ପୁଣି ରାନୁ ମଣ୍ଡଳଙ୍କୁ ମିଳିଲା ନୂଆ ସଫଳତା, ଦୀପିକାଙ୍କ ଫିଲ୍ମରେ ଗାଇବେ ଗୀତ, ଜାଣନ୍ତୁ କେଉଁ ଫିଲ୍ମରେ ଗାଇବେ ଗୀତ ?

କୁହାଯାଏ ମଣିଷର ଭାଗ୍ୟ କେତେବେଳେ ପରିବର୍ତ୍ତନ ହୋଇଯିବ ତାହା କହିହେବ ନାହିଁ। ହଠାତ୍ ଭାଗ୍ୟ ଉଦୟ ହୋଇଗଲେ ମଣିଷ ରାତାରାତି ବି ବନିଯାଏ ଏକ ଖାସ୍ ମଣିଷ। ଯେମିତି ଘଟିଛି ରାନୁ ମଣ୍ଡଳ ଙ୍କ ସହିତ। ଆପଣ ଜାଣିଥିବେ ରାନୁ ମଣ୍ଡଲ ହେଉଛନ୍ତି ସେହି ମହିଳା ଯିଏ ରେଲୱେ ଷ୍ଟେସନରେ ଗୀତ ଗାଇଥିଲେ ଓ ପରେ ତାଙ୍କର ଭିଡିଓ ଓ ସ୍ୱରର କମାଲ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସେ ରାତାରାତି ହୋଇଗଲେ ଜଣେ ଷ୍ଟାର୍।

ଷ୍ଟେସନ ରେ ତାଙ୍କର ମଧୁର ସ୍ଵରରେ ଲତା ମଙ୍ଗେସକର ଙ୍କ ପ୍ୟାର କା ନଗମା ଗୀତ ଗାଇବା ପରେ ତାଙ୍କୁ ରାତାରାତି ଅନେକ ପରିଚିତି ଓ ଲୋକପ୍ରିୟତା ମିଳିଥିଲା।

ଆଉ ଏହାପରେ ବଲିଉଡ୍ ର ମହାନ୍ ସଂଗିତ ଶିଳ୍ପୀ ହିମେଶ ରେଶମୀୟା ତାଙ୍କୁ ଗୀତ ଗାଇବାକୁ ଏକ ସୁଯୋଗ ଦେଇଥିଲେ। ଏହାପରେ ସେ ହିମେଶଙ୍କ ସହିତ ଗୀତ ଗାଇଥିଲେ। ଆଉ ଏହାପରେ ରାନୁ ମଣ୍ଡଳ ଜଣେ ପ୍ରସିଦ୍ଧ ମହିଳା ଭାବେ ବେଶ୍ ଜଣାଶୁଣା ହୋଇ ପାରିଛନ୍ତି।ଏବେ ଆପଣଙ୍କୁ ତାଙ୍କ କଥା କହିବାର କିଛି କାରଣ ରହିଛି। ଆପଣ ଜାଣିଛନ୍ତି ବଲିଉଡ୍ ର ଆଗ ଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏବେ ଚିଖାଲିୟା ଫିଲ୍ମ ସରୋଜିନୀକୁ ନେଇ ବହୁତ୍ ଚର୍ଚ୍ଚାରେ ଅଛନ୍ତି।

ଏହି ଫିଲ୍ମ୍ ରେ ସେ ଭାରତର ବୁଲବୁଲ ସରୋଜିନୀ ନାଇଡୁ ଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଯେଉଁ ଫିଲ୍ମ୍ ଟି ସରୋଜିନୀ ନାଇଡୁ ଙ୍କ ବାୟୋପିକ ବୋଲି କୁହା ଯାଉଛି।ଆଉ ଏହି ସରୋଜିନୀ ଙ୍କ ବାୟୋପିକ ଫିଲ୍ମ୍ ରେ ଦୀପିକା ଅଭିନୟ କରୁଥିବା ବେଳେ,ଏଥିରେ ଗୀତ ଗାଇଛନ୍ତି ଏହି ଚର୍ଚ୍ଚିତ ଚେହେରା ରାନୁ ମଣ୍ଡଳ।

ଯାହାକୁ ନେଇ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ।ସେ କହିଛନ୍ତି ଯେ ମୋର ଅଭିନୀତ ଫିଲ୍ମ୍ ସରୋଜିନି ଯାହା ଧୀରଜ ମିଶ୍ରଙ୍କ ଦ୍ଵାରା ଲେଖା ଯାଇଥିବା ବେଳେ ଏହି ଫିଲ୍ମର ଗୀତକୁ ଗାଇଛନ୍ତି ରାନୁ ମଣ୍ଡଳ। ତେବେ ଇଣ୍ଡିଆ ଟୁଡେ.ଇନ ସହିତ କଥାବାର୍ତ୍ତାରେ ଦୀପିକା ଫିଲ୍ମ ବିଷୟରେ ମଧ୍ୟ କହିଥିଲେ।ପରେ ଲେଖା ସହିତ ଦୀପିକା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଆପଣ ମଧ୍ୟ ତାହା ଥରେ ଦେଖନ୍ତୁ।

ଯାହା ଜଣା ପଡିଛି ଏହି ଭିଡିଓରେ ରାନୁ ମଣ୍ଡଲ କହୁଛନ୍ତି ଯେ ସେ ଧୀରଜ ମିଶ୍ରଙ୍କ ସହିତ କାମ କରୁଛନ୍ତି ଏବଂ ସେ ସରୋଜିନୀଙ୍କ ଗୀତ ଗାଉଛନ୍ତି। ସେ ବହୁତ୍ ଖୁସି ମଧ୍ୟ ଅଛନ୍ତି। ଫିଲ୍ମ୍ ର ସବୁ ଗୀତ ଗାଉଛନ୍ତି ରାନୁ ମଣ୍ଡଳ।ଏହା ସହିତ ସଙ୍ଗୀତକାର ଭାବରେ ରାନୁ ମଣ୍ଡଳ ଦର୍ଶକ ମାନଙ୍କୁ କହିଛନ୍ତି ଯେ ମୋର ଆଶା ରହିଛି ଯେ ପୂର୍ବରୁ ଯେମିତି ଦର୍ଶକ ମାନେ ତାଙ୍କୁ ଭଲପାଇବା ଦେଇଥିଲେ, ତାଙ୍କ ସଙ୍ଗୀତ କୁ ପସନ୍ଦ କରିଥିଲେ,ଠିକ୍ ସେହିଭଳି ଭଲ ପାଇବା ଓ ସମ୍ମାନ ତାଙ୍କୁ ପୁଣିଥରେ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।