ଓଃ କି ଡ୍ୟାନ୍ସ ! ” ଢାଉଁ ଢାଉଁ ଢାଉଁ ବାଜୁଛି ବାଜା ” ଗୀତରେ ଦିଦି ଙ୍କ ଠୁମକା ଡ୍ୟାନ୍ସ ଭାଇରାଲ…

ଆଜି କାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗୁଛି । ତେବେ ବେଳେବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଆଉ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଙ୍ଗନବାଡି ଦିଦି ଜଣଙ୍କର ପିଲାମାନଙ୍କୁ ସୁନ୍ଦର ଭାବରେ ପଢାଇବାର ଶୌଳି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ।

ଆଉ କେଉଁ ଭଳି ଭାବରେ ଗୀତ ଆଉ ନାଚ ମାଧ୍ୟମରେ ପିଲା ମାନଙ୍କ ପାଠ ପ୍ରତି ଆଗ୍ରହ କୁ ବଢ଼ାଇଛନ୍ତି ତାହା ଏହି ଭାଇରାଲ ଭିଡ଼ିଓ ମାଧ୍ୟମରେ ସାମ୍ନା କୁ ଆସିଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ଜରିଆରେ ଅନେକ ସମୟରେ ଅନେକ କଥା ଜାଣିବାକୁ ପାଉଛନ୍ତି ଲୋକ ମାନେ । ତେବେ ବିଶେଷ କରିକି ଯେତେବେଳେ ଛୋଟ ଛୋଟ ପିଲାମାନଙ୍କର କଥା ଉଠେ ସେତେବେଳେ ଆମେ ଜାଣିଥାଉ ଯେ ଛୋଟ ପିଲାମାନେ ଗୀତ ଆଉ ନାଚ ମାଧ୍ୟମରେ ଅନେକ ବିଷୟରେ ଜ୍ଞାନ ସହଜ ରେ ପାଇଁ ପାରିଥାନ୍ତି ।

ଆଉ ପାଠ କୁ ଯଦି ଆମେ ସେମାନଙ୍କୁ ନାଚ ମାଧ୍ୟମରେ ଶିଖାଇବା ତାହେଲେ ତାହାକୁ ପିଲାମାନେ ଶୀଘ୍ର ଗ୍ରହଣ କରିଥାନ୍ତି । ତାହା ବ୍ୟତୀତ ଆଜି କାଲି ସରକାର ଙ୍କ ତରଫରୁ ପିଲାମାନଙ୍କର ପାଠ ପଢା ର ବିକାଶ ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ତା କରାଯାଉଛି ।

ଭିଡ଼ିଓ ରେ ଦେଖିବାକୁ ମିଳିଛି ଅଙ୍ଗନୱାଡ଼ି କେନ୍ଦ୍ରରେ ଚାଲିଛି ନାଚ ଗୀତ ମାଧ୍ୟମରେ କିପରି ପାଠ ପଢ଼ା ଚାଲିଛି। ଅଙ୍ଗନୱାଡ଼ି ଦିଦି ଜଣଙ୍କ ଅଣ୍ଟାରେ ହାତ ଦେଇ ଗୀତର ତାଳେ ତାଳେ ନାଚୁଥିବା ବେଳେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଦିଦିଙ୍କୁ ଦେଖି ନାଚୁଛନ୍ତି।

ଦିଦି ଜଣଙ୍କ ଖୁବ୍ ସୁନ୍ଦର୍ ଭାବେ ପିଲା ମାନଙ୍କୁ ନାଚ ଶିଖାଉ ଛନ୍ତି। ପିଲା ମାନେ ମଧ୍ୟ ଦିଦି ଙ୍କୁ ଅନୁସରଣ କରି ନାଚୁଛନ୍ତି। ତେବେ ଦିଦି ଙ୍କ ଏଭଳି ପାଠପଢ଼ା ଶୈଳୀ କୁ ସମସ୍ତେ ପସନ୍ଦ କରୁଥିବା ବେଳେ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।ଦିଦିଙ୍କ ଗୀତ ନାଚ ମାଧ୍ୟମରେ ଏପରି ପାଠପଢ଼ାର ମଜା ନେଇ ବେଶ୍ ଖୁସି ର ସହ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସି ପାଠ ପଢ଼ୁଛନ୍ତି ଛାତ୍ର ଛାତ୍ରୀ ମାନେ ।

ଆଉ ଦିଦିଙ୍କ ଏଭଳି ପାଠପଢ଼ା ଶୈଳୀର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଛି।ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଦିଦିଙ୍କ ଭିଡିଓକୁ ମଧ୍ୟ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।

ବର୍ତ୍ତମାନ ସୁଦ୍ଧା ପାଖାପାଖି ତିନି ମିଲିୟନ ଦର୍ଶକ ଏହି ଭିଡିଓ କୁ ଦେଖି ସାରିଲେଣି। ଭିଡିଓ ଦେଖି ଅନେକ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ଦେବା ସହିତ ଗୀତର ତାଳେ ତାଳେ ନାଚି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇବା ଶୈଳୀକୁ ନେଇ ସବୁଠି ଦିଦି ଙ୍କ ପ୍ରଶଂସା ହେଉଥିବାର ଦେଖିବାକୁ ମିଳିଛି। ତେବେ ଆପଣ ମଧ୍ୟ ଦିଦିଙ୍କ ଏହି ନିଆରା ପାଠପଢା ଶୈଳୀକୁ ଦେଖିଲେ ଆଶ୍ଚର୍ଯ୍ଯ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।