big news-ଯୁବକଙ୍କୁ ପିଟିଲା ରାଣୀଙ୍କ କାର୍ । ଚାଲିଗଲା ସୁକାନ୍ତଙ୍କ ଜୀବନ …ପୁରା ଘଟଣା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଆଉ କହିବେ ରାନୀ ପଣ୍ଡା କଣ ମଦ…..

ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କର କାର ଦୁର୍ଘଟଣା ଗ୍ରସ୍ତ ହୋଇଛି, ଆଉ ଏଥିରେ ଜଣଙ୍କର ଜୀବନ ଚାଲି ଯାଇଛି | କାର ସହିତ ଏକ ବାଇକ ର ମୁହାଁମୁହିଁ ଧକ୍କା ହୋଇଛି ଯାହାକି ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି | ମୃତକ ହେଉଛନ୍ତି ରାଜନଗର ଗାଁ ର ସିନିବାସ ବେହେରା ଙ୍କ ପୁଅ ସୁକାନ୍ତ ବେହେରା |

ଗତକାଲି ଅନୁଗୁଳ ରୁ ଏକ ବିବାହ ଭୋଜି ସାରି ଭୁବନେଶ୍ୱର କୁ ରାଣୀ ପଣ୍ଡା ଫେରୁ ଥିଲେ | ରାତି ପ୍ରାୟ 10 ଟା ବା ସାଢେ 10 ଟା ପାଖାପାଖି ସମୟରେ ଆଠଗଡ ମଣ୍ଡଳୀ ରାସ୍ତା ରେ ଥିବା ଏକ ମନ୍ଦିର ନିକଟରେ ରାଣୀ ପଣ୍ଡା ଙ୍କର କାର ଏକ ବାଇକ କୁ ଧକ୍କା ଦେଇ ଥିଲା |

ଏଥିରେ ଉଭୟ କାର ଓ ବାଇକ ଭାଙ୍ଗି ରୁଜି ଯାଇଛି ଗୁରୁତର ଅବସ୍ଥା ରେ ପ୍ରଥମେ ସୁକାନ୍ତ ଙ୍କୁ ଆଠଗଡ ମେଡିକାଲ ରେ ନିଆ ଯାଇଥିଲା | ପରେ ତାଙ୍କୁ କଟକ ବଡ଼ ମେଡିକାଲ କୁ ନିଆ ଯାଉଥିଲା କିନ୍ତୁ ସୁକାନ୍ତ ଙ୍କର ମୃତ୍ୟୁ ଘଟି ଥିବା ପୋଲିସ କହିଛି |

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ ଏବେ ହୋ ହାଲା ଦେଖିବା ପାଇଁ ମିଳିଛି | ଏହି ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇ ଯିବାରୁ ସ୍ଥାନୀୟ ଲୋକ ମାନେ ଉତ୍ତେଜିତ ହୋଇ ପ୍ରାୟ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ରୋକ ହୋଇ ଥିଲା ଏବଂ ଉତ୍ତେଜନା ମଧ୍ୟ ଲାଗି ରହି ଥିଲା |

 ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉଭୟ ଙ୍କ ପକ୍ଷରେ ବୁଝାସୁଝା କରି ଥିଲା ଆଉ ତାଙ୍କୁ ଥାନା କୁ ମଧ୍ୟ ଆଣି ଥିଲେ | କାରଣ ଯେହେତୁ ବାଇକ ଚାଳକ ଙ୍କର ମୃତ୍ୟୁ ହୋଇ ଯାଇଛି ଆଉ ସେହି ଯୁବକ ଙ୍କ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରା ଯାଇଛି ଯାହା ଫଳରେ ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି |

ଆଉ ଏବେ ରାଣୀ ପଣ୍ଡା ଙ୍କ ଡ୍ରାଇଭର ଙ୍କୁ ପୋଲିସ ଥାନାରେ ଅଟକ ରଖିଛି | ଆଉ ରାଣୀ ପଣ୍ଡା ଙ୍କର ବିଶେଷ କିଛି ହୋଇ ନାହିଁ କାରଣ ଦୁର୍ଘଟଣା ପରେ ତାଙ୍କୁ ପ୍ରଥମେ ଆଠଗଡ ମେଡିକାଲ କି ନିଆ ଯାଇଥିଲା ଆଉ ପରେ ପରେ ସେ ଆଠଗଡ ଥାନା କୁ ମଧ୍ୟ ଯାଇ ଥିଲେ କିନ୍ତୁ ରାଣୀ ପଣ୍ଡା ଙ୍କୁ ରାତିରେ ଛାଡ଼ି ଦିଆଯାଇ ଥିଲା କେବଳ ଡ୍ରାଇଭର ଅଟକ ଅଛନ୍ତି |

ତେବେ ଏହି ଦୁର୍ଘଟଣା କୁ ନେଇ ରାଣୀ ପଣ୍ଡା କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି | ତେବେ ବର୍ତ୍ତମାନ ସମୟରେ ଏହି ଦୁର୍ଘଟଣା କୁ ନେଇ ପୋଲିସ ତଦନ୍ତ କରୁଛି ଆଉ ପରେ ଜଣା ପଡ଼ିବ କି ମୃତକ ଙ୍କ ପରିବାର ପକ୍ଷରୁ କିଭଳି ଦାବି ରହୁଛି ଆଉ ପୋଲିସ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି |