ଦେଖନ୍ତୁ ଭିଡ଼ିଓ । ପୁଣି ସାମ୍ନାକୁ ଆସିଲେ ବର୍ଷା, ହାତ ଯୋଡି କହିଲେ ଏମିତି…..ମୋର ଭୁଲ ପାଇଁ….

ଓଡ଼ିଶାରେ ଅନୁଭୂତ ହୋଇ ସାରିଲାଣି ଶିତ ପ୍ରବାହ।ଏଥିରେ ଶିତ ଦାଉରୁ ରକ୍ଷା ପାଇବା ପାଇଁ ଗରିବ ଲୋକଙ୍କ ପାଇଁ କନ୍ଥା ଏବଂ ଚାଦର ର ନିହାତି ଆବଶ୍ୟକତା ରହିଛି।ତେବେ ଏହାକୁ ନେଇ ଚିନ୍ତା କରିଛନ୍ତି ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏଥିପାଇଁ ସେ ଏକ ନୂତନ ଅଭିଯାନ ର ଆରମ୍ଭ କରିଛନ୍ତି। ଏହି ଅଭିନେତ୍ରୀ ଯିଏକି ଏବେ ଓଡ଼ିଶାର ଜନ ମାନସରେ ଏକ ପରିଚିତ ଚେହେରା ପାଲଟି ଯାଇଛନ୍ତି ।

ସେ ତାଙ୍କର ମହାନତା ଏବଂ ବଦାନ୍ୟତା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମ୍ ଦୁନିଆ ବାହାରେ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ବହୁତ୍ ପରୋପକାରୀ ଏବଂ ସ୍ବେଚ୍ଛାସେବୀ ନାରୀ ଅଟନ୍ତି।

ତେବେ ତାଙ୍କର ଏକ ସଂଗଠନ ମଧ୍ୟ ଅସହାୟ ମାନଙ୍କ ପାଇଁ ରହିଛି।ଲୋକଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରିବା ପାଇଁ ତାଙ୍କ ଅନୁଷ୍ଠାନ କାର୍ଯ୍ୟ କରିଥାଏ।ଆପଣ ମାନେ ଜାଣିଛନ୍ତି ତାଙ୍କର ଏକ ଟିମ୍ ରହିଛି ଯାହା ତାଙ୍କର ସଂଗଠନ ସମ୍ମାନିତା ପାଇଁ କାର୍ଯ୍ୟ କରିଥାଏ।ଏହି ସଂଗଠନ ଗରିବ ଜନ ସାଧାରଣ ମାନଙ୍କ ପାଇଁ କାର୍ଯ୍ୟ କରିଥାଏ।

ବର୍ତ୍ତମାନ କ୍ଷେତ୍ରରେ ସମାଜସେବୀ ଭାବରେ ତାଙ୍କର ବ୍ୟକ୍ତିତ୍ଵ ମଧ୍ୟ ବେଶ୍ ପରିଚିତ ଅଟେ।ତେବେ ଛୋଟ ଛୁଆ ପାଖରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟ କରିଥାଏ ତାଙ୍କର ସଂଗଠନ।ଏବେ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଏବଂ ଏଥିରେ ସେ ବାର୍ତ୍ତା ଦେଇଛନ୍ତି ଯେ ତାଙ୍କ ସମ୍ମାନିତା ଟିମ୍ ତରଫରୁ ସେ ଏକ କପଡା ଦାନ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି।

ଯାହା ଗରିବ ଲୋକ ମାନଙ୍କୁ ଏହି ଶୀତ ଋତୁରେ ସହାୟତା ପ୍ରଦାନ କରିବ। ସେମାନଙ୍କୁ ଶୀତ ଦାଉରୁ ରକ୍ଷା କରିବ ଏବଂ ଆଶ୍ୱସ୍ତି ପ୍ରଦାନ ମଧ୍ୟ କରିବ। ଏଥିପାଇଁ ସେ କଟକରେ ଦୁଇଟି ସ୍ଥାନରେ ଆସନ୍ତା ୭,୮ ତାରିଖ ଶନିବାର ଓ ରବିବାର ରେ ଦୁଇଟି ବଡ଼ ବାକ୍ସ ରଖିବେ ଏବଂ ଏହାଦ୍ବାରା କପଡ଼ା ସଂଗ୍ରହ କରାଯିବ।

ଆଉ ଏହି କପଡ଼ା କୁ ଆବଶ୍ୟକ ଥିବା ଗରିବ ଲୋକ ମାନଙ୍କ ମଧ୍ୟରେ ବଣ୍ଟନ କରାଯିବ।ତେବେ ଯେଉଁ ଦୁଇଟି ସ୍ଥାନରେ ଏହି ବାକ୍ସ ରଖାଯିବ ସେହି ଦୁଇଟି ସ୍ଥାନ ହେଲା ବିଗ୍ ବଜାର ପୁରୁଣା ଜେଲ୍ ରୋଡ୍, ନେତାଜୀ ସୁବାଷ ଚନ୍ଦ୍ର ବୋଷ ସପିଂ ମାର୍କେଟ କଟକ ଏବଂ ଅନ୍ୟଟି ହେଲା ପାନ୍ତାଲୁନସ୍, ନୂଆ ପାଟଣା ରୋଡ, ମାଛୁଆ ବଜାର କଟକ।

ଏହି ସ୍ଥାନରେ ଆପଣ ଯାଇ ଆପଣଙ୍କ ସହାୟତା କୁ ପ୍ରଦାନ କରି ପାରିବେ।ଏହି ସ୍ଥାନରେ ଆସି ଲୋକମାନେ ସାହାଯ୍ୟ ଓ ସହୋଜଗ କରନ୍ତୁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଗରିବ ଲୋକଙ୍କ ମୁହଁରେ ହସ ଫୁଟେଇଲେ ଏବଂ ସେମାନଙ୍କୁ ସହାୟତା ର ହାତ ବଢାଇଲେ ଭଗବାନ ମଧ୍ୟ ବହୁତ୍ ଖୁସି ହେବେ ବୋଲି ବର୍ଷା ତାଙ୍କ ଭିଡିଓ ବାର୍ତ୍ତା ଶେଷରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।