ଦେଖନ୍ତୁ ଭିଡ଼ିଓ । ପୁଣି ରାଣୀ ପଣ୍ଡା ଙ୍କ ବିଚ ରାସ୍ତାରେ ହାଇ ଡ୍ରାମା । ଟ୍ରେଲର ଦେଖେଇଲି ପୁରା ଫିଲ୍ମ ଦେଖେଇବି……

ବର୍ତ୍ତମାନ ସାରା ଦେଶ ରେ କରନା ଯୋଗୁ ଅନଲକ୍ 5.0 ଚାଲିଛି ଆଉ ଯେଉଁଥିରେ କୋଭିଡ କଟକଣା କୁ ଆଖି ଆଗରେ ରଖି କିଛି ସଂସ୍ଥା ଓ ଜରୁରୀ କାଳୀନ ଅଫିସ ଆଦି ଖୋଲା ରହିଛି । ସରକାର ଙ୍କ ଅନୁସାରେ ସବୁ ଅନୁଷ୍ଠାନ ଖୋଲା ଯିବା ଫଳରେ କରନା ସଂକ୍ରମଣ ଅଧିକ ବଢ଼ି ପାରେ କିନ୍ତୁ ଏହି ସବୁ ମଧ୍ୟ ରେ ସରକାର ଇଲେକ୍ସନ କରିବା ପାଇଁ ଅନୁମତି ଦେଇ ଅଛନ୍ତି।

ସରକାର ଙ୍କ ନିଷ୍ପତ୍ତି ଓ ଏହି ପଦକ୍ଷେପ ରେ ରେ କ୍ରୋଧିତ ହୋଇ ଯାତ୍ରା କଳାକାର ମାନେ ସଡ଼କ ଉପରକୁ ଓହ୍ଲାଇ ଆନ୍ଦୋଳନ ଜାରି କରିଛନ୍ତି ।

କୋଭିଡ଼ ପାଇଁ କାହିଁ କେଜାଣି କେତେ ଲୋକ ଙ୍କ ଘରେ ଚୁଲି ଠିକ୍ ରୂପେ ଜଳି ପାରୁ ନାହିଁ କିନ୍ତୁ ଏହି ସବୁ ମଧ୍ୟରେ ଇଲେକ୍ସନ , ଇଲେକ୍ସନ ମିଟିଂ , ରାଲି ଆଦି କରିବା ପାଇଁ ସରକାର ଅନୁମତି ଦେଇ ଅଛନ୍ତି । କିନ୍ତୁ ଯାତ୍ରା ନାଟକ କଳାକାର ମାନଙ୍କୁ ଅନୁମତି ମିଳି ନାହିଁ ସେମାନଙ୍କ ଯାତ୍ରା ନାଟକ ପରିବେଷଣ କରିବା ପାଇଁ।

ଯେଉଁ ନିଷ୍ପତି ରେ ଯାତ୍ରା କଳାକାର ଓଡ଼ିଶା ର ପରିଚିତ ଅଭିନେତ୍ରୀ ରାଣୀ ପଣ୍ଡା ଆଜି ସହ ସହ ଯାତ୍ରା କଳାକାର ମାନଙ୍କୁ ନେଇ ଆନ୍ଦୋଳନ କରିବା ପାଇଁ ରାଜ ରାସ୍ତା କୁ ଓହ୍ଲାଇ ଅଛନ୍ତି । ତେବେ ରାଣୀ ପଣ୍ଡା ଙ୍କ କହିବା ଅନୁସାରେ ସରକାର ଯେଉଁ ଇଲେକ୍ସନ ପାଇଁ ହେଉ କିମ୍ବା ଇଲେକ୍ସନ ମିଟିଂ ପାଇଁ ହେଉ ଅନୁମତି ଦେଉ ଅଛନ୍ତି  ।

