ଆସନ୍ତା କାଲି ପୁଣି ହେବାକୁ ଯାଉଛି ଆଉ ଏକ ଓଡ଼ିଶା ବନ୍ଦ ପାଳନ। କିଛିଦିନ ତଳେ କଂଗ୍ରେସ ତରଫରୁ ବନ୍ଦ ଡାକରା ଦିଆ ଯାଇଥିଲା। ଜନ ସାଧାରଣ ମାନଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ସରକାର ଙ୍କୁ ସଚେତନତା ବାର୍ତ୍ତା ଦେବା ପାଇଁ ଏବଂ ଦରଦାମ ର ବୃଦ୍ଧିରେ ହ୍ରାସ କରିବା ପାଇଁ କଂଗ୍ରେସ ଏହା କରିଥିଲା।ତେବେ ଏହାକୁ ନେଇ ଓଡ଼ିଶା କଂଗ୍ରେସ ଓଡ଼ିଶା ବନ୍ଦ କରିବାକୁ ଆହ୍ବାନ ଦେଇଥିଲା।ଏଥିପାଇଁ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରା ଯାଇଥିଲା ବନ୍ଦ ପାଳନ ର ଉଦ୍ଦେଶ୍ୟ ବିଷୟରେ।
ଫେବୃଆରୀ ମାସରେ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସ ଡାକରା ଦେଇଥିଲା।ଏହି ବନ୍ଦ ରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଛୋଟ ବଡ଼ ସହର ଗୁଡ଼ିକ ବନ୍ଦ କରି ଦିଆ ଯାଇଥିଲା।ସେହିପରି ଏବେ ଜନ ସାଧାରଣ ଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କଂଗ୍ରେସ ପୁଣି ଏକ ବନ୍ଦ ଡାକରା ଦେଇଛି।
ଆସନ୍ତା କାଲି ଅର୍ଥାତ୍ ବୁଧବାର କଂଗ୍ରେସ ଶାନ୍ତି ପୂର୍ଣ୍ଣ ଭାବରେ ଓଡିଶା ବନ୍ଦ ଡାକରା ଦେଇଛି। ଏହିଦିନ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାରା ଓଡ଼ିଶା।ତେବେ ଆପଣ ଜାଣି ରଖନ୍ତୁ ଯେ ଏହି ବନ୍ଦ ରେ କଣ କଣ ସବୁ ଖୋଲା ରହିବ ଆଉ କଣ ସବୁ ବନ୍ଦ ରହିବ?
କ’ଣ ଖୋଲା-
ଔଷଧ ଦୋକାନ, ସ୍ୱାସ୍ଥ୍ୟ ସେବା ଜାରି ରହିବ, ଆମ୍ବୁଲାନ୍ସ ଏବଂ ଦୁଗ୍ଧ ଗାଡ଼ି ବନ୍ଦ ରୁ ବାଦ୍, ବାହାଘର ଓ ଅନ୍ତିମ ସଂସ୍କାର ଗାଡ଼ି ଚାଲିବ, ଜରୁରୀ କାଳୀନ ସେବା ବନ୍ଦ ପାଳନରୁ ବାଦ୍
କ’ଣ ବନ୍ଦ-
ପେଟ୍ରୋଲ ପମ୍ପ ବନ୍ଦ ରହିବ, ଘରୋଇ ବସ୍ ସେବା ବନ୍ଦ ରହିବ, ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ।, ଦୋକାନ ବଜାର ବନ୍ଦ ରହିବା ସହିତ, ସମସ୍ତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିବ ।
ଦରଦାମ ବୃଦ୍ଧି ସହିତ ଚାଷୀ ମାନଙ୍କ ସମସ୍ୟା ଏବଂ ବେକାରୀଙ୍କୁ କୌଣସି ସୁବିଧା ସୁଯୋଗ ଏବଂ ନିଯୁକ୍ତି ମିଳୁ ନଥିବା ଅଥବା ସେମାନଙ୍କୁ ଅଣଦେଖା କରା ଯାଉ ଥିବାରୁ ଏହାର ପ୍ରତିବାଦ ସ୍ବରୂପ କଂଗ୍ରେସ ଏଥିପ୍ରତି ସ୍ୱର ଉତ୍ତୋଳନ କରିବାକୁ ଯାଉଅଛି।ଏହା ସହ ରାଜ୍ୟର ଜଳ, ଜମିର ଅନିୟମିତତା ଏବଂ ବଣ୍ଟନ ସମସ୍ୟା ଏବଂ ରାଜ୍ୟ ବାସୀଙ୍କୁ ସୁରକ୍ଷା ଦେବାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ କରା ଯାଇଛି। ରାଜ୍ୟବାସୀ ଙ୍କ ସମସ୍ୟା କୁ ବୁଝିବା ଏବଂ ସୁରକ୍ଷା ଦେଇ ପାରୁନଥିବା ଭଳି ସମସ୍ୟାକୁ ନେଇ ଏହି ବନ୍ଦ ପାଳନ କରୁଛି କଂଗ୍ରେସ।
ଓଡିଶାର ସ୍ବାର୍ଥ ପାଇଁ ରାଜ୍ୟବାସୀ ବନ୍ଦକୁ ସହଯୋଗ କରିବେ ବୋଲି କଂଗ୍ରେସ ଆଶା ରଖିଛି।ତେବେ ଏହି ବନ୍ଦ ଡାକରା ଜନ ସଚେତନତା ପାଇଁ ହୋଇଥିବା ବେଳେ ଏହି ବନ୍ଦ ଡାକରା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ହେବା ସହିତ ରାଜ୍ୟବାସୀଙ୍କୁ ଏହି ବନ୍ଦ ଡାକରାରେ ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ରାଜ୍ୟ ବାସୀଙ୍କୁ ଆହ୍ବାନ ଦେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।