ଜରୁରୀ ଖବର ! ପୁଣି ସ୍କୁଲ ଖୁଲିବା ନେଇ ଆସିଲା ବଡ ଖବର । ଏହି ତାରିଖରେ ଖୋଲିବ ବିଦ୍ୟାଳୟ…….
ଏବେ ଏବେ ଆଉ କିଛି ବଡ଼ ଅପଡେଟ ଆସିଛି ସ୍କୁଲ୍ ଖୋଲିବା କୁ ନେଇ । କରନା ସଂକ୍ରମଣ ପାଇଁ ବହୁତ୍ ଦିନ ଧରି ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ୍ ରହିଛି । ରାଜ୍ୟ ରେ କରନା ସଂକ୍ରମଣ ଏବେ ତଳ ମୁହା ହୋଇ ରହିଛି ଯାହା ଫଳରେ ସରକାର ସ୍କୁଲ୍ ଖୋଲିବା ପାଇଁ ଚୂଡାନ୍ତ ନିଷ୍ପତି ନେଇଛନ୍ତି । ତଥାପି ଆର ବର୍ଷ ଦୁଇ ତାରିଖ ରେ ସ୍କୁଲ୍ ଖୋଲିବା ବୋଲି ଆଶଙ୍କା କରା ଯାଉଥିଲା ।
କିନ୍ତୁ ଏହା ଭିତରେ ସ୍କୁଲ୍ କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହି ଥିବାରୁ ବିଭିନ୍ନ ମହଲ ରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ଯାହାକୁ ନାପସନ୍ଦ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ମଧ୍ୟରେ ଆହୁରି କିଛି ନୂଆ ଅପଡେଟ ମିଳୁଛି ଯାହା କି ପୁଣି ଥରେ ୨ ତାରିଖ ରେ ସ୍କୁଲ୍ ଖୋଲିବ ବୋଲି ଶୁଣିବାକୁ ମିଳୁଛି । ତେବେ ଏନେଇ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;
ଆସନ୍ତା ବର୍ଷ ଜାନୁଆରୀ ୧୦ ତାରିଖ ରେ ଖୋଲି ପାରେ ସ୍କୁଲ୍।ଜାନୁଆରୀ ୧୦ ତାରିଖ ରେ ସ୍କୁଲ୍ ଖୋଲିବା ନିଷ୍ପତି କୁ ନେଇ ସୂଚନା ମିଳିଛି । ଜାନୁଆରୀ ରେ ସ୍କୁଲ୍ ଖୋଲିବ ବୋଲି। ଏସ ଆର ସି କହିଛନ୍ତି । ତେବେ ଏବେ କରନା ପରିସ୍ଥିତି ଯାହା ଜାନୁଆରୀ ୧ ରେ ସ୍କୁଲ୍ ଖୋଲିବା ସମ୍ଭବ ନୁହେଁ ତେଣୁ ସ୍କୁଲ୍ ଜାନୁଆରୀ ୧୦ ରେ ଖୋଲା ଯିବ ବୋଲି କୁହା ଯାଉଛି ।ତେବେ ସ୍କୁଲ ଖୋଲିଲେ କେବଳ ଦଶମ ଓ ଦ୍ଵାଦଶ ଶ୍ରେଣୀ କୁ ଅଗ୍ରାଧିକାର ଦିଆ ଯିବ ।
ତେବେ ସ୍କୁଲ୍ ଖୋଲିଲେ ଛୁଟି ଦିନ ମାନଙ୍କ ରେ ମଧ୍ୟ କ୍ଲାସ ହେବ । କେବଳ ପର୍ବ ପର୍ବାଣୀ ଛୁଟି କୁ ଛାଡ଼ି ଦେଲେ ଆଉ ସବୁ ଛୁଟି ରେ ସ୍କୁଲ୍ ଖୋଲିବ ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହା ସହିତ ଆହୁରି ମଧ୍ୟ କହିଛନ୍ତି ଯେ ସ୍କୁଲ୍ ଖୋଲିଲେ ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ଯାଏ ସ୍କୁଲ୍ ଖୋଲିବ ବୋଲି ନିଷ୍ପତି ନିଆ ଯାଇଛି ବୋଲି ସୂଚନା ମିଳିଛି। ତେବେ ଆମେ ସମସ୍ତେ ଅପେକ୍ଷା କରିବା ଯେ ଜାନୁଆରୀ ୧୦ ରେ ସ୍କୁଲ୍ ଖୋଲିବ କି ନାହିଁ ।
ତେବେ ଏପର୍ଯୟନ୍ତ କିଛି ଫାଇନାଲ ଘୋଷଣା କରାଯାଇ ନାହିଁ ।ତେବେ କରୋନା କାଳରେ ମହାମାରୀ କରୋନା ଯୋଗୁଁ ପାଠ ପଢା ବାଧା ପ୍ରାପ୍ତ ହୋଇଛି।ଏଥି ପାଇଁ ଛାତ୍ରଛାତ୍ରୀ ଙ୍କୁ ଅନଲାଇନ ରେ ପାଠ ପଢ଼ା ଚାଲିଛି, ହେଲେ ସବୁ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଏହି ସୁବିଧା ପାଇ ପାରୁ ନାହାଁନ୍ତି।ଏହି କାରଣରୁ ଅନଲାଇନ ପାଠ ପଢ଼ାକୁ ଆଧାର କରି ଏବେ ପରୀକ୍ଷା କରି ହେବ ନାହିଁ ବୋଲି ଉଚ୍ଚ ଶିକ୍ଷା ବିଭାଗ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେବେ ବର୍ତ୍ତମାନ ଦେଖା ଯାଉ ଜାନୁଆରୀ ୧୦ ରେ ସ୍କୁଲ୍ ଖୋଲା ଯିବ କି ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।