ଦେଖନ୍ତୁ ଭିଡ଼ିଓ । ପୁଣି ସାମ୍ନାକୁ ଆସିଲେ ଆଦିତ୍ୟ ଦାସ୍ ଙ୍କ ପତ୍ନୀ ! ଆଉ କହିଲେ କିଛି ଏମିତି କଥା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ….
ଓଡ଼ିଶାରେ ବେଶ୍ କିଛି ଦିନ ଧରି ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହି ଆସିଥିଲା। କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହାର କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ।ସେ ନିଜେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଚାପ ପକା ଯାଇଛି କିମ୍ବା ଆଉ କିଏ ଏହା ପଛରେ ଷଡ଼ଯନ୍ତ୍ର ରଚିଛି, ଏହାର କୌଣସି ସମାଧାନ ଏଯାବତ୍ ହୋଇ ପାରିଲା ନାହିଁ।ଆଉ ଏହାରି ଭିତରେ ତାଙ୍କ ସ୍ତ୍ରୀ, ନିଜକୁ ନିର୍ଦ୍ଦୋଷ ପ୍ରମାଣ କରି କରି ମଧ୍ୟ ଥକି ଗଲେଣି।
ତଥାପି କିଛି ଲୋକ ଭାବୁଛନ୍ତି ଯେ ସେ ହିଁ ତାଙ୍କ ମୃତ୍ୟୁର କାରଣ। ଏହାରି ଭିତରେ ଦୀର୍ଘଦିନ ପରେ ପୁଣି ସାମ୍ନାକୁ ଆସିଛନ୍ତି ମାନବପ୍ରେମି ଆଦିତ୍ୟ ଦାସ୍ ଙ୍କ ପତ୍ନୀ ବିଦ୍ୟାଶ୍ରୀ।
କିଛି ଦିନର ବ୍ୟବଧାନ ପରେ ସେ ସାମ୍ନାକୁ ଆସିଛନ୍ତି ଏବଂ ମୁହଁ ଖୋଲିଛନ୍ତି।ସେ କହିଛନ୍ତି ଅଳ୍ପ କେତେ ଜଣଙ୍କୁ ଛାଡିଦେଲେ ଏଠାରେ କେହି ମାନବପ୍ରେମୀ ନାହାନ୍ତି। ସମସ୍ତେ ନିଜ ନିଜ ସ୍ବାର୍ଥରେ। ଏଠାରେ ସେ କାହାକୁ କଟାକ୍ଷ କରୁଛନ୍ତି ଶୁଣନ୍ତୁ। କାରଣ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏଠାରେ ସେ କହିଛନ୍ତି ତାଙ୍କ ଶାଶୁ ତାଙ୍କୁ କହୁଛନ୍ତି ଯେ ସେ ଶୁଭାଶିଷ ଷଡ଼ଙ୍ଗୀ ଙ୍କ ନାମରୁ କେଶ୍ କୁ ଉଠାଇ ନେବେ।ସେ ଫୋନରେ କଥା ହେଉଥିଲେ ଏବଂ ଆସି ତାଙ୍କୁ ଅନୁରୋଧ କଲେ ଏହା କରିବାକୁ। ନଚେତ୍ ସେ ଏକାଠି ହୋଇ ରହିବାକୁ ନିଷ୍ପତ୍ତି ନେଇଗଲେ। ଯେ ମୁଁ ଯଦି କେଶ୍ ଉଠାଇ ନନିଏ ତେବେ ସେ ମୋ ସହିତ ଆଉ ରହିବେ ନାହିଁ।
ଆଉ ବିଦ୍ୟାଶ୍ରି କହିଲେ କି ମାଆ ମୋ ଆଗରେ ହାତ ଯୋଡ଼ନ୍ତୁ ନାହିଁ। ମୁଁ ବି ଆପଣଙ୍କ ଗୋଡ଼ ତଳେ ପଡୁଛି। ମୁଁ ଶୁଭାଶିଷ ଷଡ଼ଙ୍ଗୀ ଙ୍କ ନାମରୁ କେଶ୍ ଉଠାଇ ପାରିବି ନାହିଁ ବରଂ ଦରକାର ପଡ଼ିଲେ ତାଙ୍କ ନାମରେ ଆହୁରି ୪ ଟା କେଶ୍ କଟିବି। ଆଉ ପ୍ରମାଣ କରିଦେବି କି କିଏ ଠିକ୍ ଭୁଲ୍। ଆଉ ଯେତେବେଳେ ତୁମେ ସବୁକଥା ଜାଣି ଯିବ ସେତେବେଳେ ମୁଁ ଆପଣଙ୍କୁ ଆପଣଙ୍କ ପୁଅ ଭଳିଆ ହୋଇ ପାଖରେ ରଖିବି। ଆଜି ତୁମେ ମୋ ପାଖରେ ରହିବାକୁ ଚାହୁଁ ନ ଆଉ ମୁଁ ବି ବାଧ୍ୟ କରିବିନି। କାହିଁକି ନା ତୁମେ କହିବ ବୋହୁ ବାଧ୍ୟ କରି ଚାପ ପକାଇ ତା ପାଖରେ ରଖିଛି।
ଏହାପରେ ସେ କହିଛନ୍ତି ଯଦି କାହାର ସାହସ ଅଛି ମୋ ସହ କାଠଗଡା ରେ ଲଢୁ। କାହିଁକି କେଶ୍ ଉଠାଇ ନେବାକୁ ଚାପ ପକାଉଛନ୍ତି।ଆଉ ଏଠି କେହି ମାନବପ୍ରେମି ନାହାନ୍ତି, ସମସ୍ତେ ଶୁଭାଶିଷ ପ୍ରେମୀ ଅଟନ୍ତି। ଏତେ ଜଣ ଆଦିତ୍ୟ ଦାସ୍ ଙ୍କ ଫୋଲଅରସ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହିବି ସାମ୍ନାକୁ ଆସି ପାରିଲେ ନାହିଁ ଏକଜୁଟ ହୋଇ। ଏହିଠୁ ଜଣା ପଡୁଛି କେତେଜଣ ମାନବପ୍ରେମୀ ଏଠାରେ ରହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।