LIVE ଭିଡିଓ ! ମୋ ସହ ଯିଏ ଲାଗିବ ମୁଁ ତାକୁ ଛାଡିବିନି Live ଆସି ପୁଣି କାନ୍ଦିଲେ ରାନୀ ପଣ୍ଡା ଏବଂ ଓ଼ଡିଶାବାସୀ ଙ୍କୁ ନେଇ କହିଲେ ଏମିତି …ଛିଃ ଛିଃ

ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କର ଏପରି ଏକ କଥା ବିଷୟରେ କହିବୁ ଯାହାକୁ ସେ ଲାଇଭ ଆସି ବହୁତ କାନ୍ଦି କରି କହିଛନ୍ତି । ରାନୀ କହିଲେ କି ଏହି ଦୁଇ ଦିନ ତଳେ ଯେଉଁ ଭଇଡିଓ କରିଥିଲେ ତା ବାଦରେ ତାଙ୍କର , କଣ ହୋଇଛି , କଣ ପାଇଁ ସେ ଏମିତି କଲେ ସେ ବିଷୟରେ କେହି ପଚାରିଲେ ନାହିଁ ବରଂ ଲୋକମାନେ ତାଙ୍କୁ ବହୁତ ଗାଳି ଦେଲେ । ଧନ୍ଦାବାଲି , ମାଳିସାହିର ଠାରୁ ଆହୁରି ହୀନ ଏ ଝିଅ , ଏହାର ଭିଡିଓ କଣ ପାଇଁ ଦେଖଉଛ ଅନେକ କଥା କହି ରାନୀକୁ ଗାଳି କରିଛନ୍ତି ।

ରାନୀ ପଣ୍ଡ ଏପରି ଲୋକମାନଙ୍କର କଥା ଶୁଣି ଭାବିଥିଲେ କି ସେ ସୁଇସାଇଡ କରିଦେବେ କାରଣ ଏପରି ଏକ ସମାଜରେ ଲୋକମାନଙ୍କ ପାଖରୁ ସବୁବେଳେ ନିନ୍ଦା , ଅପମାନ ସହି ବଞ୍ଚିବା ଅପେକ୍ଷା ସେ ମରିଯିବେ ବୋଲି ଭାବିଥିଲେ ମାତ୍ର କେତେଗୁଡିଏ କଥାକୁ ଆଖି ଆଗରେ ରଖିଲେ ସେ ସୁଇସାଇଡ କଲେ ନାହିଁ ବରଂ ଲଢିବା ପାଇଁ ପୁଣି ପ୍ରସ୍ତୁତ ହେଲେ ।

ରାନୀ କହିଲେ କି ଭଦ୍ର ସମାଜର ଭଦ୍ର ପୁରୁଷ ଏବଂ ମହିଳାଙ୍କୁ ତାଙ୍କର ଗୋଟିଏ ପ୍ରଶ୍ନ କି ଆପଣ ମାନେ କୋଟି କୋଟି ଜନତା ସାମ୍ନାରେ ଆସି କହିପାରିବେ କି କେତେଟା ପୁରୁଷ ଏବଂ କେତେଟା ନାରୀ ସହିତ ଆପଣ ମାନେ ରାତି ବିତାଇଛନ୍ତି । ସେ କହିଲେ ରାନୀ ପଣ୍ଡା ମୁହଁରେ କହୁଛୁ ବୋଲି ଖରାପ ହେଲେ ଆପଣ ମାନେ ଭିତରେ କେତେ ଲୀଳା କରୁଛନ୍ତି ହେଲେ ଆପଣ ମାନେ ଠିକ ।

ରାନୀ କହିଛନ୍ତି କି ଆପଣ ମାନେ କେବେ ବୁଝିଛନ୍ତି ରାନୀର କଷ୍ଟ , କେବେ ଚିହ୍ନିବାକୁ ଚେଷ୍ଟା କରିଚନ୍ତି ରାନୀ ପଣ୍ଡାର ହୃଦୟକୁ । କେବେ ଜାଣିବାକୁ ଚାହିଁଛନ୍ତି ରାନୀର ଆଖିରୁ ଯେ ଲୁହ ଝରୁଛି ତାହା କଣ ପାଇଁ । ସମସ୍ତେ ଲାଗି ଲାଗି ମତେ ବଦନାମ କରୁଛନ୍ତି , ଏ ସାରା ଦୁନିଆ କିଛି ଗଣ ମାଧ୍ୟମ , କିଛି ଯାତ୍ରା ଏବଂ ସିରିଏଲ ଜଗତର କିଛି କଳାକାର ମୋତେ ବଦନାମ କରି ମୋ ଜୀବନକୁ ପୂରା ଛାରକାର କରିଦେଲେ ।

