ଦେଖନ୍ତୁ ଭିଡ଼ିଓ । ପୁଣି କାହା ପାଇଁ ସଜେଇ ହେଉଛନ୍ତି ବର୍ଷା, ଜାଣନ୍ତୁ ମେକଅପ ପଛର ଭିତିରି କାହାଣୀ…..

ଅଭିନୟ ଦୁନିଆରେ ନିଜର ପତିଆରା ବିସ୍ତାର କରିଥିବା ସୁନ୍ଦରୀ ନାୟିକା ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ରେ ସେ ହେଉଛନ୍ତି ଜଣେ ସଫଳ ଅଭିନେତ୍ରୀ ଯେଉଁ ପାଇଁ ତାଙ୍କୁ କୁହାଯାଏ ଓଲିଉଡ ର କୁଇନ। ଅଭିନୟ ଜୀବନରେ ସେ ଅନେକ ଚରିତ୍ରରେ ଅଭିନୟ କରିଥିବା ବେଳେ ତାଙ୍କ ନିକଟରେ ରହିଛି ଗ୍ଲାମର୍ ଦୁନିଆର ଚମକ। ସୁନ୍ଦରତା ଏବଂ ସରଳତା ହେଉଛି ତାଙ୍କର ସଫଳତା ର ମାପକାଠି।ସେ ଯେତିକି ସୁନ୍ଦର ସେତିକି ବୁଦ୍ଧିମତା ଅଟନ୍ତି।

ଅନେକ ସମୟରେ ସେ ତାଙ୍କର ଅଭିନୟ ପାଇଁ ଚର୍ଚ୍ଚା ରେ ରହିଥାନ୍ତି। ଗ୍ଲାମର ଦୁନିଆରେ ରହି ମଧ୍ୟ ସେ ତାଙ୍କର ସଂସ୍କୃତି କୁ ଜାବୁଡି ଧରିଥାନ୍ତି ଜୀବନର ପ୍ରତ୍ୟେକ ସୋପାନ ରେ।

ତେବେ ଯଦିଓ ସେ କୌଣସି ବିବାଦ ଭିତରକୁ ଆଜି ଯାଏଁ ଆସି ନଥିଲେ, କିନ୍ତୁ ବୈବାହିକ ଜୀବନର 6 ବର୍ଷ ଅତିକ୍ରମ କଲାପରେ ସେ ଆଜି ସାଂସାରିକ ଜୀବନରେ ବିବାଦକୁ ସମ୍ମୁଖୀନ କରୁଛନ୍ତି ଏବଂ ଅନେକ ଆଲୋଚନା ଓ ସମାଲୋଚନା ର କାରଣ ପାଲଟିଛନ୍ତି। ପ୍ରତିଟି ମୁହୂର୍ତ୍ତରେ ତାଙ୍କ କାର୍ଯ୍ୟ କଲାପକୁ ନେଇ ସୋସିଆଲ ମିଡିଆରେ ଖବର ପ୍ରସାରଣ ହେବାକୁ ଲାଗୁଛି।

ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜକୁ ସବୁବେଳେ ସମାଜସେବା ଏବଂ ପରୋପକାର ରେ ସମର୍ପିତ କରିଥିବାର ଆମେ ଦେଖିବାକୁ ପାଉ ଯାହା ସେ ଅନେକ ଥର କରି ଲୋକ ଲୋଚନକୁ ଆସି ସାରିଛନ୍ତି।କିନ୍ତୁ ଏବେ ତାଙ୍କର ଯେଉଁ ଭିଡିଓ ଟି ଭାଇରାଲ ହେଉଛି ବା ଦେଖିବାକୁ ମିଳୁଛି ତାହା ହେଉଛି ତାଙ୍କର ସଜେଇ ହେବା ର ଭିଡିଓ।

ନିଜକୁ ସଯାଉଛନ୍ତି ବର୍ଷା। ଲାଗୁଛି ଯେମିତି ସୁଟିଂ ପୂର୍ବରୁ ଅଭିନେତ୍ରୀ ଓ ଅଭିନେତା ମାନେ ଗ୍ରୀନ ରୁମ୍ ରେ ନିଜର ମେକ୍ ଅପ୍ ନେଇଥାନ୍ତି। ସେହିଭଳି ଭାବରେ ବର୍ଷା ଙ୍କୁ ଦୁଇ ତିନି ଜଣ ମିଶି ପର୍ଫେକ୍ତ ଲୁକ୍ ଦେବାରେ ଲାଗିଛନ୍ତି। ଜଣେ ତାଙ୍କୁ ମେକଅପ୍ ଦେଉଥିବା ବେଳେ ଅନ୍ୟଜଣେ ବର୍ଷା ଙ୍କ ଚୁଟି ସଜାଡୁ ଛନ୍ତି। ତେବେ ବର୍ଷା ମଧ୍ୟ ଆଇନା ରେ ତାଙ୍କର ମେକ ଅପ୍ କୁ ଦେଖି ଖୁସି ହେଉଛନ୍ତି।

ଏହି ଭଳି ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ପରେ ଅନେକ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯେ ବର୍ଷା ଏବେ କାହା ପାଇଁ ସଜେଇ ହେଉଛନ୍ତି।ହୋଇପାରେ ସେ କୌଣସି ଫିଲ୍ମ୍ ର ଅଫର୍ ପାଇ ସେଥିପାଇଁ କାମ କରିବା ଅାରମ୍ଭ କରିଛନ୍ତି। ସେଥିପାଇଁ ସୁଟିଂ ପୂର୍ବରୁ ସେ ମେକଅପ୍ ନେଉଛନ୍ତି। ଏହିଭଳି ଅନେକ କଥା ଶୁଣିବାକୁ ମିଳୁଥିବା ବେଳେ ଏହାର ପ୍ରକୃତ କାରଣ କଣ ତାହା ଜଣା ପଡିନାହିଁ।

ତେବେ ହୁଏତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନିକଟ ଭବିଷ୍ୟତ ରେ ଅଭିନୟ ଦୁନିଆରେ ଦେଖିବାକୁ ସୁଯୋଗ ମିଳିବ ବୋଲି ତାଙ୍କର ପ୍ରଶଂସକ ମାନେ ଆଶା କରୁଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।