ରାତିରେ ଏହାକୁ ଲଗାନ୍ତୁ ସକାଳୁ ଚେହେରା ( Glowing Skin ) କାଚ ଭଳି ଚମକୁଥିବ – Beauty Tips

ଆପଣ ସମସ୍ତେ ଜାଣିଥିବେ କି ତ୍ୱଚା କୁ ନେଇକି ସମସ୍ତେ ପ୍ରାୟ ଯତ୍ନବାନ ଥାଆନ୍ତି | ଆଉ ତ୍ୱଚା କେମିତି ସୁନ୍ଦର ଦେଖା ଯିବ ସେଥିପାଇଁ ମଧ୍ୟ ଆମେ ବହୁତ ପ୍ରକାରର ଉପାୟ ଘରେ ଅବଲମ୍ବନ କରିଥାଉ । ଆଜିକାଲି ସୁନ୍ଦର ଓ ଉତ୍ତମ ତ୍ୱଚା ପାଇଁ ଏଲବେରା ଜେଲ ଖୁବ ଉପକାରୀ | ତେବେ କୁହାଯାଏ ଯେ ଏଲବେରା ମିନେରାଲ୍ସରେ ଭରପୁର ଓ ଓ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଛି |

ଯାହା ତ୍ୱଚା ଜନିତ ଅନେକ ସମସ୍ୟା ଦୂର କରିଥାଏ ତେବେ ଏହି ଏଲବେରା ଜେଲ କୁ ବ୍ୟବହାର କରି ଫେସିଆଲ୍‍ କରିବା ଦ୍ୱାରା ପାର୍ଲର ଭଳି ଚମକ ଖୁବ କମ ସମୟରେ ମିଳିପାରିବ | ଏହାଛଡା ଭିଟାମିନ E କ୍ୟାପସୁଲ୍ ମଧ୍ୟ ଆମ ସ୍କିନ୍ ଏବଂ କେଶ ସମସ୍ୟା ପାଇଁ ବହୁତ ଅଧିକ ଲାଭ ଦାୟକ ।

ତେବେ ବର୍ତମାନ ସମସ୍ତେ ମୁହଁ ରେ ସମସ୍ତ ଚିହ୍ନି ଭଲ ହେବା ପାଈଁ ଅନେକ ପ୍ରକାର ଚେଷ୍ଠା କରୁଛନ୍ତି l କେହି କେହି ଭଲ ହେବା ପାଈଁ ଡାକ୍ତର ଙ୍କ ସହିତ ପରାମର୍ଶ କରୁଛନ୍ତି l ଯାହାର କିଛି ଉପଯୋଗିତା ଦେଖାଯାଉନାହିଁ। ଏବେ ମାର୍କେଟରେ ଅନେକ ପ୍ରକରର ରାସାୟନିକ ଔଷଧ, ଅଥବା କ୍ରିମ ମିଳୁଛି ଯାହାକୁ ଆପଣ ମାତ୍ର ଥରେ ଲଗେଇଲେ ସ୍କିନ ସଫା ହୋଇ ଯାଆନ୍ତି l

କିନ୍ତୁ ଏହି ରାସାୟନିକ କ୍ରିମ ଯେତେ ପର୍ଯ୍ୟନ୍ତ ଲଗାଉ ଥିବେ ଆପଣ ଭଲ ଥିବେ କିନ୍ତୁ ଯେତେ ବେଳେ ଏହା ନିୟମିତ ବ୍ୟବହାର କରିବl ଛାଡ଼ିଦେବେ ସେତେବେଳେ ମୁହଁରେ ନାନା ପ୍ରକାରର ରୋଗ ବାହାରି ଯାଏ l ଏଥିରୁ ପୁଣି ମୁକ୍ତି ପାଇବl ପାଈଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ lତେବେ ଆଜି ଆମେ ଏହି ସବୁ ଜିନିଷ ରେ ଏକ ଏମିତି ଚମତ୍କାରୀ ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଯାଉଛୁ, ଯା୍ହା ଦ୍ବାରା ଆପଣଙ୍କର ସମସ୍ତ ପ୍ରକାର ତ୍ବଚା ସମସ୍ୟା ଦୂର ହୋଇ ପାରିବ ।

ଆବଶ୍ୟକୀୟ ଉପକରଣ :-

 


ଭିଟାମିନ C ର ଟେବଲେଟ, ଭିଟାମିନ E କ୍ୟାପସୁଲ, ଆଲୋବେରା ଜେଲ,ଗୋଲାପ ଜଳ, ଗ୍ଲୀସେରିନ

ପ୍ରସ୍ତୁତି ପ୍ରଣାଳୀ :-
ଆମେ ମାନେ ପ୍ରଥମେ ଆଞ୍ଜୁଏବୁଲ ଭିଟାମିନ C ର ଟାବଲେଟ ନେବା, ତାପରେ ସେଥିରେ ଗୋଟିଏ ରୁ ଦୁଇ ଚାମଚ ଗଳିସେରିନ ମିଶାଇବା, ଆଉ ସେହି ଟାବଲେଟ କୁ ଭିଜିକି ମିଳେଇବା ପର୍ଯ୍ୟନ୍ତ ଛାଡ଼ିଦେବା | ତାହା ପରେ ସେଥିରେ ମିଶାଇବା ଭିଟାମିନ E ର କ୍ୟାପସୁଲ 2 ଟି, ତାହାପରେ ସେଥିରେ ଗୋଲାପ ଜଳ ମଧ୍ୟ ମିଶାଇବାଓ ଆଲୋବେରା ଜେଲ ମଧ୍ୟ ସେହିରେ ମିଶାଇବା ଓ ସବୁ ପ୍ରଡକ୍ଟ ମିଶିବା ପର୍ଯ୍ୟନ୍ତ ତାକୁ ଛାଡ଼ିଦେବା | ଆଉ ସବୁକୁ ମିସାଇକି ଗୋଟିଏ ପେଷ୍ଟ ପ୍ରସ୍ତୁତ କରିବା |

ବ୍ୟବହାର :-

ତେବେ ପ୍ରସ୍ତୁତ କରିଥିବା ପେଷ୍ଟ କୁ ବ୍ୟବହାର କରିବା ପାଇଁ ହେଲେ ପ୍ରଥମେ ମୁହଁକୁ ଭଲ ଭାବରେ ଧୋଇଦେବା ଓ ତାହା ପରେ ମୁହଁଟି ଶୁଖିଗଲେ ମୁହଁରେ ଏହି ପେଷ୍ଟ କୁ ଲଗେଇକି କିଛି ସମୟ ରଖିବା ଓ ଶେଷରେ ମୁହଁକୁ ସାଧାରଣ ପାଣି ରେ ଧୋଇଦେବା | ଏହି ଭଳି ଭାବରେ କମ ଖର୍ଚ୍ଚ ରେ ଆମେ ତ୍ୱଚା ର ଯତ୍ନ ନେଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।