ଦେଖନ୍ତୁ ଭି଼ଡିଓ ! ହଟାତ୍ live ଆସି କାନ୍ଦି କାନ୍ଦି ଏମିତି କହିଲେ ରାନୀ ପଣ୍ଡା …. ଦୁର୍ଘଟଣାର ତିନି ଦିନ ପରେ କହିଲେ ମୁଁ ମୋ ଛାତି ପାଖରେ ମାଡ ହୋଇଛି ବହୁତ ବ୍ୟଥା…

ଆପଣ ମାନେ ଜାଣିଥିବେ କି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଭୁବନେଶ୍ୱର ରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁ ଥିବା ସମୟ ରେ ଆଠଗଡ଼ ମୁଣ୍ଡଳୀ ରାସ୍ତା ର ଡାଳଖାଇ ଛକରେ ତାଙ୍କ କାର ସହ ଏକ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା। ବାଇକ୍ ଚାଳକଙ୍କ ଅବସ୍ଥା ଗୁରୁତର ଥିବା ରୁ ତାଙ୍କୁ ସଙ୍ଗେ ସାଙ୍ଗେ କଟକ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରି ଥିଲେ।

ଆଉ ରାଣୀ ପଣ୍ଡା ମଧ୍ୟ ଗୁରୁତର ଅବସ୍ଥା ରେ ହସ୍ପିଟାଲ ରେ 2 ଦିନ ହେଲାଣି ଚିକିତ୍ସିତ ହେଉ ଥିଲେ ଏବଂ ହସ୍ପିଟାଲରୁ ଫେରିବା ପରେ ସେ ଦୁର୍ଘଟଣା ବିଷୟ ରେ ଲାଇଭ୍ ଆସି ନିଜର ମତ ରଖିଛନ୍ତି । ତେବେ ଚାଲନ୍ତୁ ଜାଣି ନେବା କହିଛନ୍ତି ରାଣୀ ପଣ୍ଡା ଲାଇଭ୍ ଆସି,

ଦୁର୍ଘଟଣା ଘଟିବାର 3 ଦିନ ପରେ ସଫେଇ ଦେଲେ ରାଣୀ ପଣ୍ଡା । ରାଣୀ ପଣ୍ଡା ଙ୍କ କାର ଏବଂ ବାଇକ୍ ଆରୋହୀ ଙ୍କ ହୋଇ ଥିବା ଦୁର୍ଘଟଣା ରେ ରାଣୀ ଙ୍କ କିଛି ଭୁଲ ନ ଥିବା କହିଛନ୍ତି । ଏହା ସସ ଅନେକ କଥା ମିଥ୍ୟା ପ୍ରଚାର ହୋଉ ଥିବା ସହ ଦୋଷ ନ କରି ଦୋଷୀ ଥିବା କହିଛନ୍ତି ରାଣୀ ପଣ୍ଡା । ଏହା ଛଡା ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ଗରିବ ର ସାହା ମୁଁ ଗୋଟିଏ ଗରିବ କୁ କେବେ ମାରି ପାରିବି ନାହିଁ ।

ତେଣଉ ଶୁଦ୍ଧି କ୍ରିୟା ପାଇଁ 50 ହଜାର ଟଙ୍କା ଦିଆ ଯାଇ ଥିବା କଥା ମଧ୍ୟ କୁହା ଯାଇଛି । ମୃତ ବ୍ୟକ୍ତି ଙ୍କ ପିଲା ଙ୍କ ଭବିଷ୍ୟତ ଗଢିବା ସହ ଅନ୍ୟ ବିଭିନ୍ନ ପ୍ରକାର ସାହାଯ୍ୟ କରିବା କଥା ମଧ୍ୟ କହିଛନ୍ତି ରାଣୀ ପଣ୍ଡା ।


ଏ ନେଇ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଡ ରେ ଲେଖିକି ପୋଷ୍ଟ କରା ଯାଇଛି । ଆଜି ସକାଳୁ ସକାଳୁ ମଧ୍ୟ ରାଣୀ ପଣ୍ଡା ସୋସିଆଲ ମିଡିଆ ଆକାଉଣ୍ଡ ଇନଷ୍ଟାଗ୍ରାମ ରେ ଲାଇଭ୍ ଆସି ତାଙ୍କ ଫ୍ୟାନ୍ସ ମାନଙ୍କୁ ତାଙ୍କ ଦୁଃଖ ଜଣାଇଛନ୍ତି ।

 

ଘଟଣା ସଂପର୍କ ରେ ସବୁ କଥା କହି ଥିବା ବେଳେ 2 ଦିନ ଧରି ମେଡିକାଲ ରେ ପଡି ଥିବା କଥା ମଧ୍ୟ କହିଛନ୍ତି ରାଣୀ ପଣ୍ଡା । ଏହା ସହ ତାଙ୍କ କିଛି ଦୋଷ ନ ଥିବା ବେଳେ ଓଡିଶା ବାସୀ ତାଙ୍କୁ ବିଭିନ୍ନ ପ୍ରକାର ମିଥ୍ୟା ପ୍ରଚାର କରୁ ଥିବା ମଧ୍ୟ କୁହା ଯାଇଛି । ତେବେ ରାଣୀ ଙ୍କ ହାତ ଗୋଡ ଏବଂ ଛାତି ରେ ଆଘାତ ଲାଗି ଥିବା କଥା ମଧ୍ୟ କହିଛନ୍ତି ରାଣୀ ପଣ୍ଡା । ଯାହା ଏବେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ୍ ହେଉଛି ।