ପୁଣି ଆସନ୍ତା କାଲିଠାରୁ ଏହି ସବୁ ଜିଲ୍ଲାରେ ନାଇଟ କର୍ଫ୍ୟୁ, ଜାଣନ୍ତୁ କେଉଁ ସବୁ ଜିଲ୍ଲା ସାମିଲ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

ଏବେବି ଜାରି ରହିଛି କରନା ଭାଇରସ ର ପ୍ରକୋପ। ଥମିବାର ନାଁ ନେଉନାହିଁ ସଂକ୍ରମଣ। ଯଦିଓ ବିଭିନ୍ନ ପଦକ୍ଷେପ ସତ୍ତ୍ଵେ ଦେଶରେ ପ୍ରତିଦିନ କରନା ସଂକ୍ରମଣ ର ମାତ୍ରା କିଛି ପରିମାଣରେ କମି ଯାଇଥିଲା। କିନ୍ତୁ ଏବେ ପୁଣି କରୋନା ଭାଇରସର ଦ୍ୱିତୀୟ ଲହର ଅନେକ ଦେଶକୁ କବଳିତ କରିଛି।ଆଉ ଏଥିରୁ ବାଦ ପଡ଼ିନାହିଁ ଆମ ଦେଶ ଭାରତ। ଏବେବି ଭାରତରେ ସଂକ୍ରମଣର ଭୟ ରହିଛି।

ଜନ ବହୁଳ ପୂର୍ଣ୍ଣ ଭାରତରେ ଏହାର ସାଙ୍ଘାତିକ ସ୍ଥିତି କୁ ସ୍ଥିର ଗତି କୁ ଆଣିବା ପାଇଁ ଯଦିଓ ଅନେକ ଦୃଢ଼ ପଦକ୍ଷେପ ମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ନିଆ ଯାଉଛି, ତଥାପି ଏହା ନିୟନ୍ତ୍ରଣ ଭିତରକୁ ଆସି ପାରି ନାହିଁ।

ଅନେକ ରାଜ୍ୟ ମାନଙ୍କରେ ଏବେବି କରନା ଭାଇରସ ର ପ୍ରକୋପ ଅଧିକ ମାତ୍ରା ରେ ରହିଛି। ଦୀର୍ଘଦିନ ଧରି ଲକ୍ ଡାଉନ୍ ସ୍ଥିତି ରେ ଦେଶ ରହିବା ପରେ ଦେଶର ଆର୍ଥିକ ଅବସ୍ଥା ବିଗିଡି ଯାଇଥିବା ବେଳେ ପୁଣି ଏହି ମାରାତ୍ମକ ଭୂତାଣୁ ସଂକ୍ରମଣ ର ଦ୍ଵିତୀୟ ଲହର ଆରମ୍ଭ ହୋଇଥିବା କାରଣରୁ ଲୋକେ ସାମାନ୍ୟ ଆଶ୍ୱସ୍ତି ପାଇଁ ଚିନ୍ତା କରୁଥିବା ବେଳେ ଏହା ପୁଣି ଲୋକଙ୍କ ଚିନ୍ତା ବଢ଼ାଇଛି।

ସଂକ୍ରମଣ ର ମାତ୍ରା କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଭାବରେ ଟଳି ନାହିଁ ।ତେବେ ସେହି କାରଣରୁ କରୋନା ଭାଇରସର ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ମାନେ ଦୃଢ଼ ପଦକ୍ଷେପ ଆଦି ଗ୍ରହଣ କରିଛନ୍ତି ଏହାକୁ ପ୍ରତିହତ କରି ନିୟନ୍ତ୍ରଣ ଭିତରକୁ ଆଣିବା ପାଇଁ।ତେବେ ଏହି ରାଜ୍ୟ ଗୁଡ଼ିକ ହେଲେ ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ।

ଏହି ରାଜ୍ୟ ଗୁଡ଼ିକରେ ସେଠାକାର ସଂକ୍ରମଣ ର ସ୍ଥିତି କୁ ଅନୁଧ୍ୟାନ କରି ବ୍ୟାପକ ପଦକ୍ଷେପ ମାନ ନିଆଯାଇଛି ।ତେବେ ଏହି ସମୟରେ ରାଜସ୍ଥାନ ସରକାର କରୋନାର ଏହି ଦ୍ଵିତୀୟ ପ୍ରବାହକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ କଟକଣା ମଧ୍ୟ ଜାରି କରିଛନ୍ତି। ଯେମିତି ବି ହେଉ ସମସ୍ତ ପଦକ୍ଷେପ ଆଦିକୁ ଗ୍ରହଣ କରି ଏବଂ ଲୋକ ମାନଙ୍କର ଜୀବନ ଜୀବିକା କୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଏହିଭଳି ଏକ ବିହିତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେଠାରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସମ୍ପୂର୍ଣ୍ଣ ରାଜ୍ୟରେ ଏହି କଟକଣା କୁ ଲାଗୁ କାରାଯାଇ ନାହିଁ।ଯେଉଁ ଅଂଚଳ ମାନଙ୍କରେ ସ୍ଥିତି ସାମାନ୍ୟ ସଙ୍କଟାପନ୍ନ ରହିଛି ସେହି ସ୍ଥାନ ମାନଙ୍କରେ ଏହି କଟକଣା ଲାଗୁ କରା ଯାଇଛି।ତେବେ ସେହି ସ୍ଥାନ ଗୁଡିକ ହେଲା କୋଟା, ଜୟପୁର, ଯୋଧପୁର, ବିକାନେର, ଉଦୟପୁର, ଅଜମେର, ଭିଲଓ୍ୱାଡ଼ା, ନାଗୋର, ପାଲି, ଟୋଙ୍କ, ସିକର ଏବଂ ଗଙ୍ଗାନଗରର ମୁଖ୍ୟାଳୟ ସହର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।