍ଧୀଙ୍କ ବଡ ବୟାନ ମୁଁ ପ୍ରଧାନମନ୍ତ୍ରୀ ହେଲେ…. ତେବେ କଣ ରହିବ ପ୍ରଥମ ନିଷ୍ପତ୍ତି ? ଛାତ୍ର ଛାତ୍ରୀଙ୍କ ପ୍ରଶ୍ନର ଉତ୍ତରରେ କଣ କହିଲେ ରାହୁଲ। କାହିଁକି ବିନମ୍ରତାକୁ ଗୁରୁତ୍ୱ ଦିଅନ୍ତି ରାହୁଲ?

ଆପଣ ମାନେ ରାହୁଲ ଗାନ୍ଧୀଙ୍କୁ ତ ଜାଣିଥିବେ ,ଯିଏ ଲୋକମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଛନ୍ତି। ତେଣୁ କେହି କେହି ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା ମଧ୍ୟ କରିଥାନ୍ତି। ଆପଣ ମାନେ ରାହୁଲ ଗାନ୍ଧୀଙ୍କୁ ଜାତୀୟ କଂଗ୍ରେସ କମିଟି ର ମୁଖ୍ୟ ଶାସନ ସଚିବ ଭାବେ ଜାଣିଥିବେ। ତେବେ ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ସୃଷ୍ଟି ହେଉଥିବ, ଯଦି ରାହୁଲ ଗାନ୍ଧୀ ଦେଶର ପ୍ରଧାନ ମନ୍ତ୍ରୀ ହୋଇଥାନ୍ତି ତେବେ ସେ ପ୍ରଥମେ କଣ ନିଷ୍ପତ୍ତି ନେଇଥାନ୍ତି ? ଠିକ୍ ସେହିପରି ତାମିଲନାଡୁ ମୁଲଗୁମୁଦୁ ର ସେଣ୍ଟ ଜୋସେଫ ସ୍କୁଲ୍ ପିଲାମାନଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଠିଥିଲା। ପିଲାମାନେ ରାହୁଲ ଗାନ୍ଧୀଙ୍କୁ ସିଧା ସିଧା ଏହି ପ୍ରଶ୍ନ ପଚାରିଥିଲେ।

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତରେ ଯାଇଥିଲେ। ସେହି ସମୟରେ ସେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରିବା ସହିତ ମୁଲଗୁମୁଦୁ ର ସେଣ୍ଟ ଜୋସେଫ ସ୍କୁଲ୍ ପିଲାମାନଙ୍କ ସହିତ ସାକ୍ଷାତ କରିବା ସହ ଆଲୋଚନା କରିଥିଲେ।

ଏହି ସ୍କୁଲର ପିଲାମାନେ କିଛିଦିନ ପରେ ଦିଲ୍ଲୀ ବୁଲିବାକୁ ଆସି ରାହୁଲ ଗାନ୍ଧିଙ୍କ ବାସଭବନ ଯାଇ ତାଙ୍କୁ ସାକ୍ଷାତ କରିଥିଲେ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ବାସଭବନରେ ପିଲାମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସେହି ଭିଡିଓ କୁ ରାହୁଲ ଗାନ୍ଧୀ ତାଙ୍କ ଟ୍ୱି-ଟ ରେ ସେୟାର କରିଛନ୍ତି। ସ୍କୁଲ ପିଲାମାନଙ୍କ ସହିତ ଆସିଥିବା ଜଣେ ବ୍ୟକ୍ତି କୃଷକ ଆନ୍ଦୋଳନ କୁ ସମର୍ଥନ କରିବା ସହିତ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଙ୍କ କାର୍ଯ୍ୟ କୁ ପ୍ରଶଂସା କରିଥିଲେ।

ଠିକ୍ ସେହି ସମୟରେ ରାହୁଲ ଗାନ୍ଧୀଙ୍କୁ ଅନ୍ୟ ଜଣେ ବ୍ୟକ୍ତି ସ୍କୁଲ ପିଲାମାନଙ୍କ ତରଫରୁ ପ୍ରଶ୍ନ କରିଥିଲେ ଯେ, ଯଦି ଆପଣ ଦେଶର ପ୍ରଧାନ ମନ୍ତ୍ରୀ ହୋଇଥାନ୍ତେ, ତେବେ ଆପଣ କଣ ପ୍ରଥମେ କରିଥାନ୍ତେ।

ସେହି ବ୍ୟକ୍ତି ଜଣକର ପ୍ରଶ୍ନ ଶୁଣି ରାହୁଲ ଗାନ୍ଧୀ ସଙ୍ଗେ ସଙ୍ଗେ ଜବାବ ଦେଇଥିଲେ। ତାଙ୍କର ଉତ୍ତର ଥିଲା ଯେ, ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ। ଆହୁରି ମଧ୍ୟ ରାହୁଲ ଗାନ୍ଧୀ କହିଥିଲେ କି ,ଯଦି ମୋତେ କେହି ପଚାରିବେ ଯେ ଆପଣ ପିଲାମାନଙ୍କୁ କେଉଁ ଗୋଟିଏ କଥା ଶିଖାଇବେ। ତେବେ ସେ ପିଲାମାନଙ୍କୁ ବିନମ୍ରତା ଶିଖେଇବେ ବୋଲି କହିଛନ୍ତି। କାରଣ ବିନମ୍ର ହେଲେ ପିଲାମାନଙ୍କର ଚିନ୍ତାଧାରା ବିକଶିତ ହୋଇଥାଏ।

ଏହି ସବୁ ସରିବା ପରେ ରାହୁଲ ପିଲାମାନଙ୍କୁ ରାତ୍ରି ଭୋଜନ ସମ୍ପର୍କରେ ପଚାରିଥିଲେ। କିନ୍ତୁ ପିଲାମାନଙ୍କ ସହିତ ଆସିଥିବା ଜଣେ ନେତୃତ୍ୱ ମଣ୍ଡଳୀ କିଛି ନା କିଛି ବ୍ୟବସ୍ଥା କରିବେ ବୋଲି କହିଥିଲେ। ଏହା ପରେ ରାହୁଲ ଗାନ୍ଧୀ ସେମାନଙ୍କୁ ଛୋଲେ ଭଟୁରେ ଖାଇବାକୁ ଅନୁରୋଧ କରିଥିଲେ ଏବଂ ସେ ମଧ୍ୟ ସେମାନଙ୍କ ସହିତ ଖାଇଥିଲେ। ରାହୁଲ ପିଲାମାନଙ୍କ ସହିତ ଆଲୋଚନା କରିବା ସହିତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେମାନଙ୍କୁ ସାକ୍ଷାତ କରିଥିଲେ।

ରାହୁଲ ଗାନ୍ଧୀ ଏହି ଭିଡିଓ ଟିକୁ ଟ୍ୱି-ଟ ରେ ସେୟାର କରି ଲେଖିଥିଲେ ପିଲାମାନଙ୍କୁ ଦେଖା କରି ସାରିବା ପରେ ତାଙ୍କ ଦୀପାବଳୀ ଖାସ୍ ହୋଇଥିଲା। ପରିଶେଷରେ ସେ କହିଥିଲେ କି, ସଂସ୍କୃତି ର ସଂଗମ ଆମ ଦେଶର ସବୁଠାରୁ ବଡ଼ ଶକ୍ତି। ଆମକୁ ଏହାକୁ ସଂରକ୍ଷିତ କରି ରଖିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।