ଫୁଣି ଓଡ଼ିଶାରେ ଚାଞ୍ଚଲ୍ୟ । ଛିଃ ଛିଃ ୫ ବର୍ଷର ଶିଶୁକନ୍ୟା କୁ ଦୁଷ୍କର୍ମ କଲେ ୮୭ ବର୍ଷର ବୃଦ୍ଧା । ନିଜ ଦୋକାନ ଘରକୁ ଟାଣି ନେଇ କଲେ ଏହିଭଳି ନିନ୍ଦନୀୟ କାର୍ଯ୍ୟ….

ପୁଣି ଓଡ଼ିଶାରେ ଲଜ୍ୟା ଜନକ ଘଟଣା ଘଟିଲା। ଯାହା ପୁଣି ପ୍ରମାଣ କଲା ମଣିଷର ବିକୃତ ଏବଂ କୁତ୍ସିତ ମାନସିକତା କୁ। ସଭ୍ୟ ଶିକ୍ଷିତ ସମାଜ ପାଇଁ ଏହା ଏକ କଳଙ୍କ ସଦୃଶ ହୋଇଥିବା ବେଳେ ବି ଏହିଭଳି କିଛି ଘଟଣା ସମୟକ୍ରମେ ଘଟୁଛି ଯାହା ନିନ୍ଦନୀୟ ବାତାବରଣ ସୃଷ୍ଟି କରୁଛି ସମାଜ ଆଗରେ।ତେବେ ଆମେ ଆପଣଙ୍କୁ କହୁଛୁ ଦୁଷ୍କର୍ମ ଏବଂ ଦୁର୍ବ୍ୟବହାର ର ଲଜ୍ଜିତ ଘଟଣା।

ଯାହା ବାରମ୍ବାର ଆମ ସମାଜରେ ଘଟିଥିଲେ ମଧ୍ୟ ଏଥିପ୍ରତି ଟିକିଏ ବି ସଚେତନ ନାହାଁନ୍ତି କିଛି ଅସାଧୁ ଓ ଅସାମାଜିକ ଲୋକ। ବୟସର ଅପରାହ୍ନରେ ବି କିଛି ଲୋକ ଏହିଭଳି ଘଟଣା ଘଟାଇ ନିଜକୁ ଆଉ ସମାଜକୁ ଅଧିକ ଲଜ୍ଜିତ କରୁଛନ୍ତି।

ତେବେ ଏହିଭଳି ଏକ ଘୃଣ୍ୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଭୂଇଁପୁର,ବନ୍ଧସାହି ଗ୍ରାମର।ଏଠାରେ ଜଣେ ୫ ବର୍ଷର କୁନିଝିଅ ସହ ଦୁଷ୍କର୍ମ କରିଛନ୍ତି ୮୭ ବର୍ଷର ବୃଦ୍ଧ।ଏହି ଗ୍ରାମର ୮୭ ବର୍ଷର ବୃଦ୍ଧଙ୍କ ବିରୋଧରେ ଏହିଭଳି ସଙ୍ଗୀନ ଅଭିଯୋଗ ପରେ ତାଙ୍କୁ ଗିରଫ କରା ଯାଇଛି।ଆଉ ଏହାପରେ ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ସ୍ଥାନୀୟ ଅଞ୍ଚଳରେ।

ଘଟଣା ଅନୁସାରେ ଭୂଇଁପୁର,ବନ୍ଧସାହି ଗ୍ରାମର ଜନୈକା ମହିଳା ସିପାନୀ ନାଥ ଶନିବାର ଆଳି ଥାନାରେ ଏନେଇ ଅଭିଯୋଗ କରିଥିଲେ। ତାଙ୍କର ଅଭିଯୋଗ ଅନୁସାରେ ସେହି ଗ୍ରାମର ୮୭ ବର୍ଷ ବୟସ୍କ ଦୋକାନୀ ସୁନାକର ପାତ୍ର ଗତ ୨୩ ତାରିଖ ଦିନ ଉକ୍ତ ମହିଳାଙ୍କ ୫ ବର୍ଷର ସାନ ଝିଅ ଟପିକୁ ଟେକି ନେଇଥିଲେ।

ଏହାପରେ ସେ ତାଙ୍କର ଦୋକାନ କ୍ୟାବିନ ଭିତରେ ଝିଅକୁ ଅନେକ ସମୟ କବାଟ ବନ୍ଦକରି ରଖିଥିଲେ। ଏ ବିଷୟରେ ଜାଣି ସେ ସେଠାକୁ ଯାଇ ତାଙ୍କ ଝିଅକୁ କ୍ୟାବିନ ସମ୍ମୁଖରେ ନିସ୍ତେଜ ହୋଇ ପଡ଼ି ରହିଥିବାର ଦେଖିଥିଲେ।ଏହାପରେ ଝିଅକୁ ନେଇ ଘରେ ଯାଇ ସେ ଦେଖିବାକୁ ପାଇଥିଲେ ଝିଅର ଶରୀରର ସମ୍ବେଦନଶୀଳ ସ୍ଥାନରେ ଗୁରୁତର ଆଘାତ ଲାଗିଥିବାର।ପରେ ଏ ବାବଦରେ ଦୋକାନୀଙ୍କୁ ପଚାରିବାରୁ ସେ ଚୁପ୍ ରହିବା ସହ ଥାନାରେ ଏ ବିଷୟରେ ଜଣାଇଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ।ଏ

ହାପରେ ସୁନାକରଙ୍କ ପରିବାର ଲୋକେ ସେମାନଙ୍କୁ ନାନା ଧମକଚମକ ଦେଇ ତାଙ୍କୁ ଥାନାକୁ ନ ଛାଡ଼ି ଆୟତ୍ତ କରି ରଖିଥିଲେ।କିନ୍ତୁ ସୁଯୋଗକ୍ରମେ ଶନିବାର ଦିନ ମହିଳା ଜଣଙ୍କ ଗାଁରୁ ଲୁଚି ପଳେଇ ଆସି ତାଙ୍କ ଝିଅ ସହିତ ଘଟିଥିବା ଏହିଭଳି ନିନ୍ଦନୀୟ ଘଟଣା ସମ୍ପର୍କରେ ଆଳି ଥାନାରେ ଅଭିଯୋଗ କରିଥିଲେ।ପରେ ଏହି ମାମଲାରେ ଆଳି ପୁଲିସ ଅଭିଯୁକ୍ତ ଦୋକାନୀ ସୁନାକର ପାତ୍ରଙ୍କୁ ଗିରଫ କରିଛି।

ଯାହାକୁ ନେଇ ତଦନ୍ତ ଅଧିକାରୀ ପ୍ରଦୋଷ ପଟ୍ଟନାୟକ ସୂଚନା ଦେଇ ଗିରଫ ବିଷୟରେ କହିଛନ୍ତି।ପରେ ଏହି ଅଞ୍ଚଳରେ ଏକ ନିନ୍ଦନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଏହି ଘଟଣାକୁ ନେଇ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।