ପୁଣି ସ୍କୁଲ ଖୋଲିବାକୁ ନେଇ ଆସିଲା ବଡ ଖବର । ଦଶମ ଓ +୨ ପରୀକ୍ଷା କେବେ ହେବ ସେ ନେଇ ମନ୍ତ୍ରୀ ସମୀର ଦାଶ କହିଲେ ଏମିତି…କେବେ ଖୋଲିବ ସ୍କୁଲ ଦେଖନ୍ତୁ

ଏଇ ବର୍ଷ ହୋଇପାରେ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷା । ବିଳମ୍ବ ହୋଇପାରେ କିନ୍ତୁ ଏହି ବର୍ଷ ହେବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । ଏଥିପାଇଁ ସବୁଠୁ କମ ତିନ ମାସ ପାଠ ପଢା ହେବ ଓ ଏହା ପରେ ପରୀକ୍ଷା ହେବ । ତେବେ ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ କରିବାର ନିଷ୍ପତି ନିଆ ଯାଏ ତେବେ ପରୀକ୍ଷା ବନ୍ଦ କରାଯାଇ ପାରେ ।

ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ । ଯଦି ପରୀକ୍ଷା ବନ୍ଦ ହେବ ତେବେ ଛାତ୍ର ଛାତ୍ରୀ ଗୋଟିଏ ବର୍ଷ ପଛୁଆ ହୋଇ ଯିବେ ।

ଡିସେମ୍ବର ୩୧ ତାରିଖ ପରେ ଖୋଲି ପାରେ ସ୍କୁଲ୍ । ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲା ମାନଙ୍କ ପାଇଁ ସ୍କୁଲ୍ ଖୋଲାଯିବା ଉପରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କରନା ର ଦ୍ଵିତୀୟ ଲହର କୁ ଆଖି ଆଗରେ ରଖି ରାଜ୍ୟ ସରକାର ପୂଜା ଛୁଟି ପରେ ସ୍କୁଲ୍ ଖୋଲିବା ନିଷ୍ପତି କୁ ପ୍ରତିହାର କରି ଡିସେମ୍ବର ୩୧ ପରେ ସ୍କୁଲ୍ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ।

ତେବେ ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ହେବାର ନିଷ୍ପତି ନିଆ ଯାଏ ତେବେ ପରୀକ୍ଷା ବନ୍ଦ ହୋଇ ପାରେ ନହେଲେ ଯଦି କେବଳ ଆମ ରାଜ୍ୟ ରେ ପରୀକ୍ଷା ବନ୍ଦ କରାଯିବ ତେବେ ଆମ ରାଜ୍ୟ ପିଲା ଗୋଟିଏ ବର୍ଷ ପଛୁଆ ରହି ଯିବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

କିନ୍ତୁ ଯେମିତି ଫେବୃଆରୀ ଓ ମାର୍ଚ୍ଚ ମାସ ରେ ଯେମିତି ପରୀକ୍ଷା ହୁଏ ଯେହେତୁ ଏହି ବର୍ଷ ଶିକ୍ଷା ବର୍ଷ ଆରମ୍ଭ ହୋଇ ନାହିଁ ତେଣୁ ପିଲା ମାନଙ୍କୁ ସର୍ବନିମ୍ନ ଶିକ୍ଷା ପ୍ରାପ୍ତି କରିବା ପାଇଁ ତିନି ମାସ ର ଅବଧି ଦିଆ ଯିବ ଓ ଫେବୃଆରୀ ମାର୍ଚ୍ଚ ମାସ ରେ ପରୀକ୍ଷା ହୋଇ ନପାରେ ବିଳମ୍ବ ହୋଇପାରେ ବୋଲି ସୂଚନା ଦେଇଛନ୍ତି ।

ତେବେ ପରୀକ୍ଷା ଏହି ବର୍ଷ ନିଶ୍ଚିତ ହେବ କ୍ଲାସ ଆରମ୍ଭ ହେଲେ ପରୀକ୍ଷା ହେବ । ଆଉ ପିଲା ମାନେ ଯେମିତି ଅସୁବିଧା ସେହି ବିଷୟ ରେ ଆଲୋଚନା କରାଯିବ ।ଅନଲାଇନ୍ ଶିକ୍ଷା କେବଳ କିଛି ବର୍ଗ କୁ ଛୁଇଁ ପାରିଥିବା ବେଳେ ଅପହଞ୍ଚ ଇଲାକା ରେ କରନା ଯୋଗୁ ସ୍କୁଲ୍ ବନ୍ଦ ଥିବାରୁ ଏଯାଏ ପିଲା ବହି ଓଲଟାଇ ନାହାନ୍ତି।

କୋର୍ସ ସରି ନଥିବା ରୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ପ୍ରତିବର୍ଷ ପରି ଫେବୃଆରୀ ମାର୍ଚ୍ଚ ମାସ ରେ ହେବ ତାକୁ ନେଇ ପିଲା ମାନେ ଚିନ୍ତିତ ଥିବା ବେଳେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ପରି ସୂଚନା ଦେଇଛନ୍ତି । ତେବେ ଏହି ନିଷ୍ପତି ଶୁଣି ସାରିବା ପରେ ପିଲା ମାନେ ସାମାନ୍ୟ ଆସ୍ୱାକ୍ତି ପାଇ ପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।