ସେଲ୍ୟୁଟ ! ପୁରୁଷ ଦିବସରେ ମାନବିକତାର ଉଦାହରଣ ପାଲଟିଲେ ଟ୍ରାଫିକ କନେଷ୍ଟବଳ ପ୍ରିୟଙ୍କା, ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ…..
ସାମ୍ନା କୁ ଆସିଲା ଉଦାରତା ଏବଂ ମାନବିକତା ର ନିଛକ ପ୍ରତିଛବି। ପୋଲିସ୍ ପ୍ରତି ରହିଥିବା ଲୋକଙ୍କ ଧାରଣା ସବୁବେଳେ ସମାନ ନୁହଁ ତାହା ଏହି ଘଟଣାରୁ ସ୍ପଷ୍ଟ ଭାବରେ ଅନୁମୟ। କେବଳ ଆଇନ୍ ଉଲ୍ଲଂଘନ କଲେ ପୋଲିସ୍ କଠୋର ହୋଇ ଯାଏ ତାହା ନୁହେଁ ବରଂ ଅସୁବିଧା ସମୟରେ ମଧ୍ୟ ସେ ସହାୟତାର ହାତ ବଢ଼ାଇ ନିଜର ଦୟା ଭାବନା କୁ ପ୍ରଦର୍ଶନ କରିଥାଏ।
ସେହିପରି ରାଜଧାନୀ ଭୁବନେଶ୍ୱର ରେ ମହାନତା ଦେଖାଇଲେ ଜଣେ ମହିଳା ଟ୍ରାଫିକ ପୋଲିସ୍।ସେ ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ଯୋଗାଇଲେ ପ୍ରାଥମିକ ଚିକିତ୍ସା ସେବା।
ଅନେକ ସମୟରେ ଏମିତି ଖବର ଶୁଣିବାକୁ ମିଳିଥାଏ ଯେ ପୋଲିସ୍ ରାସ୍ତାରେ ଲୋକଙ୍କୁ ବିଭିନ୍ନ ପ୍ରକାର ଅସୁବିଧାରେ ସାହାଯ୍ୟ କରିଥାଏ।ଆଉ ସେଥିପାଇଁ ଅନେକ ପ୍ରଶଂସା ଏବଂ ସାବାସି ମଧ୍ୟ ମିଳିଥାଏ। ସେହିପରି ଓଡ଼ିଶାର ରାଜଧାନୀ ରେ ଏବେ ଜଣେ ମହିଳା ଟ୍ରାଫିକ ପୋଲିସଙ୍କ ମହାନତା ଦେଖିବାକୁ ମିଳିଛି ।
ସେ ତାଙ୍କର ଡିଉଟି ରେ ଥିବା ବେଳେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ସେ ସହାୟତା ପୂର୍ଣ୍ଣ ଚିକିତ୍ସା ପାଇଁ ଆଗେଇ ଆସିଥିଲେ।ଏହାପରେ ମହିଳାଙ୍କ ଏହିଭଳି ଏକ ଅଵସ୍ଥା ଦେଖି ଚିକିତ୍ସା କଲେ ନିଜେ ଟ୍ରାଫିକ କର୍ମଚାରୀ । ଆପଣ ଦେଖିବାକୁ ପାଉଥିବେ କିପରି ଭାବରେ ନିଜ ହାତରେ ମହିଳାଙ୍କ ଚିକିତ୍ସା କରୁଛନ୍ତି ଟ୍ରାଫିକ ପୋଲିସ ର ଏହି ଭଉଣୀ ଜଣକ।
ତେବେ ନିଜ ହାତରେ ମହିଳାଙ୍କ ସେବା ଚିକିତ୍ସା କରିବା ପୁଣି ତାହା ରାସ୍ତାକଡ଼ ରେ ଯାହା ତାଙ୍କୁ ଅନେକ ସମ୍ମାନ ଏବଂ ପ୍ରଶଂସା ଆଣି ଦେଇଛି।ଦେଖନ୍ତୁ କିଭଳି ଭାବରେ ତାଙ୍କୁ ନିଜେ ଚିକିତ୍ସା କଲେ ମହିଳା ଟ୍ରାଫିକ କର୍ମଚାରୀ ଜଣଙ୍କ । ଆହତ ମହିଳାଙ୍କ ପ୍ରାଥମିକ ଚିକତ୍ସା କଲେ ଟ୍ରାଫିକ କର୍ମଚାରୀ ।
ଏଥିପାଇଁ ସେ ଫାର୍ଷ୍ଟ୍ ଏଡ୍ ବକ୍ସ ଆଣି ତାଙ୍କ ପାଦ ଧରି ବାନ୍ଦେଜ କରିଛନ୍ତି ଯତ୍ନର ସହିତ।ତେବେ ଘଟଣା ଅନୁସାରେ ଏକ ଦୁର୍ଘଟଣାରେ ଉକ୍ତ ଯୁବତୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଆଘାତ ଲାଗିବା ପରେ ସଙ୍ଗେ ସଙ୍ଗେ ଜାଭିୟର ଛକରେ ଡ୍ୟୁଟି କରୁଥିବା ଏହି ମହିଳା ଟ୍ରାଫିକ କର୍ମଚାରୀ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ।
ଏହାପରେ ଟ୍ରାଫିକ କର୍ମଚାରୀ ଜଣଙ୍କ ଯୁବତୀଙ୍କୁ ଫୁଟପାଥ୍ରେ ବସାଇ ଚିକିତ୍ସା କରିଥିଲେ। ଭୁବନେଶ୍ୱର ଜାଭିୟର ଛକରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପରେ ସମସ୍ତେ ଏହି ମହିଳା ଟ୍ରାଫିକ ପୋଲିସ ଙ୍କ ଭୂରି ଭୂରି ପ୍ରଶଂସା କରିବାରେ ଲାଗିଛନ୍ତି।
ତାଙ୍କର ଏହି ମହାନତା ବିଷୟରେ ସୋସିଆଲ ମିଡିଆରେ ଖବର ପ୍ରସାରଣ ପରେ କମିଶନରେଟ ପୋଲିସ୍ ମଧ୍ୟ ତାଙ୍କୁ ଡାକି ସ୍ବାଗତ ଜଣାଇବା ସହିତ ମହିଳା ଟ୍ରାଫିକ ପୋଲିସ ଙ୍କୁ ସାବାସୀ ମଧ୍ୟ ଦେଇଛନ୍ତି ବୋଲି ସୂଚନା ମିଳିଛି।ଏହି ଦୃଶ୍ୟ ବାସ୍ତବରେ ଏକ ମାନବିକତା ର ପରିଚୟ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।