 


ରାନୀ କହିଲେ ଗଣ ମାଧ୍ୟମ ଯେଉଁ ଭିଡିଓଟି ଦେଖେଇଲେ ତେବେ ସେ ଏହା କାହିଁକି ଦେଖେଇଲେନି କି ରାନୀ ପଣ୍ଡା କାହିଁକି କାନ୍ଦିଲା । ରାନୀ ପଣ୍ଡା ଭାଷା କହିଲା ବୋଲି ଆପଣ ମାନଙ୍କର ଖରାପ ଲାଗିଲା ତେବେ ଠିକ ଅଛି ରାନୀ ପଣ୍ଡା ମାଳିସାହି ରାଣ୍ଡି ଠାରୁ ବି ହୀନ ଯେଉଁମାନେ କହିଛନ୍ତି ସେମାନେ ଯାଇଥିଲେ ଦେଖିବା ପାଇଁ ।

ରାନୀ କହିଲେ ମୁଁ ଏହି ସମସ୍ତ କଥାରୁ ଗୋଟିଏ କଥା ବୁଝିପାରୁଛି , ଜାଣିପାରୁଛି ସୁଖର ସାଥୀ ସମସ୍ତେ ଥାଆନ୍ତି ହେଲେ ଦୁଃଖର ସାଥୀ କେହି ନୁହେଁ । ଦିନ ଆସିବ ତମର ମା , ଭଉଣୀ , ସ୍ତ୍ରୀ ଏବଂ ପରିବାରର ଏପରି କ୍ଷତି ହେବ ଜୀବନରେ କେବେ ଭାବିନଥିବ ।

ରାନୀ କହିଲେ ଏ କଳିଯୁଗରେ ସତ୍ୟ , ନ୍ୟାୟ , ନିଷ୍ଟାରେ ରହିବା କଣ ଭୁଲ , ଭଗବାନଙ୍କୁ ଅତି ବିଶ୍ୱାସ କରିବା ଭଲପାଇବା କଣ ମୋର ଭୁଲ । ଏ ସମାଜ ପାଇଁ ଭଲ ଚିନ୍ତା କରିବା କଣ ଭୁଲ , ନିଦ କଷ୍ଟକୁ ହୃଦୟରେ ଚାପି ରଖି ସମସ୍ତଙ୍କୁ ଖୁସି ଦେବା କଣ ମୋର ଭୁଲ । ନାରୀ ହୋଇ ଜନ୍ମ ନେବା କଣ ମୋର ଭୁଲ ।

ରାନୀ କହିଲେ କି ଯଦି ରାନୀ ପଣ୍ଡା ଠାରୁ ଆପଣ ମାନେ ଭଲ ବ୍ୟବହାର ଚାହାନ୍ତି ତେବେ ରାନୀକୁ ମଧ୍ୟ ଭଲ ବ୍ୟବହାର ଦେବା ଉଚିତ । ଆପଣ ମାନେ ମୋତେ ସମ୍ମାନ ଦେଲେ ମୁଁ ମଧ୍ୟ ଆପଣ ମାନଙ୍କୁ ସମ୍ମାନ ଦେବି । ବହୁତ ମୋତେ ମେଣ୍ଟାଲ ଟରଚର କରୁଛ , ପ୍ରତି ମୂହୂର୍ତ୍ତରେ ମୋତେ ଦୁଃଖ , ଯନ୍ତ୍ରଣା ଦଉଛ ଏମିତି କରି ଆପଣ ମାନେ କେମିତି ଖୁସିରେ ରହିପାରୁଛନ୍ତି ।

ରାନୀ କହିଲେ କି ମୁଁ ଜଣେ ବେସିଆ ଯଦି ଆପଣଙ୍କର କେତେବେଳେ ମୋ ପାଖରେ କାମ ପଡେ ତ ଆପଣ ମାନେ ଆସିବେ । ବେଶି ପଇସା ନୁହେଁ ଦୁଇଶହ , ତିନିଶହ ଟଙ୍କା ଏବଂ ଆସିଲା ବେଲେ ମଧ୍ୟ ଆପଣଙ୍କର ମା , ଭଉଣୀକୁ ସାଙ୍ଗରେ ନେଇକରି ଆସିବେ । ବିନାଶ କାଳେ ବିପରୀତ ବୁଦ୍ଧି ଅକାଳରେ ସବୁ ମରିବ ବୋଲି ରାନୀ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।