ହେ ପ୍ରଭୁ ! ପୁଣି ମାଡ଼ି ଆସୁଛି ଆଉ ଏକ ବାତ୍ୟା “ନୀଭାର “, ଏହି ୮ଟି ଜିଲ୍ଲାକୁ ସତର୍କ କଲା ଓଡ଼ିଶା ପାଣିପାଗ ବିଭାଗ, ମସ୍ଥ୍ୟ ଜୀବି କୁ ସମୁଦ୍ର ନ ଯିବାକୁ ଅନୁରୋଧ
ଯେମିତି କି ଆପଣ ମାନେ ସମସ୍ତେ ଜାଣି ଥିବେ ମାଡ଼ି ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା ନୀଭାର୍ । ତେବେ ଏହି ନିଭାର କେତେ ବାଟ ରେ ରହିଛି ,। ଏହାର ପ୍ରଭାବ କେଉଁ ସବୁ ଜିଲ୍ଲା ମାନଙ୍କ ରେ ରହିବ ଏହାର ସମ୍ପୂର୍ଣ ଅପଡେଟ ଆସନ୍ତୁ ଜାଣିବା ଯାହା ବିଶେଷଜ୍ଞ ମାନେ ଜାରି କରିଛନ୍ତି । ଏହା ସହିତ ବିଶେଷଜ୍ଞ ମାନେ କହିଛନ୍ତି ଯେ ଗୋଟିଏ ସମୟ ରେ ଦେଶ ଦୁଇଟି ଲଘୁଚାପ ର ସମ୍ମୁଖୀନ ହେବାକୁ ଯାଉଛି ।
ଗୋଟିଏ ଲଘୁଚାପ କ୍ଷେତ୍ର ଉତ୍ତର ଭାରତ ମହାସାଗର ଓ ଦକ୍ଷିଣ ଭାରତ ମହାସାଗର ରେ ସୃଷ୍ଟି ହେଇଛି । ଅନ୍ୟ ଟି ଆରବ ସାଗର ରେ ସୃଷ୍ଟି ହେଇଛି ।
ଆରବ ସାଗର ରେ ସୃଷ୍ଟି ହୋଇ ଥିବା ଲଘୁଚାପ ଟି ପଶ୍ଚିମ ଦିଗ ରେ ମୁହାଇଁ ଥିବାରୁ ତାର ବିଶେଷ ପ୍ରକାର ର ପ୍ରଭାବ ପଡ଼ିବ ନାହିଁ ଆଉ ଅନ୍ୟଟି ଭାରତ ମହାସାଗର ରେ ସୃଷ୍ଟି ହୋଇଥିବା କ୍ଷେତ୍ର ଆସନ୍ତା କାଲି ଏକ ଲଘୁଚାପ ରେ ପରିଣତ ହେବାରେ ସମ୍ଭାବନା ରହିଛି । ଯାହାକି ଏହି ଲଘୁଚାପ ବାତ୍ୟା ର ରୂପ ନେଇ ପାରେ । ଯାହାର ନାମ ରହିଛି ନିଭାର । ତେବେ ସମ୍ପୂର୍ଣ ଅପଡେଟ ଜାଣିବା ।
ତେବେ ଏହି ବାତ୍ୟା ନିଭାର ରେ ତାମିଲନାଡୁ , ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ର ତତ୍ତବର୍ତ୍ତି ଜିଲ୍ଲା ଗୁଡିକ ରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୨୩ ତାରିଖ ଓ ୨୪ ତାରିଖ ରେ ଆନ୍ଦ୍ରପ୍ରଦେଶ ରେ ୨୫-୨୬ ତାରିଖ ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ବର୍ଷା ପ୍ରଭାବ ରେ ଦକ୍ଷିଣ ଓଡ଼ିଶା ର ସମ୍ଭାବନା ଜିଲ୍ଲା ଓ ଉପକୂଳ ଜିଲ୍ଲା ମାନଙ୍କ ରେ ସାମାନ୍ୟ ରୁ ମାଧ୍ୟମ ଧାରଣ ରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣି ପାଗ ବିଭାଗ ରୁ ଆକଳନ କରାଯାଇଛି । କିନ୍ତୁ ଏହି ବାତ୍ୟା ନିଭାର ଓଡ଼ିଶା ଉପରେ ଏହାର ସିଧା ସଳଖ ଭାବେ କୌଣସି ପ୍ରକାର ପ୍ରଭାବ ପଡ଼ିବ ନାହିଁ ।
କିନ୍ତୁ ୨୫ ଓ ୨୬ ତାରିଖ ରେ ଦକ୍ଷିଣ ଓଡ଼ିଶା ରେ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖ ରେ କୋରାପୁଟ , ରାୟଗଡ଼ା , ମାଲକାନଗିରି , ଗଜପତି ଆଦି ଜିଲ୍ଲା ମାନଙ୍କ ରେ ପ୍ରଶାସନ ତରଫରୁ ୟେଲୋ ୱର୍ଣିଂ ଜାରି କରାଯାଇ ଅଛି ।ଏହି ସମୟ ରେ ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ର ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
ସୂଚନା ରୁ ପ୍ରକାଶ ପାଇଛି ଓଡ଼ିଶା ର କେତେକ ସ୍ଥାନ ରେ ବର୍ଷା ହୋଇଛି । ଧାନ ଅମଳ ସମୟ ରେ ହୋଇ ଥିବା ବର୍ଷା ଚାଷୀ ମାନଙ୍କ ନିଦ ହଜାଇ ଦେଇଛି। ଉତ୍ତର ଓଡ଼ିଶା ରେ ହୋଇଥିବା ବର୍ଷା ଯୋଗୁଁ ଧାନ ମାନ ନଷ୍ଟ ହୋଇଯିବା ର ସମ୍ଭାବନା ରହିଛି । ତେବେ ଆପଣଙ୍କ ଜିଲ୍ଲା ରେ କେମିତି ପ୍ରଭାବ ପଡିଛି ଏହାର ଖବର ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।