ପୁରୁଣା ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ରଖିଛନ୍ତି କି ? ପୁରୁଣା ୫,୧୦ ଟଙ୍କିଆ ମୁଦ୍ରା ଦେଇ ବନି ଯାଆନ୍ତୁ କୋଟିପତି । ଜାଣନ୍ତୁ ହେବେ କେମିତି ମାଲାମାଲ….
ଦୁନିଆରେ ବିଭିନ୍ନ ଲୋକଙ୍କର ସଉକ ଭିନ୍ନ ଭିନ୍ନ।ବହୁତ୍ ଲୋକଙ୍କର ଏମିତି ଅଭ୍ୟାସ ରହିଛି କି ସେମାନେ ପୁରୁଣା ମୁଦ୍ରା ସଂଗ୍ରହ କରିବା ପାଇଁ ପସନ୍ଦ କରିଥାନ୍ତି। ସେହିଭଳି ଯଦି ଆପଣଙ୍କର ପୁରୁଣା ମୁଦ୍ରା ସଂଗ୍ରହ କରିବାର ଅଭ୍ୟାସ ରହିଛି ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ।ଏହି ପୁରୁଣା ମୁଦ୍ରା ଦ୍ବାରା ଆପଣ କୋଟିପତି ହୋଇ ପାରିବେ। ସାଧାରଣତଃ ଆମେ ପୁରୁଣା ହୋଇ ଯାଉଥିବା ଜିନିଷକୁ ବ୍ୟବହାର କରିନଥାଉ କିମ୍ବା ଏହାର ଯତ୍ନ ମଧ୍ୟ କରି ନଥାଉ।
ଅପରପକ୍ଷେ କିନ୍ତୁ ଏହାର ଚାହିଦା ଆନ୍ତର୍ଜାତୀୟ ବଜାରରେ ବେଶ୍ ଭଲ ରହିଥାଏ। ସେହିଭଳି ଆପଣ ଏହି ପୁରୁଣା ମୁଦ୍ରା ଦ୍ବାରା ହେବାକୁ ଯାଉଛନ୍ତି ମାଲାମାଲ୍।
ତେବେ ଏହି ପୁରୁଣା ମୁଦ୍ରା ବର୍ତ୍ତମାନ ଆପଣଙ୍କୁ ବହୁତ ଟଙ୍କା ଯୋଗାଇ ଦେଇ ପାରିବ ଏବଂ ଆପଣଙ୍କୁ ମାତ୍ର କିଛି ସେକେଣ୍ଡରେ ଧନୀ ମଧ୍ୟ କରିପାରିବ, ଯାହା ବିଷୟରେ ଆପଣ ଭାବି ପାରିବେ ନାହିଁ କିମ୍ବା ଏହା ଆପଣଙ୍କୁ ଜଣା ମଧ୍ୟ ନାହିଁ।
ତେବେ ଆଜିକାଲି ଏହାର ଚାହିଦା ଅନଲାଇନ୍ ପ୍ଲାଟଫର୍ମ ରେ ବଢ଼ିବାରେ ଲାଗିଛି।ତେବେ ଆଜିକାଲି ଇ-କମର୍ସ ୱେବସାଇଟ ରେ ଏହିଭଳି ଧନୀ ହେବାର ସମାନ ସୁଯୋଗ ମିଳୁଛି । ରିପୋର୍ଟ ଅନୁଯାୟୀ, ଯଦି ଆପଣଙ୍କ ପାଖରେ ବୈଷ୍ଣୋ ଦେବୀଙ୍କ ସହିତ ଖୋଦିତ ୫ ଏବଂ ୧୦ ଟଙ୍କା ମୂଲ୍ୟର ମୁଦ୍ରା ଅଛି ଆପଣ ସେଗୁଡ଼ିକୁ ଅନଲାଇନ ୱେବସାଇଟ ରେ ନିଲାମ କରି ପାରିବେ। ଏହି ମୁଦ୍ରାଗୁଡିକ ସରକାରଙ୍କ ଦ୍ୱାରା ୨୦୦୨ରେ ଜାରି କରା ଯାଇଥିଲା।
ଏହି ମୁଦ୍ରାର ବର୍ତ୍ତମାନ ପର୍ଯ୍ୟନ୍ତ ଚାହିଦା ଅଧିକ ରହିଛି । ଯେହେତୁ, ହିନ୍ଦୁ ଧର୍ମରେ ବୈଷ୍ଣୋ ଦେବୀଙ୍କୁ ପୂଜା କରାଯାଏ, ଲୋକମାନେ ଏହିପରି ଗୋଟିଏ ମୁଦ୍ରାର ମାଲିକ ହେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିପରି ଆଉ ଏକ ସୁଯୋଗ ଯାହା ଆପଣଙ୍କୁ କିଛି ସେକେଣ୍ଡରେ ଧନୀ କରିପାରେ ତାହା ହେଉଛି ୭୮୬ ସିରିଜ୍ ସହିତ ଥିବା ମୁଦ୍ରା ନୋଟ୍ ।
ବିଶେଷ କରି ମୁସଲମାନ ସମ୍ପ୍ରଦାୟରେ ଏହି ସିରିଜ୍ ଅତ୍ୟନ୍ତ ଲୋକପ୍ରିୟ ଅଟେ କାରଣ ୭୮୬ ସିରିଜ୍ ସହିତ ମୁଦ୍ରା ଶୁଭ ବୋଲି ବିବେଚନା କରାଯାଏ ଏବଂ ଏହାର ମାଲିକାନା ସମୃଦ୍ଧିର ସଙ୍କେତ ଅଟେ ବୋଲି କୁହାଯାଏ। ତେଣୁ ଲୋକମାନେ ଏହିପରି ମୁଦ୍ରାର ମାଲିକ ହେବା ପାଇଁ ଭଲ ପରିମାଣର ଅର୍ଥ ଖର୍ଚ୍ଚ କରୁଥିବାର ଦେଖାଯାଉଛି।
ତେବେ ଆପଣ ଏହି ସୁଯୋଗ ର ହାତ ଛଡା ଆଦୌ କରନ୍ତୁ ନାହିଁ। ଏହିପରି ମୁଦ୍ରା ଏବଂ ଏହି ମୁଦ୍ରାକୁ ପାଇବା ପାଇଁ ଆପଣ ଆପଣଙ୍କ ଡ୍ରରେ ଖୋଜିବା ଆରମ୍ଭ କରନ୍ତୁ। ଯଦି ଆପଣ ଏହାକୁ ପାଉଛନ୍ତି ତେବେ ଏହାକୁ ଅନଲାଇନ୍ ରେ ବିକ୍ରି କରିବା ପାଇଁ ଛାଡନ୍ତୁ ଏବଂ ନିଲାମରେ ରଖି ଅନଲାଇନ ରେ ଆପଣ ବହୁତ୍ ଶୀଘ୍ର ଟଙ୍କା ରୋଜଗାର କରି ପାରିବାର ସୁବର୍ଣ୍ଣ ସୁଯୋଗ ପାଇବେ।ଏହି ସୁଯୋଗର ଫାଇଦା ଉଠାନ୍ତୁ ଏବଂ ମାଲାମାଲ୍ ବନି ଯାଆନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।