ବିଶ୍ବାସ ନହେଲେ ବି ସତ ! ରାମଲାଲଙ୍କ ପ୍ରସାଦ ଅପେକ୍ଷାରେ 81 ବର୍ଷିୟ ମହିଳା ଉର୍ମିଳା ଉପବାସ,ଏହି ମହିଳାଙ୍କ ପାଇଁ ଗୋଟିଏ ଶେୟାର ନିଶ୍ଚୟ କରନ୍ତୁ ..
ଭାରତ ହେଉଛି ଦେବତାଙ୍କ ଜନ୍ମଭୂମି, ତେଣୁ ଭାରତକୁ ଦେବଭୂମି ମଧ୍ୟ କୁହାଯାଏ । ଏହି ଦେବଭୂମି ଭାରତ ବର୍ଷରେ ରହିଛି ଅନେକ ମନ୍ଦିର ଆଉ ମସଜିଦ୍ । ଆମ ଦେଶରେ ସବୁ ପ୍ରକାର ଧର୍ମାବଲମ୍ବୀ ବାସ କରନ୍ତି । ସେଥିମଧ୍ୟରୁ ହିନ୍ଦୁ ଧର୍ମାବଲମ୍ବୀ ଅଧିକ ବସବାସ କରନ୍ତି । ତେଣୁ ହିନ୍ଦୁ ମାନଙ୍କ ମନ୍ଦିର ଭାରତରେ ଚାରିଆଡେ ଦେଖିବାକୁ ମିଳେ । ଶାସ୍ତ୍ର ପୁରାଣରେ ମନ୍ଦିରକୁ ଏକ ପବିତ୍ର ଏବଂ ପୂର୍ଣ୍ଣ୍ୟ ସ୍ଥାନ ବୋଲି ବର୍ଣ୍ଣିତ କରାଯାଇଛି ।
ତେଣୁ କୁହାଯାଏ ଯେ ମନ୍ଦିର ଗଲେ ଆମର ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ଠାକୁର ଦର୍ଶନ କରିଲେ ଆମର ସମସ୍ତ ବିପଦ ଦୂର ହୋଇଥାଏ ଏବଂ ଆମର ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ।
ଆମ ଦେଶର ପ୍ରତ୍ୟେକ ନାଗରୀକମାନେ ଧାର୍ମିକ କାର୍ଯ୍ୟକ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନଙ୍କୁ ପୂଜା,ଭକ୍ତି କରିବା ସହିତ ଉପବାସ ମଧ୍ୟ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ଭିତରକୁ ନେଇଯିବୁ ,ଯେଉଁଠି ଏକ ଭକ୍ତ ତଥା ଶ୍ରଦ୍ଧାଳୁ ଭଗବାନ ଙ୍କ ପାଇଁ ଅନ୍ନ ତ୍ୟାଗ କରି ଦେଇଛନ୍ତି । ଆସନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା ବିଷୟରେ ।
ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ବିଜୟନଗର ରେ ରହୁଥିବା ଉର୍ମିଳା ଚତୁର୍ବେଦୀ ନାମକ ଜଣେ 81 ବର୍ଷିୟ ମହିଳା । 1992 ଡିସେମ୍ବର 6 ତାରିଖରେ ଅଯୋଧ୍ୟାର ପୂର୍ବ ବିବାଦିୟ ଢାଞ୍ଚା ଭାଙ୍ଗିବା ପରେ ଉର୍ମିଳା ଶପଥ କରିଥିଲେ ଯେ , ଯେବେ ରାମ ମନ୍ଦିର ପାଇଁ ଭୂମି ପୂଜନ ହେବ ସେହି ଦିନ ସେ ଅନ୍ନ ଗ୍ରହଣ କରିବେ ,ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ସେ ତାଙ୍କର ଶପଥ ନଭାଙ୍ଗି ସେବେଠାରୁ ଆଜି ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରି ନାହାଁନ୍ତି ।
ଆଉ ଚଳିତ ବର୍ଷ ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ୟାଉଥିବା ରାମମନ୍ଦିର ପାଇଁ ଭୂମି ପୂଜନ କରିବାକୁ ଯାଉଛନ୍ତି , ସେହି ଦିନ ତାଙ୍କର ଅପେକ୍ଷାର ଅନ୍ତ ଘଟିବା ସହିତ ତାଙ୍କର ମନସ୍କାମନା ପୂରଣ ହେବ ବୋଲି ସ୍ବୟଂ ଉର୍ମିଳା ଦେବୀ ପ୍ରକାଶ କରିଛନ୍ତି ।
ବର୍ତ୍ତମାନ ସମୟରେ ସେ କେବଳ ଫଳମୂଳ ଆହାର କରୁଛନ୍ତି ଏବଂ ସର୍ବଦା ରାମନାମ ଜପ କରି ନିଜ ଦିନକୁ ଅତିବାହିତ କରୁଛନ୍ତି । କିନ୍ତୁ ତାଙ୍କୁ ଏଥିପାଇଁ ତଥା ଏହି ଉପବାସରୁ ନିବୃତ ହେବା ପାଇଂ ତାଙ୍କ ପରିବାର ଲୋକ ଯେତେ ପ୍ରକାର ବୁଝାଇ ଥିଲେ ମଧ୍ୟ ସେ ତାଙ୍କର ଜିଦି ତଥା ନିଷ୍ପତିରେ ଅଟଳ ଥିଲେ ।
ଆଉ ବର୍ତ୍ତମାନ ସମୟରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ବିଚାର ଶୁଣିବା ପରେ ସେ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାନ ଜ୍ଞାପନ କରିଛନ୍ତି । ଏହାଛଡା ଭୂମି ପୂଜାରେ ସେ କିପରି ଉପସ୍ଥିତ ରହିବେ ସେ ନେଇ ଚିନ୍ତା କରୁଛନ୍ତି ।
ତାଙ୍କର ଏହି ଭଗବାନଙ୍କ ପ୍ରତି ଅତୁଟ ବିଶ୍ବାସ ଏବଂ ଭକ୍ତି ଦେଖିବା ପରେ ଜଣାପଡିଛି ଯେ ସେ ହେଉଛନ୍ତି ଜଣେ ଭଗବାନଙ୍କର ଅତିପ୍ରିୟ ତଥା ନିଷ୍ଠାପର ଭକ୍ତ ଅଟନ୍ତି । ବର୍ତ୍ତମାନ ଉର୍ମିଳାଙ୍କୁ 84 ବର୍ଷ, ତେବେ ସେ ନିଜ ଜୀବନ ଶେଷ ମୂହୂର୍ତ୍ତକୁ ସେହି ଅଯୋଧ୍ୟାରେ ହିଁ ରହି କାଟିବେ ବୋଲି ଆଶା ପ୍ରକାଶ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।