ପୁଣି ଆସିଲା ବଡ ଖବର । ୧୮ ବର୍ଷ ରୁ ଉର୍ଦ୍ଧ ବୟସ ହୋଇଥିଲେ ପୋଷ୍ଟଟିକୁ ନିଶ୍ଚୟ ଦେଖନ୍ତୁ

ଆରମ୍ଭ ହେବାକୁ ଯାଉଛି ନୂଆ ଭୋଟର୍ ମାନଙ୍କର ପଞ୍ଜିକରଣ କାର୍ଯ୍ୟ। ନିୟମ ଅନୁସାରେ ଯେଉଁ ମାନେ ଏବେ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ହୋଇ ଥିବେ ସେମାନଙ୍କର ପଞ୍ଜିକରଣ କରାଯିବ।ତେବେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ନିମନ୍ତେ ଏହି ମଙ୍ଗଳବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏହି ବିଷୟରେ ଆଲୋଚନା କରିଛନ୍ତି।

ନଭେମ୍ବର ୧୬ ତାରିଖରେ ଭୋଟର ତାଲିକା ପ୍ରକାଶ ପାଇ ଥିବାରୁ ଏହି ଅନୁସାରେ ୨୦୨୧ ଜାନୁୟାରୀ ପହିଲା ସୁଦ୍ଧା ଯେଉଁ ମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ କିମ୍ବା ଅତିକ୍ରମ କରି ସାରିଥିବ ସେମାନେ ଭୋଟର ତାଲିକାରେ ନିଜର ନାମ ପଞ୍ଜୀକରଣ କରି ପାରିବେ।

ଆଉ ଏଥି ନିମନ୍ତେ ସେମାନେ ବୁଥ୍‌ ଲେଭଲ ଅଧିକାରୀଙ୍କ ନିକଟରେ ଯାଇ ସେମାନେ ଫର୍ମ-୬ ମାଧ୍ୟମରେ ଏହାର ଆବେଦନ କରି ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଜାନୁଆରୀ ପ୍ରଥମ ସପ୍ତାହ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଯଦି ଆପଣଙ୍କ ବୟସ ୧୮ ବର୍ଷ ହୋଇ ଯାଇଛି ତେବେ ଆପଣ ନିଶ୍ଚିତ ଆପଣଙ୍କ ଅଧିକାରକୁ ସାବ୍ୟସ୍ତ କରନ୍ତୁ।

ଏହା ସହିତ ଚିଠା ଭୋଟର ତାଲିକାରେ କିମ୍ବା ଭୋଟର ପରିଚୟ ପତ୍ରରେ ଯେ କୌଣସି ପ୍ରକାର ଯଦି ତ୍ରୁଟି ଥାଏ ତେବେ ଆପଣ ଫର୍ମ-୮ ର ଆବେଦନ କରି ପାରିବେ ଏବଂ ଏଥିପାଇଁ ଯଦି ଆପଣ ଭୋଟର ତାଲିକାରୁ ଆପଣଙ୍କ ନାମ ବାଦ ଦେବା ପାଇଁ ଚାହୁଁଛନ୍ତି ତେବେ ଫର୍ମ ନଂ-୭ରେ ଆବେଦନ କରି ପାରିବେ ବୋଲି କୁହା ଯାଇଛି।

ତେବେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ନିମନ୍ତେ ରାଜ୍ୟର ସମସ୍ତ ଭୋଟରମାନଙ୍କ ମଧ୍ୟରେ,ଏବଂ ବିଶେଷକରି ନୂତନ ଭୋଟରଙ୍କ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲା ନିର୍ବାଚନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି।

ତେବେ ଏହି ଭୋଟର ତାଲିକା ସଂଶୋଧନ ନିମନ୍ତେ ଭୋଟରମାନେ ମଧ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ହୋଇଥିବା ଓ୍ବେବ୍‌ସାଇଟ ( www.nvsp.in) କିମ୍ବା (voter helpline ) କୁ ଲଗ୍‌ଇନ କରି ନିଜର ନାମ ର ତ୍ରୁଟି ଜାଣି ପାରିବେ। ଏହାପରେ ଆସନ୍ତା ଜାନୁୟାରୀ ୫ ତାରିଖ ସୁଦ୍ଧା ଯାହାର ଯେଉଁ ତ୍ରୁଟି ରହିଛି ସେମାନଙ୍କର ସମସ୍ତ ଅଭିଯୋଗ କୁ ଗ୍ରହଣ କରାଯାଇ ତାହାର ତୁରନ୍ତ ସମାଧାନ କରାଯିବ।

ତେବେ ଯାହା ସୂଚନା ରହିଛି ୨୦୨୧ ଜାନୁୟାରୀ ୧୫ରେ ସଂଶୋଧିତ ଭୋଟର ତାଲିକା ସମସ୍ତ ଭୋଟଗ୍ରହଣ କେନ୍ଦ୍ର, ଜିଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ, ସମସ୍ତ ତହସିଲ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଏବଂ ଏହି ସମୟରେ ଏହାର ସଂଶୋଧନ ପାଇଁ ନିଯୋଜ୍ଜିତ ହୋଇଥିବା କର୍ମଚାରୀ ମାନେ ବଦଳି ହୋଇ ଅନ୍ୟତ୍ର ଯାଇ ପାରିବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।