ପୁଣି ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା ! ଏହି ଜାଗାରେ କରିବ ଲ୍ୟାଣ୍ଡଫଲ ବାତ୍ୟା ” ଖ୍ରୀଷ୍ଟୋଫ୍ ” !! ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ଭୀଷଣ ରୂପ ନେଉଛି ବତ୍ୟା ‘ଖ୍ରୀଷ୍ଟୋଫ’ ।ଅଶାନ୍ତ ହେଉଛି ସମୁଦ୍ର।ଆସନ୍ତା ମଙ୍ଗଳବାର ରେ କରିବ ଲ୍ୟାଣ୍ଡ ଫଲ।ଦୋକାନ ବଜାର ଗୁଡିକ ମଧ୍ୟ ନ ଖୋଲିବାକୁ ସରକାର ପରାମର୍ଶ ଦେଇଛନ୍ତି।ତେବେ ଏହି ବାତ୍ୟା ଖ୍ରୀଷ୍ଟୋଫ ର ପ୍ରଭାବ ଓଡ଼ିଶାର କେଉଁ ସବୁ ଜିଲ୍ଲା ମାନଙ୍କ ରେ ରହିବ କି ନାହିଁ ଏହାର ସମ୍ପୂର୍ଣ ଅପଡେଟ ଆସନ୍ତୁ ଜାଣିବା ଯାହା ବିଶେଷଜ୍ଞ ମାନେ ଜାରି କରିଛନ୍ତି।

ମହାସାଗର ରେ ସୃଷ୍ଟି ହୋଇ ଥିବା କ୍ଷେତ୍ର ଆସନ୍ତା କାଲି ଏକ ଲଘୁଚାପ ରେ ପରିଣତ ହେବାରେ ସମ୍ଭାବନା ରହିଛି । ଯାହାକି ଏହି ଲଘୁଚାପ ବାତ୍ୟା ର ରୂପ ନେଇ ପାରେ।ଯାହାର ନାମ ରହିଛି ଖ୍ରୀଷ୍ଟୋଫ।ତେବେ ଆସନ୍ତୁ ସମ୍ପୂର୍ଣ ଅପଡେଟ ଜାଣିବା।

ଆସନ୍ତା ମଙ୍ଗଳବାର ରୁ ଗୁରୁବାର ପର୍ଯ୍ୟନ୍ତ ଇଂଲଣ୍ଡ ର କେନ୍ଦ୍ରାଞ୍ଚଳ ରେ ଏହି ବାତ୍ୟାର ପ୍ରଭାବ ପଡ଼ିବ ବୋଲି ଇଂଲଣ୍ଡ ର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତ ରେ ପରିଣତ ହେବ ଏବଂ ପରେ ଏହା ବାତ୍ୟା ରୂପ ଧାରଣ କରି ଉତ୍ତର-ପଶ୍ଚିମ ଦିଗରେ ରେ ଗତି କରି ଇଂଲଣ୍ଡ ର ଉପକୂଳ ଦେଇ ଗତି କରିବ ବୋଲି ଇଂଲଣ୍ଡ ପାଣିପାଗ ବିଭାଗର ସୂଚନା ଦେଇଛି।

ଏହାର ପ୍ରଭାବରେ ଇଂଲଣ୍ଡର କିଛି ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ଆଶଙ୍କା କରା ଯାଉଛି।ତେବେ କରୋନା ମହାମାରୀ ସମୟରେ ବାତ୍ୟାଟି ଆସି ଥିବାରୁ ଏହା ସତର୍କତା ର ସହିତ ସାମ୍ନା କରାଯିବ ବୋଲି ଇଂଲଣ୍ଡ ର ପ୍ରଶାସନ ଲକ୍ଷ ରଖିଛି।

ମାତ୍ର ଇଂଲଣ୍ଡ ରେ ଏବେ କରୋନା ଦ୍ରୁତ ଗତିରେ ବ୍ୟାପୁ ଥିବା ସମୟରେ ଅଚାନକ ଏପରି ବାତ୍ୟା ଆସିବା ଇଂଲଣ୍ଡ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ଡୋନକାଷ୍ଟର ର ମେୟର ରୋସ୍ ଜେନସ କହିଛନ୍ତି ଯେ କରୋନା ଯୋଗୁଁ ଲୋକଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଭାବେ ଗୁରୁତ୍ୱ ଦିଆ ଯାଇଛି।ଏହି ବାତ୍ୟା କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଏହି ବାତ୍ୟାର ଗୋଟିଏ ଦିନ ପୂର୍ବରୁ ଲୋକଙ୍କୁ ବାହାରକୁ ବାହାରିବା,ଦୋକାନ ବଜାର ଖୋଲିବା ଇତ୍ୟାଦି ଉପରେ ସମ୍ପୂର୍ଣ୍ଣ ରୂପେ କଟକଣା ଲଗା ଯାଇଛି।ସମସ୍ତ ଉଦ୍ଧାର କାରୀ ଦଳକୁ ଉପକୂଳ ଅଂଚଳରେ ମୁତୟନ କରା ଯାଇଛି।

ଏହି ବାତ୍ୟା ଇଂଲଣ୍ଡ ର କେନ୍ଦ୍ରାଞ୍ଚଳ ରେ ମଙ୍ଗଳବାର ଦିନ ଲ୍ୟାଣ୍ଡଫଲ କରିବ ଓ ଏହାର ପ୍ରଭାବ ଗୁରୁବାର ପର୍ଯ୍ୟନ୍ତ ରହିବ। ଏହି ସମୟରେ ପବନର ବେଗ ବୃଦ୍ଧି ପାଇବା ସହିତ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରା ଯାଇଛି।ପବନ ସହିତ ବିଜୁଳି ଘଡଘଡ଼ି ହେବ ବୋଲି ମଧ୍ୟ ସୂଚନା ଦିଆ ଯାଇଛି । ତେଣୁ କେନ୍ଦ୍ରୀୟ ଇଂଲଣ୍ଡ ରେ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି।

ତେବେ ଏହାର ପ୍ରଭାବ ଭାରତ ଉପରେ ପଡ଼ିବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆ ଯାଇ ନାହିଁ।ତେବେ ଏହା ଇଂଲଣ୍ଡ ର ତୃତୀୟ ସାମୁଦ୍ରିକ ଝଡ଼ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।