ରାଣୀ ଖୁବ ଭଲ ସ୍ତ୍ରୀ ହୋଇପାରିବେ ଆଉ ଘରର ଭଲ ବୋହୂ ମଧ୍ୟ ହୋଇପାରିବେ..ତାଙ୍କ ଭିତରେ ଥିବା ଏହି ଗୁଣକୁ ମୁଁ ଦେଖିଛି
ଏହି ସଜସଜ ଯାତ୍ରା ଅଭିନେତ୍ରୀ ତଥା ନିଜକୁ ବିବାଦୀୟ ଅଭିନେତ୍ରୀ କହୁ ଥିବା ରାଣୀ ପଣ୍ଡା ଅନୁଭବ ଙ୍କୁ ବାହା ହେବା ପାଇଁ ମନ ବଳାଇଛନ୍ତି | ଆଉ ସର୍ବ ସମ୍ମୁଖରେ କହିଛନ୍ତି କି ଅନୁଭବ ଙ୍କୁ ମୁଁ ବିବାହ କରିବି | ଆଉ ଏମିତି କିଛି ଖବର ସାମ୍ନା କୁ ଆସିବା ପରେ ଆଜି ନିଜେ କେନ୍ଦ୍ରାପଡ଼ା ସାଂସଦ ଆମ ସୁପରଷ୍ଟାର ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି | ରାଣୀ ଙ୍କୁ ବିବାହ କରିବା ନେଇ ଅନୁଭବ ସୋସିଆଲ ମିଡ଼ିଆ ରେ ଏବେ ନିଜର କିଛି ପ୍ରତିକ୍ରିୟା ରଖିଛନ୍ତି |
ଆଉ ଅନୁଭବ ଏକ ଭିଡ଼ିଓ ଜରିଆ ରେ କହିଛନ୍ତି କି ରାଣୀ ଙ୍କ ହୃଦୟ ଖୁବ ଭଲ ସେ ଆମ ସମାଜ ର ଜଣେ ସେବକ ଯାହାକି ସମାଜ ସେବା ରେ ସେ ଖୁବ ଆନନ୍ଦ ପାଇ ଥାଆନ୍ତି |
ନିଜ ପାରିଶ୍ରମିକ କୁ ଅନ୍ୟ ମାନଙ୍କୁ ଦେଇ ସେ ଖୁସି ରେ ଜୀବନ ଜିଅନ୍ତି, ସେ ନାରୀ ନେତୃ ନୁହଁନ୍ତି କିନ୍ତୁ ନେତୃତ୍ୱ ର ଅଧିକାରିଣୀ, ସେ ବ୍ୟକ୍ତି ନୁହଁନ୍ତି କିନ୍ତୁ ବ୍ୟକ୍ତିତ୍ୱ ର ଅଧିକାରିଣୀ | ସିଏ ଯାହାକୁ ବି ବିବାହ କରିବେ ସେ ଜଣେ ଭଲ ସ୍ତ୍ରୀ ହୋଇ ପାରିବେ, ଭଲ ଭଉଣୀ ଓ ଭଲ ମା ଟିଏ ମଧ୍ୟ ରାଣୀ ପଣ୍ଡା ହୋଇ ପାରିବେ | ଆଉ ଏହା ସହ ସିଏ ଯେଉଁ ଘରକୁ ବୋହୂ ହୋଇ ଯିବେ ସେ ଘରର ଭଲ ବୋହୂ ଟିଏ ନିଶ୍ଚିତ ଭାବରେ ହୋଇ ପାରିବେ |
ହଁ ଦର୍ଶକବନ୍ଧୁ ଏମିତି କିଛି କଥା କେନ୍ଦ୍ରାପଡ଼ା ର ସାଂସଦ ଆମ ଅଭିନେତା, ବାଳୁଙ୍ଗା ଟୋକା, ମାଟ୍ରିକ ଫେଲ ସୁପରଷ୍ଟାର ଅନୁଭବ ମହାନ୍ତି କହିଛନ୍ତି | ଏହା ସହିତ ଅନୁଭବ ମହାନ୍ତି କହିଛନ୍ତି କି ରାଣୀ ପଣ୍ଡା ବହୁତ ଭଲ ମୁଁ ବ୍ୟକ୍ତିଗତ ଭାବରେ ତାଙ୍କ ସହ ଏତେଟା ମିଶିନି କିନ୍ତୁ ଯାହା ଶୁଣିଚି ଦେଖିଛି ସେ ବହୁତ ଭଲ | ଆଉ ମୁଁ ଯଦି କେବେ ସମୟ ପାଇଲି ତେବେ ନିହାତି ଭାବରେ ଏହି ମହାନ ମହିଳା ଙ୍କୁ ସାକ୍ଷାତ କରିବି ବୋଲି କହିଛନ୍ତି |
ଏହି ସଜସଜ ରାଣୀ ଙ୍କ ମତ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି ଆଉ କହିଛନ୍ତି ମୁଁ ରାଣୀ ଙ୍କୁ ଖୁବ ଭଲ ପାଏ ରାଣୀ ଙ୍କ ପ୍ରତି ମୋର ଅନେକ ସମ୍ମାନ ଅଛି ଆଉ ମତେ ଟିକେ ସମୟ ମିଳିଲେ ମୁଁ ରାଣୀ ଙ୍କୁ ନିଶ୍ଚିତ ଦେଖା କରିବି |
ଆଉ ଏହି ସବୁ ଭିତରେ ରାଣୀ ଙ୍କୁ ଗୋଟି ଗୋଟି ପଢ଼ି ସାରିଛନ୍ତି ଅନୁଭବ, ରାଣୀ ଙ୍କ ଭିତରେ ଯେଉଁ ଦକ୍ଷତା ଅଛି ଯେଉଁ ସେବା ମନବୃତ୍ତି ଅଛି ତାହାକୁ କେନ୍ଦ୍ରାପଡ଼ା ସାଂସଦ ଖୁବ ପସନ୍ଦ କରନ୍ତି | କାରଣ ସେବା କରିବା ପାଇଁ କୌଣସି ପଦ ପଦବୀ ର ଆବଶ୍ୟକ ନଥାଏ ଯାହା ରାଣୀ କରି ଦେଖାଉଛନ୍ତି | ଆଉ ରାଣୀ ଙ୍କର ଏହି ଗୁଣ ଅଭିନେତା ଅନୁଭବ ମହାନ୍ତି ଙ୍କୁ ଖୁବ ପ୍ରଭାବିତ କରୁଛି | ଆଉ ସୋସିଆଲ ମିଡ଼ିଆ ରେ ଅନୁଭବ ଙ୍କୁ ବିବାହ କରିବା ପାଇଁ ରାଣୀ ଯେଉଁ ମତ ରଖି ଥିଲେ ଆଉ ଅନୁଭବ ମହାନ୍ତି ଙ୍କର ଏଭଳି ସକାରାତ୍ମକ ପ୍ରତିକ୍ରିୟା କୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି |