ପୁଣି ମାଳିକା ଦେଲା ବଡ ଚେତାବନୀ ! ଭୁବନେଶ୍ୱର ରେ ଘଟିବ ବଡ ଆଶ୍ଚର୍ଯ୍ୟକର ଅଘଟଣ ଦେଖନ୍ତୁ

ଭୁବନେଶ୍ୱର ଏକ ପ୍ରସିଦ୍ଧ କ୍ଷେତ୍ର, ବର୍ତ୍ତମାନ ଆମ ଓଡ଼ିଶାର ଏକ ମହାନଗର ଏବଂ ସବୁ କ୍ଷେତ୍ର ଏଠାରେ ସମନ୍ୱୟ ଘଟିଛି। ଧର୍ମ ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁକିଛି ର ଏକ ସମନ୍ୱୟ ରହିଛି ଏଠାରେ।ଏହା ଭୁବନ ଭିତରେ ବଡ଼, ଯେଉଁଠି ରହିଛନ୍ତି ଭଗବାନ ବା ଈଶ୍ୱର, ଯେଉଁଠି ରହିଛି ଲିଙ୍ଗରାଜ ମନ୍ଦିର,ଏବଂ ସେଠାରେ ରହିଛନ୍ତି ଭଗବାନ ଶିବ, ଶଙ୍କର, ଈଶ୍ୱର ତାହା ହେଉଛି ଭୁବନେଶ୍ୱର।

ଯାହାକୁ କୁହାଯାଏ ମନ୍ଦିର ମାଳିନୀ।ଏଠାରେ କେଦାର ଗୌରୀ ଯିଏକି ଶିବ ପାର୍ବତୀ ଙ୍କ ରୂପରେ ରହିଛନ୍ତି ତାଙ୍କୁ ପୂଜା କରା ଯାଉଛି। ତେଣୁ ସେ ଭୁବନେଶ୍ୱର ରେ ଭୁବନ ର ଈଶ୍ୱର ରହିଛନ୍ତି।

ଯେଉଁଠି ରହିଛି ଖଣ୍ଡଗିରି, ଯାହା ଏକ ଗୁପ୍ତ ସ୍ଥାନ ଏବଂ ଏହି ଗୁପ୍ତ ସ୍ଥାନ ଭାବରେ ଏହା ମାଳିକା ରେ ବର୍ଣ୍ଣିତ ରହିଛି।ଏହା ହେଉଛି ଋଷିି ମୁନି ଋଷିି ମାନଙ୍କର ସ୍ଥାନ। ବ୍ରହ୍ମ ବିଦ୍ୟାର ପେଣ୍ଠ ସ୍ଥଳୀ ହେଉଛି ଭୁବନେଶ୍ଵର ଯାହା ମାଳିକା ରେ ବର୍ଣ୍ଣିତ ରହିଛି। ଭଗବାନ ଶିବ ମାତା ପାର୍ବତୀ ଙ୍କୁ ଭୁବନେଶ୍ୱର ଦାନ କରିଥିଲେ ଏବଂ ସେଠାରେ ସେ ପାର୍ବତୀଙ୍କୁ ବ୍ରହ୍ମ ତତ୍ତ୍ବ ପ୍ରଦାନ କରିଥିଲେ।

ଏହାଛଡା ଭୁବନେଶ୍ୱର ହେଉଛି ଏକ ଯୋଗ ଏବଂ ସାଧନାର ପୀଠ। ଆପଣ ଦେଖିବେ ଭୁବନେଶ୍ୱର ରେ ପ୍ରତ୍ୟେକ ଛତ୍ରେ ଛତ୍ରେ ସାଧକ, ଧର୍ମଗୁରୁ ମାନଙ୍କର ଗୁପ୍ତ ସ୍ଥାନ ଧର୍ମ ପୀଠ ରହିଛି ଏବଂ ଗୁମ୍ଫା ରହିଛି। ବହୁବିଧି ଧର୍ମର ସମାନତା ଘଟିଛି ଭୁବନେଶ୍ୱର ରେ। ଲିଙ୍ଗଚକ୍ର ସାଧନା ଯାହାର ନାହିଁ ସେ ଇନ୍ଦ୍ରିୟ ମାନଙ୍କୁ ଜୟ କରି ପାରିବ ନାହିଁ।

କୁହାଯାଏ ଶୋଡ ଚକ୍ର ମଧ୍ୟରେ ଦ୍ଵିତୀୟ ଚକ୍ର ହେଉଛି ଲିଙ୍ଗ ଚକ୍ର। ତେଣୁ ଏହା କୁହା ଯାଇଛି ଯେତେବେଳେ ଆପଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ନିମନ୍ତେ ପୁରୀ ଯାତ୍ରା କରୁଛନ୍ତି ତେବେ ନିଶ୍ଚିତ ଭାବରେ ପ୍ରଥମେ ଲିଙ୍ଗରାଜ ମହାପ୍ରଭୁ ଙ୍କୁ ଦର୍ଶନ କରି ଯାଆନ୍ତୁ। ନହେଲେ ଆପଣଙ୍କ ଆଶା ଏବଂ ଦର୍ଶନ ର ଗୁରୁତ୍ଵ କିଛି ରହିବ ନାହିଁ ବୋଲି କୁହା ଯାଇଛି।

ସେଥିପାଇଁ ଋଷିି, ମୁନୀ ଋଷିି, ସଧାରଣ ବ୍ୟକ୍ତି, ଯିଏକି ଭକ୍ତ ଶ୍ରଦ୍ଧାଳୁ ରହିଛନ୍ତି ସେମାନେ ପୁରୀକୁ ଯିବାକୁ ହେଲେ ଭୁବନେଶ୍ୱର ଦେଇ ଯିବାକୁ ପଡିବ। ନହେଲେ ଆପଣ ଦେଶ ବିଦେଶରୁ ଆସିଲେ ବି ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନ୍ୟ ପଟେ ଯାଇ ପାରିବେ ନାହିଁ।

ଭୁବନେଶ୍ୱର ରେ ଆପଣ ସବୁ ତତ୍ତ୍ବ, ତଥ୍ୟ ପାଇ ପାରିବେ। ବିଭିନ୍ନ ଧର୍ମର ସାଧକ ମାନଙ୍କ ପାଇଁ ଏଠାରେ ରହିଛି ଗୁମ୍ଫା।ସେଠାରେ ବଂଶୀ ଶୂନ୍ୟ ହୁଏ ରାତ୍ରୀରେ। ସେଠାରେ ମୃଦଙ୍ଗ, ମାଦଳ ଶୂନ୍ୟତା ଭିତରେ ଶୁଣିବାକୁ ମିଳିଥାଏ।ଏଠାରେ ଅହିରାଜ ଅନନ୍ତ ଙ୍କ ର ଫେଣି ରହିଛି ବୋଲି ମଧ୍ୟ କୁହାଯାଏ। ମହାଗିରି ରେ ରହିଛି ଏହି ଅନନ୍ତ ଙ୍କ ଗୁମ୍ଫା। ବଳଭଦ୍ର ଅନନ୍ତଙ୍କ ରୂପରେ ଏହି ଭୁବନ କୁ ସେ ଧରି ରଖିଛନ୍ତି ବୋଲି ମାଳିକା ରେ ବର୍ଣ୍ଣିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।