ପୁରୀ ଜଗନ୍ନାଥ ମନ୍ଦିରର ଏହି ୧୦ଟି ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…..
ପୁରୀ ର ଜଗନ୍ନାଥ ମନ୍ଦିର ପୁରୀ ଜିଲ୍ଲା ର ମଧ୍ୟ ଭାଗରେ ଅବସ୍ଥିତ। ଏହି ମନ୍ଦିର ରେ ଭଗବାନ ଜଗନ୍ନାଥ , ବଳଭଦ୍ର ,ଦେବୀ ସୁଭଦ୍ରା ଓ ଅର୍ଜୁନ ଙ୍କ ର ପୂଜିତ ଦେଉଳ । କଳିଙ୍ଗ ର କଳା କର୍ତୁତ୍ୟ ରେ ଏହି ମନ୍ଦିର ତିଆରି । ଓଡ଼ିଶା ର ଜୀବନ ଶୈଳୀ ଓ ଓଡ଼ିଶା ର ସଂସ୍କୃତି ଉପରେ ଏହି ମନ୍ଦିର ସ୍ଥାପିତ । ବିଶ୍ଵ ର ପୂର୍ବ ଦକ୍ଷିଣ କୋଣ ରେ ଭାରତ ଭାରତ ର ଅଗ୍ନି କୋଣ ରେ ପୁରୀ ଓ ପୁରୀ ର ଅଗ୍ନି କୋଣ ରେ ବଡ଼ ଦେଉଳ ଓ ବଡ଼ ଦେଉଳ ର ଅଗ୍ନି କୋଣ ରେ ରୋଷ ଶାଳା ଯେଉଁଠି କାଳ କାଳ ରି ଅଗ୍ନି ପ୍ରଜ୍ବଳିତ ହୁଏ ।
ଏହା ମୋହଦାଧି କୁଳ ରେ ଅବସ୍ଥିତ ଥିଲେ ବି ଏଠାରେ କୂଅ ଖୋଲିଲେ ଲୁଣ ପାଣି ନଝରି ମିଠା ପାଣି ଝରି ଥାଏ ।
1- ସମୁଦ୍ର ର ପବନ , ଏହା ଦିନ ରେ ଗୋଟେ ଦିଗ ରେ ଗତି କରୁଥିବା ବେଳେ ସଂଧ୍ୟା ରେ ଏହାର ଓଲଟା ଦିଗ ରେ ଗତି କରେ। ସମୁଦ୍ର ର ପବନ ସାଧାରଣ ସମୁଦ୍ର ଆଡୁ ସ୍ଥଳ ଭାଗ କୁ ଆସି ଥାଏ କିନ୍ତୁ ଏଠାରେ ପବନ ସ୍ଥଳ ଭାଗ ରୁ ସମୁଦ୍ର ଆଡ଼କୁ ଗତି କରି ଥାଏ ।
2- ସୁଦର୍ଶନ ଚକ୍ର , ଏହି ରହସ୍ୟ ମାନଙ୍କ ଭିତରୁ ଅନ୍ୟ ଏକ ରହସ୍ୟ ହେଉଛି ଏହି ମନ୍ଦିର ରେ ସ୍ଥାପିତ ନୀଳଚକ୍ର ବା ସୁଦର୍ଶନ ଚକ୍ର । ଏହି ଚକ୍ର ଅଷ୍ଟଧାତୁ ରେ ନିର୍ମିତ ଓ ଏହି ଚକ୍ର କୁ ଭଗବାନ ଙ୍କ ସୁଦର୍ଶନ ଚକ୍ର ବୋଲି ମଧ୍ୟ କୁହାଯାଏ । ଏହି ଚକ୍ର ର ରହସ୍ୟ ହେଉଛି ଆପଣ ଏହି ଚକ୍ର କୁ ଯେକୌଣସି ଦିଗ ରୁ ଦେଖନ୍ତୁ ନା କାହିଁକି ଏହି ଚକ୍ର ଆପଣ ଙ୍କ ଆଡ଼କୁ ମୁହଁ କରିଥିବାର ଦେଖା ଯିବ।
3- ଏହା ବିଶ୍ବ ରେ ଏକ ମାତ୍ର ମନ୍ଦିର ଯାହାର ଛାଇ କେବେ ତଳେ ପଡି ନାହିଁ କିମ୍ବା ପ୍ରତି ଫଳିତ ହୁଏ ନାହିଁ ।
4- ଏହି ମନ୍ଦିର ରେ ଉଡୁଥିବା ପତାକା ଯାହାକୁ ପତିତପାବନ ବାନା କୁହାଯାଏ ଏହା ମଧ୍ୟ ରେ ଏମିତି ରହସ୍ୟ ରହିଛି ଯାହାକୁ ବୈଜ୍ଞାନିକ ମାନେ ଆଜି ଯାଏଁ ଖୋଜି ବାହାର କରି ପାରି ନାହାଁନ୍ତି । ସାରା ବିଶ୍ବରେ ଏହା ହିଁ ଏମିତି ଏକ ପତାକା ଯାହା ପବନ ର ବିପରୀତ ଦିଗ ରେ ଉଡି ଥାଏ ।
