ପୁଣିଥରେ ଓଡ଼ିଶାରେ ଲକ୍ ଡାଉନ୍ । କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ସରକାର !! ଜରୁରୀ କାଳୀନ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ….
ଦୀର୍ଘଦିନ ପରେ ପୁଣି କରନା ମହାମାରୀ ର ଆଉ ଏକ ନୂଆ ରୂପକୁ ନେଇ ଏବେ ସାରା ଦେଶରେ ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି।ଆଉ ସେଥିପାଇଁ ଏବେ ଲୋକେ ଏକ ଚିନ୍ତା ଭିତରେ ରହିଛନ୍ତି।ଆଉ ସେହି ପରିପ୍ରେକ୍ଷୀରେ ସବୁବେଳେ ଆଗୁଆ ପଦକ୍ଷେପ ନେଇ ଲୋକଙ୍କୁ ସଚେତନ କରିବା ସହିତ ଲୋକଙ୍କ ସୁରକ୍ଷା କୁ ଗୁରୁତ୍ଵ ଦେଉଥିବା ଓଡ଼ିଶା ସରକାର୍ ନିଜର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କୋଭିଡ ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି। କୋରନା ମହାମାରୀ କୁ ନେଇ ଆଗୁଆ ସତର୍କ ହେଉଛି ଓଡ଼ିଶା। ଓଡ଼ିଶାର ସବୁ ଜିଲ୍ଲାରେ କୋଭିଡ କଟକଣା କୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି।
ଭିଡ ଜାଗା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ସହିତ ବଜାର ଏବଂ ଧର୍ମାନୁଷ୍ଠାନ ଉପରେ ବିଶେଷ ନଜର ରହିବ। କାରଣ ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଏହାକୁ ନେଇ ସଚେତନ ରହିବା ନିହାତି ଆବଶ୍ୟକ। ଏହାଛଡା ପୂର୍ବ ଅପେକ୍ଷା ଅଧିକ କରନା ପରୀକ୍ଷା କରାଯିବାକୁ ନିର୍ଦ୍ଦେଶ।ତେବେ ସୂଚନା ଅନୁସାରେ ମହାରାଷ୍ଟ୍ର ରେ କରନା ର ନୂଆ ଷ୍ଟ୍ରେନ ଦେଖା ଯାଇଥିବା ବେଳେ ସେଠାକାର ସରକାର ଏବଂ ଜିଲ୍ଲା ପ୍ରଶାସନ ନିର୍ଦ୍ଦିଷ୍ଟ ଜିଲ୍ଲାରେ ଲକ୍ ଡାଉନ୍ ଜାରି କରିଥିବା ବେଳେ ଏପଟେ ଓଡ଼ିଶାର ରାଜ୍ୟ ସରକାର ମହାରାଷ୍ଟ୍ର ପରେ ଦ୍ଵିତୀୟ ରାଜ୍ୟ ଭାବରେ ଏଥିପ୍ରତି ଆଗୁଆ ସଚେତନ ହୋଇଛନ୍ତି।
ଆଉ ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରା ଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ ଏବଂ ପୋଲିସ୍ ବିଭାଗକୁ ଚିଠି ଲେଖା ଯାଇଛି। ତେବେ ଆପଣ ମାନଙ୍କୁ କହି ରଖୁଛୁ ମହାରାଷ୍ଟ୍ର ରେ ନିକଟରେ କିଛି ସ୍ଥାନରେ ଲକ୍ ଡାଉନ୍ ଜାରି କରା ଯାଇଛି।ତେବେ ସୂଚନା ଅନୁସାରେ କରନା ର ସ୍ଥିତି ଉପରେ ନଜର ରଖି ସଂକ୍ରମଣ ଯେମିତି ନବଢେ ତା ଉପରେ କଡା ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇ ଉଠିଛି ପ୍ରଶାସନ।
ତେବେ କରୋନାର ନୂଆ ଷ୍ଟ୍ରେନ୍ ନେଇ ଡିଏମଇଟି ସିବିକେ ମହାନ୍ତି ଙ୍କ ସୂଚନା ପରେ ଏବଂ କଟକଣା କୁ ମାନିବାକୁ ନେଇ ଗାଇଡ୍ ଲାଇନ୍ କୁ ସଠିକ୍ ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ପରେ ଲୋକେ ସଚେତନ ହେବା ବିଧେୟ।
ଯେଉଁପରି ଭାବରେ ଅନ୍ୟ ରାଜ୍ୟ ମାନଙ୍କରେ କରନା ର ପାଦୂର୍ଭାବ ଦେଖିବାକୁ ମିଳୁଛି ଏବଂ ସାରା ଦେଶରେ ଏବେ ଯେଉଁଭଳି ଭୟର ବାତାବରଣ ରହିଛି କରୋନାର ନୂଆ ଷ୍ଟ୍ରେନକୁ ନେଇ ତାହା ବାସ୍ତବିକ ଚିନ୍ତାର ବିଷୟ।ଆଉ ଓଡ଼ିଶାରେ ତାର ପ୍ରଭାବ କୁ ରୋକିବା ପାଇଁ ସରକାରଙ୍କ ପୂର୍ବ ପ୍ରସ୍ତୁତି ନିମନ୍ତେ କଟକଣା କୁ କଡ଼ାକଡ଼ି କରିବା ଏବଂ ଅଧିକ ପରୀକ୍ଷା ଉପରେ ଗୁରୁତ୍ବ ଦେବା ସରକାରଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ ଅଟେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।