ପୁଣି ଅନୁଭବ – ବର୍ଷା ବିବାଦର ନୂଆ ଖୁଲାସା । ଶେଷରେ ସାମ୍ନାକୁ ଆସିଲା ସତ୍ୟ, କଣ ସତରେ ଅନୁଭବ ଏବଂ ଜାଗୃତି…..

ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ଥିବା ବିବାଦ ର ଚର୍ଚ୍ଚା ସାମାନ୍ୟ କମ୍ ହେବାକୁ ଯାଉଥିବା ବେଳେ ଏହାକୁ ପୁଣି ଥରେ ଚର୍ଚ୍ଚା କୁ ଆଣିଛନ୍ତି ନିଜେ ଅନୁଭବ ମହାନ୍ତି । ବର୍ଷା କୁ ଛାଡ଼ପତ୍ର ଦେବା ପରେ ଦିଲ୍ଲୀ ର ସାମ୍ବାଦିକା ଜାଗୃତି କୁ ନେଇ ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି। ଏବେ ଜାଗୃତି ସୁଭ୍ରା ଙ୍କ ନାମ ସାଂସଦ ଅନୁଭବ ମହାନ୍ତି ଙ୍କ ସହିତ ଯୋଡ଼ା ହେଉଛି ।

ଅନୁଭବ ମହାନ୍ତି ବର୍ତ୍ତମାନ ବର୍ଷା ଙ୍କ ହାତ ଛାଡ଼ି ଜାଗୃତି ଙ୍କ ହାତ ଧରିବେ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାରି ଭିତରେ ଏହି ଚର୍ଚ୍ଚା କୁ ଆହୁରି ମଜବୁତ୍ କରିଛି ଅନୁଭବ ଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ। ଆଜି କାଲି ଅନୁଭବ ମହାନ୍ତି ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ କମ୍ ଓ ଜାଗୃତି ଶୁଭ୍ରା ଙ୍କୁ ଅଧିକ ପ୍ରଶଂସା କରିବାର ନଜର ଆସିଛନ୍ତି । ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ;

ଗତ ଗୁରୁବାର ଦିନ ସାଂସଦ ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡ଼ିଆ ପେଜ ରେ ଜାଗୃତି ଓ ଅଶ୍ଵିନୀ ଦୁବେ ଙ୍କ ସହିତ ଏକ ପୋଷ୍ଟ ସେୟାର କରି ଥିଲେ । ସେଥିରେ ସେ ଅଶ୍ଵିନୀ ଦୁବେ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇବା ସହିତ ଜାଗୃତି ସୁଭ୍ରା ଙ୍କୁ ବେଶ୍ ପ୍ରଶଂସା କରି ଥିଲେ । ଜାଗୃତି ଙ୍କୁ ସେ ତାଙ୍କର ଜଣେ ନିଶ୍ୱର୍ଥ ପର ଘନିଷ୍ଠ ବନ୍ଧୁ ବୋଲି କହି ଥିଲେ। ତେବେ କହି ରଖୁଛୁ ଯେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାଦ ଏବେ କୋର୍ଟ ରେ ରହିଛି। ଆଉ ଅନୁଭବ ମହାନ୍ତି ଙ୍କ ପାଇଁ ଏହି କେଶ୍ ଟି ଅଶ୍ଵିନୀ ଦୁବେ ଲଢ଼ୁ ଅଛନ୍ତି।

ତେବେ ଅନୁଭବ ମହାନ୍ତି ଙ୍କ ଏମିତି ପ୍ରଶଂସା ର ଉତ୍ତର ମଧ୍ୟ ଦେଇଛନ୍ତି ଦିଲ୍ଲୀ ସାମ୍ବାଦିକା ଜାଗୃତି ସୁଭ୍ରା । ଜାଗୃତି ସୁଭ୍ରା ଅନୁଭବ ମହାନ୍ତି ଙ୍କ ଏହି ପୋଷ୍ଟ ନିଜ ଆକାଉଣ୍ଟ୍ ରେ ସେୟାର କରି ଲେଖିଛନ୍ତି ଯେ ଅନୁଭବ ଜି ଆପଣ ଙ୍କ ର ଏହି ଭଲ ପଣିଆ ଓ ସଚ୍ଚୋଟ ପଣିଆ ର ଉତ୍ତର ଦେବା ପାଇଁ ମୋ ପାଖରେ ଶବ୍ଦ ନାହିଁ ।

ମୁଁ ଆପଣଙ୍କ ସବୁ ସଚ୍ଚୋଟତା ର ସାକ୍ଷୀ । ସମସ୍ତ ଅସୁବିଧା ସହିତ ଲଢ଼ିବା ପାଇଁ ଈଶ୍ୱର ଆପଣ ଙ୍କୁ ସାହସ ଦେଇଛନ୍ତି । ଅନ୍ତନ୍ତ୍ ସତ୍ୟ ହେଉଛି ଆପଣ ଙ୍କ ଭାଗ୍ୟ ଯାହା ଆପଣ ଙ୍କ ପାଖରୁ କେହି ଛଡ଼ାଇ ନେଇ ପାରିବେ ନାହିଁ । ଆପଣ ଙ୍କ ସହିତ ଅଶ୍ଵିନୀ ଜି ପରି ଓକିଲ ଅଛନ୍ତି ଯିଏ ଆପଣ ଙ୍କ ସହିତ ଦୃଢ଼ ପାହାଡ଼ ପରି ଛିଡ଼ା ହେବେ ।

ଏହା ସହିତ ଆପଣ ଙ୍କ ପରିବାର ଓ ଲକ୍ଷ ଲକ୍ଷ ପ୍ରଶଂସକ ଆପଣ ଙ୍କ ସହିତ ଅଛନ୍ତି । ଯେଉଁମାନେ ଆପଣ ଙ୍କୁ ନିଶ୍ୱର୍ଥାପର ଭାବେ ଭଲ ପାଉଛନ୍ତି । ସତ ଯାହା ବି ହେଉ ନା କାହିଁକି ମୁ ସବୁବେଳେ ଆପଣଙ୍କ ସହିତ ରହିଛି । ସୋସିଆଲ ମିଡ଼ିଆ ରେ ଏମିତି ଏକ ପୋଷ୍ଟ ପରେ ଲୁଚା ଛପା କାହାଣୀ ପଦା କୁ ଆସିବା ପରେ ଅନୁଭବ ମହାନ୍ତି ଙ୍କ ଫ୍ୟାନ ଏହାକୁ ସମାଲୋଚନା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।