ସେଥିରେ ହଜାର ହଜାର ଲୋକ ସହ ସହ ଲୋକ ଏକାଠି ହେଉଛନ୍ତି ଓ ସେମାନେ ଠିକ୍ ରୂପେ ମାକ୍ସ ମଧ୍ୟ ପିନ୍ଧୁ ନାହାନ୍ତି । ସେମାନଙ୍କୁ ସେହି ସବୁ କାର୍ଯ୍ୟ କରିବା ପାଇଁ ସରକାର ଅନୁମତି ଦେଇ ଅଛନ୍ତି କିନ୍ତୁ ଯେଉଁ କଳାକାର ମାନେ ନିଜର ବେଉସା ହରାଇ ଘରେ ବସି ଅଛନ୍ତି ସେମାନଙ୍କ ପାଇଁ କଟକଣା ଜାରି ହେଉଛି । ଇଲେକ୍ସନ ରେ ଏକାଧିକ ଲୋକ ଏକତ୍ରିତ ହୋଇ ଅଛନ୍ତି ଏହା ସହିତ ରାଣୀ ପଣ୍ଡା ଆହୁରି କହିଛନ୍ତି ସେମାନେ ମେଲୋଡି କରିବା ଵେଳେ କରନା ସଂକ୍ରମଣ ହେଉ ନାହିଁ କିନ୍ତୁ ମନ୍ଦିର ଓ ଯାତ୍ରା ସୋ କରିବା ବେଳେ ସଂକ୍ରମଣ ହେଉଛି ।

ଏଇଟା କେଉଁ ନ୍ୟାୟ ରେ ଯାଉଚି ଏହା ପ୍ରଶ୍ନ କରିଛନ୍ତି। ଏହା ସହିତ ରାଣୀ ପଣ୍ଡା କହିଛନ୍ତି ଆମେ ସରକାର କ ପାଖରେ କୌଣସି ଅଧିକ ଦାବି କରୁ ନାହୁ ଆମେ କେବଳ ଆମର କଳାକାର ର ପ୍ଲାଟଫର୍ମ ଫେରାଇ ଦିଅନ୍ତୁ । ଆମକୁ ଯାତ୍ରା କରିବା ପାଇଁ ଅନୁମତି ଦିଅନ୍ତୁ ଆଉ ଏଥିପାଇଁ ଯେକୌଣସି କଟକଣା ଜାରି କରିବେ ଆମେ ସେହି କଟକଣା ଅନୁସାରେ ଯାତ୍ରା ପରିବେଷଣ କରିବୁ ।

କୋଭିଡ କଟକଣା ର ସମସ୍ତ ନିୟମ କୁ ମାନି ଆମେ ଯାତ୍ରା ପରିବେଷଣ କରିବୁ ବୋଲି ରାଣୀ ପଣ୍ଡା କହିଛନ୍ତି । ଏହା ସହିତ ମ୍ୟାନେଜମେଣ୍ଟ , କଳାକାର ଭାଇ , ଯାତ୍ରା ମେମ୍ବର ମାନଙ୍କୁ ଷ୍ଟାଣ୍ଡ କରିବା ପାଇଁ 6 ମାସ ସମୟ ଲାଗିବ। ତେଣୁ ଏବେଠୁ ଖୋଲିବା ଦ୍ବାରା ଏହା ସହଜ ହେବ ବୋଲି ରାଣୀ ପଣ୍ଡା କହିଛନ୍ତି ।

ତେବେ ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି ଯାହା ଫଳରେ ଲୋକ ମାନେ ଏକତ୍ର ହେବା ଦ୍ବାରା କରନା ସଂକ୍ରମଣ ବଢିବ କିନ୍ତୁ ଏହି ମାସ ପରେ ସରକାର ଏକ ନିର୍ଦ୍ଧିଷ୍ଟ ତାରିଖ ଦେବେ ଯାତ୍ରା କରିବା ପାଇଁ ଅନୁମତି ଦେବେ।ଏହା ସହିତ ରାଣୀ ପଣ୍ଡା କହିଛନ୍ତି ଏହା ଥିଲା ଟ୍ରେଲର ଯଦି ଆମ ଦାବି ପୂରଣ ନହୁଏ ତେବେ ସରକାର ପୁରା ଫିଲ୍ମ୍ ଦେଖିବେ ।

ଯଦି ତାଙ୍କର ଦାବି ପୁରଣ ନହୁଏ ତେବେ ସବୁ କଳାକାର ପେଟ୍ରୋଲ ଢାଳି ହୋଇ ବିଧାନ ସଭା ସାମ୍ନା ରେ ଜାଳି ହୋଇ ଯିବେ ବୋଲି କହିଛନ୍ତି ରାଣୀ ପଣ୍ଡା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।