ହେ ଭଗବାନ ! ପୁଣି ଏହି ରାଜ୍ୟକୁ ଲକ ଡାଉନ ଘୋଷଣା କଲେ କେନ୍ଦ୍ର ସରକାର, ଶୀଘ୍ର ସେୟାର କରି ଜଣାନ୍ତୁ…..
ଏବେବି ମହାମାରୀ କରନା ଭାଇରସ ତାର ପ୍ରକୋପ ଜାରି ରଖିଛି। କୌଣସି ମତେ ଥମିବାର ନାମ ଧରୁନି କରନା ସଂକ୍ରମଣ।ତେବେ ଏହାକୁ ନେଇ ଦେଶବାସୀ ଚିନ୍ତାରେ ରହିଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ଦିଲ୍ଲୀରେ କରନା ପୁନଃ ସଂକ୍ରମଣ ଆରମ୍ଭ କରିଛି। ରାଜଧାନୀ ରେ ଥମିବାର ନାଁ ନେଉନାହିଁ ସଂକ୍ରମଣ।ସେଠାରେ ଏବେ ମହାମାରୀର ତୃତୀୟ ଲହରୀ ଜାରି ରହିଛି ।
ଏହାକୁ ନଜରରେ ରଖି ସରକାର ପୁଣି ଥରେ ଲକଡାଉନ୍ ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ସୂଚନା ମିଳିଛି। ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
ଅରବିନ୍ଦ କେଜରିୱାଲ ତାଙ୍କ ପ୍ରସ୍ତାବରେ କହିଛନ୍ତି ଯେ ଯଦି ଦିଲ୍ଲୀ ରେ ସହର ମାନଙ୍କରେ ଭିଡ଼ ର ମାତ୍ରା ନକମେ ଏବଂ ସେହିଭଳି ଗହଳି ଲାଗି ରହେ ତେବେ ସରକାର ଲକ୍ ଡାଉନ୍ ସ୍ଥିତି କୁ ପୁଣି ଫେରିଯିବା କୁ ବାଧ୍ୟ ହେବେ। କାରଣ ଏଠାରେ କରନା ର ପୁନଃ ସଂକ୍ରମଣ ଆରମ୍ଭ ହୋଇ ଯାଇଛି।
ତେବେ ସରକାରଙ୍କ କହିବା ଅନୁସାରେ ଯଦି ଆବଶ୍ୟକ ହୁଏ ତେବେ ସେହି ସବୁ ଅଞ୍ଚଳ ଓ ବଜାରକୁ କିଛି ଦିନ ପାଇଁ ବନ୍ଦ ରଖା ଯାଇପାରେ ଯେଉଁଠାରେ କୋଭିଡ୍ କଟକଣା ବା ଗାଇଡ ଲାଇନକୁ କେହି ପାଳନ କରୁ ନାହାଁନ୍ତି ଏବଂ ଭିଡ଼ ଜମାଉଛନ୍ତି।
ଏଥିପାଇଁ ସେଠାରେ କରନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।
ତେଣୁ ଏହି କାରଣ ପାଇଁ ଦିଲ୍ଲୀରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ହଟସ୍ପଟ୍ ପାଲଟିବାରେ ଲାଗିଚି। ବର୍ତ୍ତମାନର ଯେଉଁ ଚିତ୍ର ରହିଛି, ଗତ ୨୪ ଘଣ୍ଟାରେ ୩୭୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୯ ଜଣ ପ୍ରାଣ ହରାଇଛନ୍ତି ।ତେବେ ଏବେସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ଟପି ସାରିଛି ।
ତେବେ ଯାହା ସୂଚନା ରହିଛି କରନା ସଂକ୍ରମଣ ପାଇଁ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୯୯ ଜଣ ପ୍ରାଣ ହରାଇ ସାରିଛନ୍ତି।ଏକ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛି ରାଜଧାନୀ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ନଭେମ୍ବର ମାସ ଆରମ୍ଭରୁ ପ୍ରତି ଘଣ୍ଟାରେ ୪ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି ସେଠାରେ । ଯାହା ଏକ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି କହିଲେ ଚଲେ।
ଯାହାକୁ ନେଇ ସରକାର ଏବେ ଚିନ୍ତାରେ ରହିଛନ୍ତି ଏବଂ କିପରି ଭାବରେ ଏହାକୁ ଆୟତ୍ତକୁ ଅଣାଯିବ ଓ ଏହାର ମୁକାବିଲା କରାଯିବ ସେଥିପ୍ରତି ଧ୍ୟାନ ଦେଇ ଦୃଢ଼ ପଦକ୍ଷେପ ଆଦି ନେଉଛନ୍ତି। ଯାହାକୁ ନେଇ ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମାନ ନେଇଛନ୍ତି ।ତେବେ ବିବାହ କାର୍ଯ୍ୟକ୍ରମ ମାନଙ୍କରେ ଲୋକଙ୍କୁ ଦିଆ ଯାଉଥିବା ସୁବିଧାକୁ ସୀମିତ କରି ବିବାହରେ ଅତିଥି ସଂଖ୍ୟାକୁ ୫୦ରେ ସୀମିତ ରଖା ଯାଇଥିଲା। ସମସ୍ତ ଉଚିତ୍ ପଦକ୍ଷେପ ପରେ ଏବେର ସ୍ଥିତିକୁ ଆକଳନ କରି ସରକାର ଦିଲ୍ଲୀରେ ଲକ୍ ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।