ପୂଜା-ପାଠ ନା କର୍ମ-କର୍ତ୍ତବ୍ୟ ଶ୍ରେଷ୍ଠ କିଏ ? Geeta Gyaan by Lord Krishna

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମଣିଷର କର୍ମରୁ ହିଁ ତାର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ। କର୍ତ୍ତବ୍ୟ ହିଁ ଭଗବାନ ଅଟେ। କର୍ମ କର କିନ୍ତୁ ଫଳ ଆଶା ରଖ ନାହିଁ।ସେ ଏହା ମଧ୍ୟ କହିଛନ୍ତି କି ଶ୍ରୀହରୀଙ୍କୁ ପ୍ରସନ୍ନ କରିବା ପାଇଁ ଯଜ୍ଞ ରୂପୀ କର୍ମ କରିବା ନିହାତି ଆବଶ୍ୟକ। କାରଣ ନିଜର କର୍ମ ହିଁ ଜଣଙ୍କୁ ତାର ଚଲାପଥ କୁ କୁସୁମିତ କରିବାର ବାଟ ଦେଖାଇଥାଏ।

ଗୀତାର ଏହି ଶ୍ଳୋକରେ ମଧ୍ୟ ଏହା ଉଲ୍ଲେଖ ରହିଛି ଯେ ଦେବ ଭକ୍ତି ମଧ୍ୟ ଗୋଟେ କର୍ମ ଅଟେ। ତେଣୁ ନିଜର କର୍ମ ପ୍ରତି ଦାୟିତ୍ବବାନ ହେବା ସହିତ ଏଥିପ୍ରତି ଗୁରୁତ୍ବ ଆରୋପ କରିବା ବିଧେୟ। ତଥାପି କିଛି ଲୋକ ଭାଗ୍ୟ, ପୂଜା ପାଠ ଆଦିକୁ ବଡ଼ ବୋଲି ବିବେଚନା କରିଥାନ୍ତି।

ସେମାନଙ୍କ ମତରେ କର୍ମ ଅପେକ୍ଷା ପୂଜାର୍ଚ୍ଚନା କରିବା, ଭଗବାନଙ୍କ ନିକଟରେ ପୂଜା ପାଠ କରିବା ଯୋଗୁଁ ନିଜର ଉନ୍ନତି ଆସିଥାଏ।ଆଉ ଏହା କର୍ମ ଠାରୁ ମଧ୍ୟ ବଡ଼ ଅଟେ। ଏହି ଦୁଇଟି କାର୍ଯ୍ୟ ଭିତରୁ ଶ୍ରେଷ୍ଠ କିଏ, ତାହା ଜାଣିବା ପାଇଁ ସବୁବେଳେ ମନ ଭିତରେ ପ୍ରଶ୍ନ ରହିଥାଇ ପାରେ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ। କାରଣ ଏହା ଏକ ଦ୍ଵନ୍ଦ ସୃଷ୍ଟି କରିଥାଏ।ତେବେ ଆଜି ଆମେ ଏହି ଲେଖାରେ ଜାଣିବା କର୍ମ ଏବଂ କର୍ତ୍ତବ୍ୟ ସହ ଯଦି ପୂଜା ପାଠ କୁ ତୁଳନା କରାଯାଏ ତେବେ ଆମେ ଏଥିରୁ କାହାକୁ ବଡ଼ ବୋଲି କହିବା। କଣ କରିବା ଦ୍ବାରା ଆମେ ଭଗବାନଙ୍କ ସାନିଧ୍ୟ ଲାଭ କରି ପାରିବା ବା ଜୀବନରେ ପ୍ରଭୁଙ୍କ କୃପା କୁ ପାଇ ପାରିବା।

ଏଥିପାଇଁ ଆମେ ଏକ ସୁନ୍ଦର୍ ଉଦାହରଣ ମାଧ୍ୟମରେ ଏହି ମହାନ୍ ବିଷୟବସ୍ତୁ କୁ ବିଚାର କରିବା। ଯଦିଓ ଆପଣଙ୍କୁ ଏଥି ନିମିତ୍ତ ଥିବା ଗଳ୍ପକୁ ଏଠାରେ ଉଲ୍ଲେଖ କରିବା ସମ୍ଭବ ନୁହଁ ତେବେ ସେଥିରୁ ବାହାରି ଥିବା ନିଷ୍କର୍ଷ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆପଣ କେବଳ କୌଣସି ସ୍ବାର୍ଥ ରଖି ଅର୍ଥ, ଯଶ , ମାନ ଇତ୍ୟାଦି ପାଇବା ଆଶାରେ ଭଗବାନଙ୍କୁ ପୂଜା କରନ୍ତୁ ନାହିଁ।

ଏଥିପାଇଁ ଆପଣଙ୍କ ପାଖରେ ଠାକୁରତ୍ଵ ଜାଗ୍ରତ ହେବା ଆବଶ୍ୟକ। ତେଣୁ ଆପଣଙ୍କୁ ଏଥିପ୍ରତି ସଚେତନ ରହିବାକୁ ପଡିବ ଯେ ଆପଣଙ୍କ ଭିତରେ ସେତିକି ଶ୍ରଦ୍ଧା ଓ ଭକ୍ତି ରହିଥିବା ଆବଶ୍ୟକ। ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି ଓ ଫାଙ୍କି ଦେଲେ ଅବହେଳା କଲେ ଦୁଃଖ କଷ୍ଟ ନିଶ୍ଚିତ ଆସିବ।

କାରଣ ଆମ ମନ ଭିତରେ ଏଥି ପ୍ରତି ଏକ ପବିତ୍ର ବିଶ୍ୱାସ ରହିବା ଦରକାର।ଆଉ ସେହି ବିଶ୍ୱାସ ଆସିଥାଏ ଆମର ସାମାଜିକ କର୍ତ୍ତବ୍ୟ ରୁ। ସାଂସାରିକ ଦୁନିଆ ଛାଡ଼ି ନିଜ ଲୋକଙ୍କ କଥା ନଭାବି ସ୍ୱାର୍ଥପର ଭାବରେ ନିଜକୁ ଭଗବାନଙ୍କ ଶରଣ ନିମନ୍ତେ କେବଳ ପୂଜା କର୍ମ କଲେ ଫଳ ମିଳିବ ନାହିଁ।

ବରଂ ଏଥିପାଇଁ ଆପଣଙ୍କୁ ଅନ୍ୟର ମଙ୍ଗଳ ସେମାନଙ୍କ ସମସ୍ୟା ଏବଂ ତାଙ୍କର ଅସୁବିଧା ଉପରେ ଧ୍ୟାନ ଦେଇ, ସେସବୁକୁ ସମାଧାନ କରି, ସେମାନଙ୍କୁ ସନ୍ତୁଷ୍ଟ କରି ଭଗବାନଙ୍କ କର୍ମ କରି ପାରିଲେ ଯାଇ ଭଗବାନଙ୍କ ନିକଟତର ହୋଇ ପାରିବେ।ଆଉ ସେଥିପାଇଁ ତ କୁହାଯାଏ ମାନବ ସେବା ହିଁ ମାଧବ ସେବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।