( ଗ୍ୟାସ ) ସମସ୍ୟା ଦୂର କରିବାର ଘରୋଇ ଉପାୟ ..ଗ୍ୟାସ୍ ସମସ୍ୟା ମାତ୍ର 5 ଦିନରେ ଭଲ ହେବ…
ଆଜିକାଲି ଲୋକମାନଙ୍କର ପେଟ ସହିତ ଜଡିତ ସମସ୍ୟା ଦେଖାଯିବା ଏକ ସାଧାରଣ ଘଟଣା ହୋଇ ସାରିଲାଣି।ଏହା ସହିତ ଏହି ସମସ୍ୟା ଦେଖାଯିବା ଫଳରେ ଅନେକ ଲୋକ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇ ଥାଆନ୍ତି।ଏହା ସହିତ ଏହାର ସମାଧାନ କରିବା ପାଇଁ ସେମାନେ ଅନେକ ପ୍ରକାରର ଔଷଧ ସେବନ କରିବା ପରେ ମଧ୍ୟ ଏହାର ସମାଧାନ ହୋଇ ପାରି ନଥାଏ।ଏହା ସହିତ ଏହାର ସମାଧାନ ନ ହେବା ସହିତ ସେମାନଙ୍କୁ ଏହାର ପାର୍ଶ୍ଵ ପ୍ରତିକ୍ରିୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥାଏ।ଖାଇଥିବା ଖାଦ୍ୟର ଏହା ଏକ ପାଚନ କ୍ରିୟା ପରେ ଏହା ଉତ୍ପନ ହେଇଥାଏ ତା ସହିତ ଏହା ଆମ ଶରୀର ଭିତରେ ଏସିଡ ତିଆରି ହେଇଥାଏ ।
ତେବେ କୁହାଯାଏ ଯେ ଏହି ଏସିଡ ଆମ ଶରୀର ଅଧିକ ହେଇଗଲେ ଆମ ଶରୀର ରେ ଥିବା କିଡ଼ନୀ ଏହି ଏସିଡ କୁ କାଢି ପାରେ ନାହିଁ । ଏବଂ ଧୀରେ ଧୀରେ ଏହା ଆମ ଶରୀର ଏହି ଏସିଡ ବଢିବାରେ ଲାଗେ ।
ଯାହା ଫଳ ରେ ଏହା ଆମ ଶରୀର ଥିବା ବିଭିନ୍ନ ଗଣ୍ଠି ରେ ଏହା ଜମି ଯାଇଥାଏ ଯାହାଦ୍ୱାରା ଆମ ଆଣ୍ଠୁ ଗଣ୍ଠି ଫୁଲିବାରେ ଲାଗିଥାଏ । ଏହି ଗ୍ୟାସ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପଚାର କୁ ଥରେ ମାତ୍ର ସେବନ କରନ୍ତୁ ଦେଖିବେ ଆପଣ ଙ୍କ ସମସ୍ୟା ଦୂର ହେଇଯିବ ତେବେ ଦେଖନ୍ତୁ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।
ଆବଶ୍ୟକ ସାମଗ୍ରୀ:
ହରିଡ଼ା,ଜୁଆଣି,ପାନ ମହୁରି, କଳା ଲୁଣ ଓ ଜିରା
ପ୍ରସ୍ତୁତି ପ୍ରଣାଳୀ :-
ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ 4 ଟି ହରିଡ଼ା କୁ ନେଇ ଚେଁଛି ଗୁଣ୍ଡ କରି ଦିୟନ୍ତୁ ।ତାପରେ ଏକ ଲୁହା କଢେଇ କୁ ଗ୍ୟାସ ରେ ବସାନ୍ତୁ ଓ ସେଥିରେ ହରିଡ଼ା ଗୁଣ୍ଡ ଏକ ଚାମଚ ଜୁଆଣି ଓ ଏକ ଚାମଚ ପାନ ମହୁରୀ ଦେଇ ଏହାକୁ ଭଲ ଭାବରେ ଭାଜି ଆଣନ୍ତୁ ।
ତାପରେ ଏହାକୁ କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଛାଡି ଦିୟନ୍ତୁ । ତାପରେ ସେଥିରେ ଏକ ଚାମଚ ଜୁଆଣି ନିୟନ୍ତୁ ଓ ତାପରେ ସେଥିରେ ଏକ ଚାମଚ ପାନ ମହୁରି ସ୍ୱାଦ ଅନୁସାରେ କଳା ଲୁଣ ନିୟନ୍ତୁ । ଏବେ ଆପଣ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏହାର ପାଉଡର ପ୍ରସ୍ତୁତ କରନ୍ତୁ ।
ସେବନ ବିଧି :-
ଆପଣ ପ୍ରସ୍ତୁତ କରିଥିବା ଉପଚାର ଟି କୁ ଆପଣ ଏକ ଗ୍ଲାସ ଉଷୁମ ପାଣି ରେ ଅଧା ଚାମଚ ଆପଣ ପ୍ରସ୍ତୁତ କରିଥିବା ଗୁଣ୍ଡ କୁ ଭଲ ଭାବରେ ମିକ୍ସ କରି ଏହାକୁ ସକାଳେ ଖାଲି ପେଟରେ ନହଲେ ଖାଇବା ପରେ ସେବନ କରନ୍ତୁ । ଦେଖିବେ ଆପଣଙ୍କର ପେଟ ସଫା ହେବା ସହିତ, ଗ୍ୟାସ, ଏସିଡ଼ିଟି, ଭଳି ସମସ୍ୟା ଦୂର ହେଇଯିବ । ତେବେ ଏହିଭଳି ଉପାୟରେ ଆମେ ଆମ ଶରୀରରେ ଗ୍ୟାସ ଓ ଏଡିଡ଼ିଟି କୁ ଦୁରେଇ ଦେଇ ପାରିବା ।