ରାନୀ ପଣ୍ଡା ବୋଲଗଡ ମହୋତ୍ସବ ରେ ଉଡେଇଲେ ଚଉକା ଛକା..ମୁଁ ବାଂଝ ହେବି ପଛେ ଅନୁଭବ କୁ ବାହାହେବିନି… ଶୁଣିଲେ କାନରୁ ଧୂଆଁ ବାହାରିବ , କାରଣ କ’ଣ ?- ନୂଆ ଭିଡ଼ିଓ ଦେଖନ୍ତୁ

ଯଲିଉଡ କୁଇନ ତଥା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ।ସେ ଯେମିତି ଏକ ଚର୍ଚ୍ଚିତ, ବିବାଦୀୟ ଏବଂ ପରିଚିତି ଚେହେରା ତାହା ପ୍ରାୟତଃ ସମସ୍ତଙ୍କୁ ଜଣା। ନିଜର ବିବାଦୀୟ ମନ୍ତବ୍ୟ ଏବଂ ଭିନ୍ନ ଅନ୍ଦାଜ ର ପ୍ରସଙ୍ଗ ଉପସ୍ଥାପନା ପାଇଁ ସେ ଅନେକ ସମୟରେ ନଜରକୁ ଆସିଥାନ୍ତି। ତେବେ ଓଡିଶାର ଯାତ୍ରା ଜଗତର ସେ ହେଉଛନ୍ତି ଆଇଟମ ନମ୍ବର। ଦିନେ ତାଙ୍କ ଡାନ୍ସ ଦେଖିବା ପାଇଁ ଅଗଣିତ ପ୍ରସଂଶକ ପାଗଳ ହେଉଥିଲେ। ଆଉ ସେ ପରେ ନିଜର ଏଭଳି କିଛି କାର୍ଯ୍ୟ ଏବଂ ବୟାନ ପାଇଁ ବିବାଦୀୟ ହୋଇ ପଡିଲେ ଯେ ତାଙ୍କ ନାମ ଆଗରେ ଯୋଡି ହୋଇଗଲା ଜଣେ ବିବାଦୀୟ ଅଭିନେତ୍ରୀ ର ଟାଗ।

ଯାହାକୁ ନେଇ ଚାଲିଲା ଅନେକ ଚର୍ଚ୍ଚା ଏବଂ ବଢ଼ି ଚାଲିଲା ଆଲୋଚନା ଏବଂ ସମାଲୋଚନା। ନିଜର ରୋକଠକ ବୟାନ ପାଇଁ ବି ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏହାଛଡା ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି।

ତାଙ୍କର ଲୋକଙ୍କ ପ୍ରତି ସାହାଯ୍ୟ ମନୋଭାବ ବା ପରୋପକାରିତା ଅନେକଙ୍କୁ ବେଶ୍ ପସନ୍ଦ ଆସିଛି।ସେ ଲାଇଭ ଭିଡିଓ ଆସି ମଧ୍ୟ ତାଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି। ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।

ତେବେ ଅଭିନେତ୍ରୀ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି। ଏହାଛଡା ଅନେକ ସମୟରେ ସେ କୌଣସି ଘଟଣା ଉପରେ ତାଙ୍କ ଢଙ୍ଗରେ ଉଚିତ୍ ମନ୍ତବ୍ୟ ରଖି ସମସ୍ତଙ୍କ ନଜରକୁ ଆସିଥାନ୍ତି। ରାଣୀ ପଣ୍ଡା କହିଛନ୍ତି ଆମ ଭାରତରେ ସମସ୍ତ ଧର୍ମର ଲୋକମାନେ ବାସ କରନ୍ତି।ଲୋକମାନେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି।

ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ କି ନିଜକୁ ବାବା ବୋଲି କହିଥାନ୍ତି। ସେମାନେ ସାଂସାରିକ ଦୁନିଆ ଛାଡି ସବୁକିଛି ଭୁଲିଯାଇ ଜଣେ ସାଧୁ ହୁଅନ୍ତି ଏବଂ ସେ ହେବା ପରେ ସେ କେବଳ ଲୋକଙ୍କ ଭଲ ମନ୍ଦ ବିଷୟରେ କୁହନ୍ତି। ଲୋକମାନେ ତାଙ୍କ ନିକଟକୁ ଯାଇ ତାଙ୍କ ଠାରୁ ନିଜ ମଧ୍ୟରେ ଥିବା ଦୁଃଖ ଦୂର କରିବା ପାଇଁ ଯାଆନ୍ତି।

ତେବେ ନୂଆ ବର୍ଷ ଅବସର ରେ ବୋଲଗଡ଼ ର ଏକ କାର୍ଯ୍ୟକ୍ରମ ରେ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଦେଖିବା ପାଇଁ ମିଳିଛି, ଯିଏ କି ସବୁବେଳେ ବିବାଦ କୁ ନେଇ ଖୁବ ଚର୍ଚ୍ଚା ରେ ରହି ଥାଆନ୍ତି |

ଆଉ ସେ ଏହି ମହୋତ୍ସବରେ ଯୋଗ ଦେଇ ଅନେକ ଜନହିତକର କଥା କହିବା ସହିତ ସେହି ଅଞ୍ଚଳର ଗରିବ ଝିଅ ମାନଂକ ବାହାଘରରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତିମଧ୍ୟ ଦେଇଛନ୍ତି ଏବଂ ଲୋକମାନଙ୍କର ଯେତେବେଳେ ବି ଆବଶ୍ୟକ ପଡିବ ସେ ଚେଷ୍ଟାକରିବେ ସେମାନଙ୍କ ଦୁଃଖରେ ଛିଡା ହୋଇ ତାଙ୍କୁ ସାହାଯ୍ୟ କରିବେ । ତେବେ ଏହାପରେ ରାନୀ ପଣ୍ଡାଙ୍କ ପର୍ଫମାନ୍ସ ଦେଖିବାକୁ ମିଳିଛି ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି।