ପୁଣି ଥରେ ଗାଡି କାଗଚ ପତ୍ର ର ଅବଧି ୩ ମାସ ବଢ଼ିଲେ ସରକାର, ଗାଡି ଚଳାଉଥିଲେ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ….

ପୁଣି ଥରେ ଗାଡି କାଗଚ ପତ୍ର ର ଅବଧି ତିନି ମାସ ବଢ଼ା ଯାଇଛି । କରନା ସଂକ୍ରମଣ କୁ ନେଇ ଏପରି ଏକ ନିଷ୍ପତି ନିଆ ଯାଇଛି ବୋଲି ସୂଚନା ମିଳିଛି। ତେବେ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷର ସୂଚନା ଅନୁସାରେ ଡ୍ରାଇଭିଂ ଲାଇସେନ୍ସ, ପରମିଟ୍, ଫିଟନେସ୍ ଆଦି ର ଅବଧି ବର୍ତ୍ତମାନ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇ ଦିଆ ଯାଇଛି । ଯାହା ଅନୁସାରେ ଯେଉଁ ଗାଡି ର ବୈଧି ୨୦୨୦ ଫେବୃଆରୀ ରେ ସରିବା ବର୍ତ୍ତମାନ ତାହା ବଢ଼ା ଯାଇ ତାର ବୈଧତା ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ ।

କେବଳ ଏତିକି ନୁହେଁ ଯେଉଁ ସବୁ ଗାଡି ର କାଗଜ ପତ୍ର ର ବୈଧତା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି ସେସବୁ ର ବୈଧତା ମଧ୍ୟ କାର୍ଯ୍ୟକାରୀ ରହିବ ।

ତେବେ ବର୍ତ୍ତମାନ ସମଗ୍ର ବିଶ୍ବ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ଏହି ଭାଇରସ ର ସଂକ୍ରମଣ ଭୟ ରେ ଲୋକ ମାନେ ପ୍ରାୟତ ଘରେ ରହୁଛନ୍ତି । ଏହା ବ୍ୟତୀତ କେବଳ ଅଳ୍ପ କେତେକ କାର୍ଯ୍ୟାଳୟ ଖୋଲା ରହିଛି । ତେବେ ଲୋକ ମାନେ ନିଜର କାଗଜ ପତ୍ର ନବୀକରଣ କରିବା ପାଇଁ ହଇରାଣ ହେବାରୁ କେନ୍ଦ୍ର ପରିବହନ ସରକାର ଏପରି ଏକ ନିଷ୍ପତି ନେଇଛନ୍ତି ।

ତେବେ କେନ୍ଦ୍ର ସରକାର ଙ୍କ ଅନୁସାରେ ଏହି କରୋନା ସଂକ୍ରମଣ ର ସଙ୍କଟ ସମୟ ରେ ସାଧାରଣ ଲୋକ ନିଜ ଗାଡି ର କାଗଚ ପତ୍ର ପାଇଁ ବେଶ୍ ଚିନ୍ତିତ ଥିଲେ ଏହି ସମୟ ରେ ସେମାନଙ୍କୁ ଏକ ପ୍ରକାର ବଡ ଆଶ୍ଵସ୍ତି ଦେଇ ମୋଟର ଯାନ ସଂପର୍କିତ ଫିଟନେସ୍, ପଞ୍ଜିକରଣ, ପରମିଟ୍, ପ୍ରଦୂଷଣ ସାର୍ଟିଫିକେଟ୍ ପରି କାଗଜପତ୍ର ଆଦି ର ବୈଧତା ବର୍ତ୍ତମାନ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ତେବେ ସରକାର ଙ୍କ ଯୋଜନା ଅନୁସାରେ ଏହି ଅଶ୍ୱକ୍ତି ଫଳରେ ଲୋକ ମାନଙ୍କୁ ନିଜ ଗାଡି କାଗଜ ପତ୍ର ର ନବୀକରଣ ପାଇଁ ବହୁତ୍ ସମୟ ମିଳି ପାରିବ । ଯାହା ଫଳରେ ସେମାନେ ଆରାମ ସେ ନିଜ ଗାଡି ର କାଗଚ ପତ୍ର କରି ପାରିବେ । ତେବେ ବର୍ତ୍ତମାନ ସମୟ ରେ ସମସ୍ତ କାର୍ଯ୍ୟାଳୟ ବା ସରକାରୀ ଅଫିସ ମାନଙ୍କ ରେ ସାମାଜିକ ଦୂରତା କୁ ପ୍ରାଧାନ୍ୟ ଦିଆ ଯାଉଛି କରନା ସଂକ୍ରମଣ କୁ ରୋକିବା ପାଇଁ। ଏଥି ମଧ୍ୟରେ ସବୁ କାଗଚ ପତ୍ର ଗୁଡ଼ିକୁ ନବୀକରଣ କରିବା ପାଇଁ ଲୋକ ମାନେ ବହୁତ୍ ହଇରାଣ ହେଉ ଥିଲେ ।

ଏହାକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଏପରି ଏକ ନିଷ୍ପତି ନେଇଛନ୍ତି । ତେବେ ଜଣାଇ ଦେଉଛୁ ଯେ ଏହା ପୂର୍ବରୁ ମଧ୍ୟ ଲକ୍‌ଡାଉନ୍‌ ମଧ୍ୟରେ ଯେଉଁ ସବୁ ଗାଡିର ଡ୍ରାଇଭିଂ ଲାଇସେନ୍ସ, ଆରସି, ଫିଟନେସ୍‌ ସାର୍ଟିଫିକେଟ୍, ପରମିଟ୍ ଓ ଅନ୍ୟ କାଗଜପତ୍ରର ବୈଧତା ସରିଯାଇ ଥିଲା ଏହା ର ଅବଧି ବୃଦ୍ଧି କରି ୨୦୨୦ ଡିସେମ୍ବର ୩୧ କରାଯାଇ ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।