5- ଭାରତ ର ଅନେକ ମନ୍ଦିର ର ର ଚୁଡ଼ା ରେ ଆପଣ ମାନେ ପକ୍ଷୀ ମାନଙ୍କୁ ବସିଥିବା ର ଦେଖି ଥିବେ କିମ୍ବା ଉଡୁଥିବା ର ଦେଖିଥିବେ । କିନ୍ତୁ ପୁରୀ ର ଜଗନ୍ନାଥ ମନ୍ଦିର ଏକ ଏମିତି ମନ୍ଦିର ଯାହା ଉପରେ କୌଣସି ପକ୍ଷୀ ଉଡୁଥିବା ର ନା ବିମାନ ଉଡି ଥିବାର କେହି ଦେଖି ନାହାନ୍ତି । ଏହି ମନ୍ଦିର ସ୍ଥାପିତ ହେବା ପର ଠାରୁ ଏହି ମନ୍ଦିର ରେ କୌଣସି ପକ୍ଷୀ ଉଡୁଥିବା ର କେହି ଦେଖି ନାହାନ୍ତି ।
6- ସମୁଦ୍ର ଠାରୁ ଶ୍ରୀ ମନ୍ଦିର କୁ ରକ୍ଷା କରିବା । ଏହା ଆଗରୁ ସମୁଦ୍ର ଶ୍ରୀ ମନ୍ଦିର କୁ ତିନି ଥର ଭାଙ୍ଗି ଥିଲା ତେଣୁ ଭଗବାନ ନିଜେ ସେଠାରେ ହନୁମାନ ଙ୍କୁ ନିୟୋଜିତ କରି ଥିଲେ ଶ୍ରୀ ମନ୍ଦିର କୁ ସମୁଦ୍ର କୁ ରକ୍ଷା କରିବା ପାଇଁ ।
7- ସମୁଦ୍ର ର ଗର୍ଜନ, ସମଗ୍ର ପୁରୀ ରେ ସମୁଦ୍ର ର ଗର୍ଜନ ଶୁଭୁ ଥିବା ବେଳେ ସିଂହ ଦ୍ଵାରା ରେ ପାଦ ଦେବା ମାତ୍ରେ ସମୁଦ୍ର ର ଗର୍ଜନ ଆଉ ଶୁଭେ ନାହିଁ ।
8- ଆଉ ଏକ ଚମତ୍କାରିତା ହେଉଛି ଏଠାରେ ପ୍ରତିଦିନ ଜଗନ୍ନାଥ ଙ୍କ ମୂର୍ତ୍ତି ବଦଳି ଥାଏ । ଏଠାରେ ଶ୍ରୀ କୃଷ୍ଣ ଙ୍କୁ ଜଗନ୍ନାଥ କୁହା ଯାଏ। ପ୍ରତି ବାର ବର୍ଷ ରେ ଏଠାରେ ନବକଳେବର ହୋଇ ଥାଏ । କିନ୍ତୁ ଆକାର ସମାନ ରହି ଥାଏ ।
9- ବିଶ୍ଵ ରେ ସବୁ ଠାରୁ ବଡ ରଥ ଯାତ୍ରା ଏଠାରେ ଅନୁଷ୍ଠିତ ହୁଏ। ଏଠାରେ ରଥ କୁ ସୁନା ର ଝାଡୁ ରେ ଛେରା ପହଁରା କରାଯାଏ ଓ ଏହା କରନ୍ତି ଠାକୁର ରାଜା ।
10- ମହା ପ୍ରସାଦ ଏହାକୁ ପ୍ରସ୍ତୁତ କରିବା ପାଇଁ ୫୦୦ ରନ୍ଧୁନି ଓ ୩୦୦ ସହକ୍ରମି ନିଯୁକ୍ତି ହୋଇ ଥାଆନ୍ତି । ଆଶ୍ଚର୍ଯ୍ୟ ର କଥା ହେଉଛି ଯେ ଏହି ମହାପ୍ରସାଦ କୁ ଯେତେ ଲୋକ ଖାଇଲେ ମଧ୍ୟ ଏହା ସରେ ନାହିଁ କିମ୍ବା ବଳେ ନାହିଁ । ଏହା କେମିତି ସମ୍ଭବ ହୋଇଥାଏ ହଜାର ଲୋକ ଙ୍କ ର ଖାଦ୍ୟ ଲକ୍ଷେ ଲୋକ ଖାଇ ଥାଆନ୍ତି କିନ୍ତୁ ଏହା କେବେ ସରେ ନାହିଁ କି ବଳେ ନାହିଁ ଏହା କେମିତି ସମ୍ଭବ ହୋଇଥାଏ ଏହାର ଉତ୍ତର ଆଜି ଜାଏ କାହାରି ପାଖରେ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।