ଦେଖନ୍ତୁ ଭିଡ଼ିଓ ! ପୁଣି ଫେରିଲା ବର୍ଷା – ଅନୁଭବ ବିବାଦ । ଶାଶୁ- ବୋହୁ ଙ୍କ ଭିତରେ ଜବରଦସ୍ତ ଫାଇଟ ଦେଖନ୍ତୁ….

ଏକ ମାସ ତଳେ ଓଡ଼ିଶାରେ ଏବଂ ଗଣମାଧ୍ୟମରେ ସବୁଠାରୁ ଅଧିକ ଚର୍ଚ୍ଚିତ ନାମ ଏବଂ ଯୋଡ଼ି ଭାବରେ ଓଡ଼ିଶାରେ ଉଭା ହୋଇଥିଲେ ଅଭିନେତ୍ରୀ ବର୍ଷା ଓ ତାଙ୍କର ସାଂସଦ ସ୍ବାମୀ ଅନୁଭବ ମହାନ୍ତି। ବର୍ଷା ଙ୍କ କୋର୍ଟରେ ଦ୍ୱାରସ୍ଥ ହେବା ପରେ ଆରମ୍ଭ ହୋଇଥିଲା ଏହି ହାଇ ପ୍ରୋଫାଇଲ ଡ୍ରାମା। ଗୋଟିଏ ପଟେ ଜଣେ ବିବାହ ବିଚ୍ଛେଦ ଚାହୁଁଥିବା ବେଳେ ଆଉ ଜଣେ ବୈବାହିକ ସମ୍ପର୍କକୁ ବଞ୍ଚାଇ ରଖିବାକୁ ଚାହିଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ।

ତେବେ ଏବେ ପୁଣି ଅନୁଭବ ଙ୍କ ପରିବାର ଚର୍ଚ୍ଚାର ପରିସରରେ। କାରଣ ଏବେ ପୁଣି ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି।

ଉଭୟ ଶାଶୁ ଏବଂ ବୋହୁ ଥାନାର ଦ୍ୱାରସ୍ଥ ହୋଇ ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ ଉଭୟଙ୍କ ପକ୍ଷରୁ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରା ଯାଇଛି। ତେବେ ବର୍ଷା ପ୍ରିୟଦର୍ଶିନୀ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଘରୁ ତଡି ଦେବାକୁ ଜୋରଦାର ପ୍ରୟାସ ଚାଲିଛି।

ଏଥିପାଇଁ ଚକ୍ରାନ୍ତ ମଧ୍ୟ କରା ଯାଉଛି। ତାଙ୍କର ସୁରକ୍ଷିତ ଭାବରେ ରହିବା ପାଇଁ ଅନ୍ୟ କୌଣସି ବିକଳ୍ପ ନ ଥିବା ବେଳେ ତାଙ୍କୁ ଘର ଖାଲି କରିବାକୁ କୁହା ଯାଉଛି। ତାଙ୍କ ଜାଣିଶୁଣି ହଇରାଣ ମଧ୍ୟ କରା ଯାଉଅଛି।ତେବେ ଏହିସବୁ ସମସ୍ୟା ଥିବା ବର୍ଷା ତାଙ୍କ ଏତଲାରେ ଛଲ୍ଲେଖ କରିଛନ୍ତି। ତାଙ୍କୁ ସୁରକ୍ଷା ଦରକାର ବୋଲି ମଧ୍ୟ ସେ କହିଛନ୍ତି। କାରଣ ବାହାରକୁ ଗଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି।

ଏଥିପାଇଁ ତାଙ୍କର ଏତଲା ଅନୁସାରେ ପୋଲିସ ତାଙ୍କ ଘରକୁ ଆସି ତଦନ୍ତ କରିବାକୁ ସେ ଦାବି କରିଛନ୍ତି।ତେବେ ଅନ୍ୟ ପକ୍ଷରେ ବର୍ଷାଙ୍କ ବିରୋଧରେ ଶାଶୁ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି ଏବଂ ସେ ତାଙ୍କର ପକ୍ଷ ରହିଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେ,ତାଙ୍କର ନନ୍ଦିସାହି ରେ ରହିଥିବା ୬୦ ବର୍ଷ ତଳର ଘରର ମରାମତିର ଆବଶ୍ୟକତା ରହିଛି।

କିଛିଦିନ ତଳେ ସେମାନେ ପାଇଖାନା ଟାଙ୍କୀ ଜନିତ ସମସ୍ୟା ଭୋଗିଥିଲେ। ଏଥିପାଇଁ ପରିବାର ର ଅନ୍ୟମାନେ ଏବଂ ସ୍ବାମୀ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି। ଏଥିପାଇଁ ଅଳ୍ପ ଦିନ ଭିତରେ ଏହାର ମରାମତି କରିବା ନିହାତି ଦରକାର।

ତେଣୁ ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିଲେ ଏହି କାମ ଭଲ ଭାବରେ ହୋଇ ପାରିବ। ଏଥିପାଇଁ ସେ ତାଙ୍କ ବୋହୁ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ମଧ୍ୟ କାରଣ ଦର୍ଶାଇ ଅନୁରୋଧ କରିଥିଲେ। ଅଳ୍ପ ଦିନ ପାଇଁ କଟକ ସ୍ଥିତ ତାଙ୍କ ବାପ ଘରକୁ ଯାଇ ରହିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। କିନ୍ତୁ ବର୍ଷା ଘର ଖାଲି କରିବାକୁ ରାଜି ନ ଥିବା ବେଳେ ସେ ଅନେକ ଅଭିଯୋଗ ଆଣିବା ଦୁଃଖର ବିଷୟ।ତେବେ ଶାଶୁ ମଧୁସ୍ମିତା ତାଙ୍କର ଏତଲାରେ ଉକ୍ତ କଥା ମାନ ଉଲ୍ଲେଖ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।