ଦେଖନ୍ତୁ ଭିଡ଼ିଓ । ପୁଣି ବେଣୁ ମଉସା ଙ୍କୁ ମିଠା ଖୁଆଇବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ, କଣ ସତରେ BJD….

ଏବେ ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ସରି ଯାଇଛି ଏବଂ ଏହାର ଫଳାଫଳ ମଧ୍ୟ ବାହାରି ସାରିଛି।ଏବଂ ଏହି ନିର୍ବାଚନ ରେ ଚର୍ଚ୍ଚିତ ଚେହେରା ପାଲଟି ଥିଲେ ଆମର ପ୍ରିୟ ବେଣୁ ମଉସା ବା ବେଣୁଧର ବାରିକ।ନିର୍ବାଚନ ର ପ୍ରଚାର ପାଇଁ ତାଙ୍କ ପାଖକୁ ସମସ୍ତେ ଆସି ଥିଲେ, କିନ୍ତୁ ଏବେ ନିର୍ବାଚନ ସରି ଯିବା ପରେ ତାଙ୍କ ପାଖରୁ ସମସ୍ତେ ଦୁରେଇ ଯାଇଛନ୍ତି।ତାଙ୍କ ଘର ଆଗରେ ଆଉ ଲୋକଙ୍କ ଭିଡ଼ ନାହିଁ।

କାରଣ ସମସ୍ତେ ବିଜୟ କୁ ସ୍ୱାଗତ କରନ୍ତି ଆଉ ପରାଜୟ କୁ ଭୁଲି ଯାଇ ଥାଆନ୍ତି।କିନ୍ତୁ ବେଣୁ ମଉସା ଙ୍କୁ ଏପରି ପରିସ୍ଥିତି ରେ ଏକ ଛାଡ଼ି ନାହାନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ।

ନିର୍ବାଚନ ଫଳାଫଳ ବାହାରିବା ପରେ ରାଣୀ ପ୍ରିୟଦର୍ଶିନୀ ଆସି ପହଞ୍ଚିଛନ୍ତି ବେଣୁ ମଉସାଙ୍କ ପାଖରେ।ବେଣୁ ମଉସା ଙ୍କୁ ସେ ବିଭିନ୍ନ ପ୍ରକାର ର ମିଠା ଖୁଆଇବା ସହିତ ତାଙ୍କୁ ହସେଇବା କୁ ଚେଷ୍ଟା କରିଛନ୍ତି।ନିର୍ବାଚନ ଫଳ ଆସିବା ପରେ କାଳେ ବେଣୁ ମଉସା ଚିନ୍ତା ରେ ଓ ଦୁଃଖ ରେ ଥିବେ ଭାବି,ରାଣୀ ଆସି ମଉସା ଙ୍କ ପାଖରେ ଛିଡ଼ା ହୋଇଛନ୍ତି।ମଉସା ଙ୍କୁ ଦୁଃଖ ରେ ଭାଙ୍ଗି ପଡିବାକୁ ଦେଇ ନାହାନ୍ତି ସେ।ମଉସାଙ୍କ ସୁଖ ଦୁଃଖ ର ସାଥି ପାଲଟିଛନ୍ତି ସେ।ମଉସା ଙ୍କୁ ସାନ୍ତ୍ୱନା ଦେବା ସହିତ ତାଙ୍କୁ ସ୍ୱାଦିଷ୍ଟ ମିଠା ଖୁଆଇଛନ୍ତି।

ତେବେ ମଉସା କହିଛନ୍ତି କି ସେ ନିର୍ବାଚନ ରେ ହାରିବା ପରେ ମଧ୍ୟ ଭାଙ୍ଗି ପଡ଼ି ନାହାନ୍ତି।ତାଙ୍କ ନିଜ ଲୋକ ମାନେ ତାଙ୍କ ସହ ବିଶ୍ୱାସ ଘାତ କରିବାରୁ ଟିକେ ଦୁଃଖ ଲାଗୁଛି ବୋଲି କହିଛନ୍ତି ବେଣୁ ମଉସା।ତାଙ୍କ ବସ୍ତି ବାସିନ୍ଦା ଯେଉଁମାନେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଉସୁକାଇ ଥିଲେ ସେମାନେ କିଛି ଟଙ୍କା ରେ ବିକ୍ରି ହୋଇ ଗଲେ ଓ ଅନ୍ୟ ଦଳକୁ ଭୋଟ୍ ଦେଲେ ବୋଲି କହିଛନ୍ତି ମଉସା।

କିନ୍ତୁ ସେ କାହାରିକୁ ପାନ ଟିଏ ମଧ୍ୟ ଦେଇ ପାରିଲେ ନାହିଁ,ତେଣୁ ସେ ନିର୍ବାଚନ ହାରି ଗଲେ।ଅନ୍ୟ ଦଳ ର ପାର୍ଥି ମାନେ ଲୋକ ମାନଙ୍କୁ ମାଂସ, ମଦ, ହାଣ୍ଡିଆ ଇତ୍ୟାଦି ଦେଇ ମିଥ୍ୟା ପ୍ରଲୋଭନ ଦେଖାଇ ଲୋକଙ୍କ ଭୋଟ୍ ହାସଲ କରିଲେ।କିନ୍ତୁ ମୁଁ ନିଷ୍ଠା ଓ ନ୍ୟାୟ ର ମାର୍ଗ ଚୟନ କଲି ତେଣୁ ଲୋକେ ମୋତେ ଭୋଟ୍ ଦେଲେ ନାହିଁ।

ତେବେ ରାଣୀ ପ୍ରିୟଦର୍ଶିନୀ କହିଛନ୍ତି କି ସେ ମଉସା ଙ୍କୁ ନିଜ ବାପା ପରି ମାନନ୍ତି।ତେଣୁ ମଉସା ଙ୍କ ପାଇଁ ସେ ପ୍ରଚାର କରିବା ପାଇଁ ଆସି ଥିଲେ ଓ ଏବେ ମଉସା ହାରି ଗଲା ପରେ ମଧ୍ୟ ତାଙ୍କ ଦୁଖଃ ର ସାଥି ହେବା ପାଇଁ ଆସିଛନ୍ତି।ସେ ମଉସା ଙ୍କ ସହ ସବୁବେଳେ ରହିବେ ବୋଲି ରାଣୀ କହିଛନ୍ତି।କେବଳ ମଉସା ନୁହେଁ ମଉସାଙ୍କ ପରି ସମସ୍ତ ଅସହାୟ ଲୋକଙ୍କ ସହିତ ସେ ସବୁବେଳେ ରହିବେ ବୋଲି କହିଛନ୍ତି।ସମାଜ ସେବା କରିବା ତାଙ୍କର ପସନ୍ଦ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।