ପୁଣି SBI ତରଫରୁ ଆସିଲା ବଡ଼ ଧରଣର ନିଯୁକ୍ତି ସୁଯୋଗ। ସବୁ ଜିଲ୍ଲା ପାଇଁ ନିଯୁକ୍ତି, ଶୀଘ୍ର ଆବେଦନ କରନ୍ତୁ

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ଆସିଲା ପୁଣି ନିଯୁକ୍ତି ସୁଯୋଗ।ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର।ବ୍ୟାଙ୍କ୍ ବିଭାଗ ଦେଶର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଣିଛି ଖୁସି ଖବର।ଏହାକୁ ଗ୍ରାଯୁଏଟ ପାସ୍ ପିଲା ଆବେଦନ କରି ପାରିବେ ଏବଂ ୨୦୦୦ ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ।ଏହି ଚାକିରି ସୁଯୋଗ ବାହାରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଯାହା ଭାରତ ସରକାରଙ୍କ ଅଧିନରେ ଅଟେ।

ତେବେ ଯଦି ଆପଣ +୩ ପାସ୍ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ।

SBI ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ IBPS ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ– ପିଓ (probationary Officer)

ପଦବୀ– ୨୦୦୦ ଟି ପଦବୀ ରହିଛି।

ଶିକ୍ଷାଗତ ଯୋଗ୍ୟତା– ଯେ କୌଣସି ଷ୍ଟ୍ରିମ ରେ ଗ୍ରାଯୁଏସନ କରିଥିବା ନିହାତି ଦରକାର।

ଆବେଦନ ତାରିଖ– ଏହି ଚାକିରି ପାଇଁ ଆବେଦନ ର ଶେଷ ତାରିଖ ରହିଛି ୪ ଡିସେମ୍ବର ୨୦୨୦।

ଆବେଦନ ମାଧ୍ୟମ– ଅନଲାଇନ ରେ ଆବେଦନ କରିବାକୁ ପଡ଼ିବ।

ଆପ୍ଲିକେସନ୍ ଫି– ୭୫୦ ଟଙ୍କା ଦେବାକୁ ପଡିବ। ସାଧାରଣ ବର୍ଗ, ଓବିସି ଏବଂ EWS ପିଲାମାନଙ୍କ ପାଇଁ।
SC, ST, PWD ମାନଙ୍କ ପାଇଁ ମାଗଣା ଆବେଦନ ର ସୁବିଧା ରହିଛି।

ବୟସ ସୀମା– ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୨୧ ବର୍ଷ ସର୍ବନିମ୍ନ ଓ ୩୦ ବର୍ଷ ସର୍ବାଧିକ ହୋଇଥିବା ଦରକାର।

ଦରମା– ୨୭,୬୦୦ ଟଙ୍କା ପ୍ରାରମ୍ଭିକ ଦରମା ରହିଛି।

ଆବେଦନ ପ୍ରକ୍ରିୟା- ତେବେ ବ୍ୟାଙ୍କ ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ SBI ର ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ବ୍ୟାଙ୍କ ବିଭାଗର ଜାରି ହୋଇଥିବା ଏହି ୱେବ୍ ସାଇଟ୍ ରେ କ୍ଲିକ୍ କରି ଏହାର ନୋଟିଫିକେସନ୍ ପାଇବା ସହିତ ଆବେଦନ କରି ପାରିବେ ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଧ୍ୟାନ ଦିଅନ୍ତି ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ।ଏହା ଛଡା ଆପଣ ଏହାକୁ ୪ ଡିସେମ୍ବର ପୂର୍ବରୁ ନିଶ୍ଚିତ ଭାବରେ ଆବେଦନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।