Health Tips – ପୁରୁଣା ରୁ ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧା ସବୁଦିନ ପାଇଁ ଦୂର ହୋଇଯିବ ୧୦୦% ଗ୍ୟାରେଣ୍ଟି

ଆଜି କାଲି ଆଣ୍ଠୁ ଗଣ୍ଠି ସମସ୍ୟା ପ୍ରାୟତଃ ସାଧାରଣ ହୋଇ ଗଲାଣି। ବୃଦ୍ଧ ଠାରୁ ଆରମ୍ଭ କରି ଯୁବକ ମାନଙ୍କ ର ମଧ୍ୟ ଏହି ସମସ୍ୟା ଦେଖାଯାଏ। ତେବେ ଏହି ସମସ୍ୟା ର ଅନେକ କାରଣ ହୋଇଥାଏ । କିନ୍ତୁ ଆଜି ମୁଁ ଆପଣ ଙ୍କୁ ଏକ ଘରୋଇ ଓ ସହଜ ଉପଚାର ବିଷୟ ରେ କହିବି ଯାହାଦ୍ବାରା ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା କୁ ଦୁର କରି ପାରିବେ । ତେବେ ଆସନ୍ତୁ ଜାଣିବା ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ପିଆଜ। ଯଦି ଆପଣ ଙ୍କ ର ଗୋଟିଏ ଗୋଡ଼ ବିନ୍ଧୁଛି ତେବେ ଆପଣ ଗୋଟିଏ ପିଆଜ ର ପ୍ରୟୋଗ କରନ୍ତୁ ଆଉ ଯଦି ଦୁଇଟି ଗୋଡ଼ ବଥା କରୁଛି ତେବେ ଆପଣ ଦୁଇଟି ପିଆଜ ର ପ୍ରୟୋଗ କରନ୍ତୁ । ତେବେ ପ୍ରଥମେ ପିଆଜ କୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଓ ଏହା ପରେ ଏହାକୁ ଛେଚି ଦିଅନ୍ତୁ । ଏହା କୁ ଅଧା ଛେଚା କରି ଏକ ପାତ୍ର କୁ କାଢି ଦିଅନ୍ତୁ ଏହା ପରେ ଏଥିରେ ଆପଣ ଙ୍କୁ ପ୍ରୟୋଗ କରିବା ପାଇଁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ମେଥି ଗୁଣ୍ଡ ।

ଏଥିରେ ଆପଣ ଏକ ଚାମଚ୍ ମେଥି ଗୁଣ୍ଡ ମିଶାନ୍ତୁ । ଏହା ପରେ ତୃତୀୟ ସାମଗ୍ରୀ ଆବଶ୍ୟକ ସୁଣ୍ଠି ଗୁଣ୍ଡ ।ଏକ ଚାମଚ୍ ସୁଣ୍ଠୀ ଗୁଣ୍ଡ ଏଥିରେ ମିଶାଇ ଦିଅନ୍ତୁ । ଏହା ପରେ ଏଥିରେ ଆପଣ ଏକ ଚାମଚ୍ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ ।।ଏହା ପରେ ଏଥିରେ ମିଶାଇବା ପାଇଁ ଆପଣ ଙ୍କୁ ଶେଷ ସାମଗ୍ରୀ ଆବଶ୍ୟକ ଜଡ଼ା ତେଲ। ଜଡ଼ା ତେଲ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କୁ ଭଲ କରିବା ପାଇଁ ବହୁତ୍ ଉପକାରୀ ସାମଗ୍ରୀ ଅଟେ ।ତେଣୁ ଏହାର ପ୍ରୟୋଗ ନିହାତି କରନ୍ତୁ।

ଏହି ସବୁ ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ।ଏହା ପରେ ଆଉ ଏକ ପାତ୍ର ରେ ଅଟା ଚକୁଡ଼ି ଏହାର ଅଟା ଗୋଲା ପ୍ରସ୍ତୁତ କରନ୍ତୁ । ଏହା ପରେ ଏକ ତାୱା କୁ ହାଲୁକା ଗରମ୍ କରି ସେହି ଅଟା କୁ ରୁଟି ପରି ହାଲୁକା ଭାବେ ଗରମ୍ କରି ଦିଅନ୍ତୁ । ଏହା ପରେ ପୂର୍ବରୁ ଯେଉଁ ରେମିଡି ପ୍ରସ୍ତୁତ କରି ଥିଲେ ତାକୁ ମଧ୍ୟ ହାଲୁକା ଭାବେ ଗରମ୍ କରି ଦିଅନ୍ତୁ ।

ଏହା ପରେ ଆପଣ ଙ୍କ ର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଯେଉଁଠି ହେଉଛି ପ୍ରଥମେ ସେହି ମିଶ୍ରଣ କୁ ଲଗାଇ ଦିଅନ୍ତୁ ଓ ଏହା ଉପରେ ଅଟା ରେ ଯେଉଁ ରୁଟି ପରି ପ୍ରସ୍ତୁତ କରି ରଖିଥିଲେ ତାକୁ ଲଗାଇ ଦିଅନ୍ତୁ । ଏହା ପରେ ଏକ ସୂତା କପଡା ରେ କିମ୍ବା ବ୍ୟନ୍ଦେଜ ଏହାକୁ ହାଲୁକା ବାନ୍ଧି ଦିଅନ୍ତୁ । ଏହାକୁ ଆପଣ ରାତି ରେ ଶୋଇବା ପୁର୍ବରୁ ପ୍ରୟୋଗ କରନ୍ତୁ । ଯଦି ଆପଣ ଫ୍ରି ରହିଛନ୍ତି ଘରେ ତେବେ ଏହାକୁ ଯେକୌଣସି ସମୟରେ ମଧ୍ୟ କରି ପାରିବେ। ଏହି ଉପାୟ କୁ ୧୫ ଦିନ କରନ୍ତୁ ।

ଦେଖିବେ ଆପଣ ଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟା ଧୀରେ ଧୀରେ ଦୁର ହୋଇଯିବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।