ସରସ୍ବତୀ ପୂଜାକୁ ଆଖି ଆଗରେ ରଖି ପୁଣି ଦେଶରେ ବହୁତ ମାତ୍ରାରେ ଶସ୍ତା ହେଲା ,ସୁନା , ରୂପା ! ଆଜିର ରେଟ୍ ଜାଣିଲେ ଆପଣ ଖୁସି ହୋଇଯିବେ……
ବର୍ତ୍ତମାନ ସମୟରେ କରୋନା ମହାମାରୀ ମାଡରେ ସାରା ବିଶ୍ବର ଅର୍ଥନୀତି ଧରାଶାୟୀ ହୋଇଥିବା ବେଳେ 130 କୋଟିରୁ ଅଧିକ ବିଶାଳ ଜନ ସଂଖ୍ୟା ବିଶିଷ୍ଠ ଭାରତ ରେ ସ୍ଥିତି ଅତି ସଂଗୀନ ରହିଛି । ଅର୍ଥନୀତିକୁ ଏଭଳି ଦୁଃସ୍ଥିତିକୁ ମୁକୁଳେଇବା ଲାଗି ଯାଦୁକାରୀ ସ୍ପର୍ଶରେ ଆବଶ୍ୟକତା ଥିବା କୁହା ଯାଉଛି । ଆଉ ଏହି ସମୟରେ ବିବାହ ମଧ୍ୟ ବହୁ ଅଧିକ ହେବାକୁ ଲାଗିଛି ତେଣୁ ସେଥିପାଇଁ ଗହଣା ମଧ୍ୟ କିଣିବାକୁ ପଡୁଛି କିନ୍ତୁ ଏଥିରେ ମଧ୍ୟବିତ୍ତ ତଥା ଗରିବ ଲୋକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ତେବେ ଏପରି ପରିସ୍ଥିତିରେ ବର୍ତ୍ତମାନର ସବୁଠୁ ବହୁତ ବଡ ଖଭର, ଶସ୍ତା ହେଲା ସୁନା ଦର । ସୁନା କିଣିବାକୁ ଇଚ୍ଛୁକ ବ୍ୟକ୍ତି ପାଇଁ ଖୁସି ଖବର, ବର୍ତ୍ତମାନ ବାହାଘର ଋତୁ ଚାଲିଛି। ଯଦି ଆପଣ ବି ବାହାଘର ପାଇଁ ସୁନା କିଣିବାକୁ ଚାହୁଁଛନ୍ତି ତାହେଲେ ଏବେ ଭଲ ସମୟ ଅଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (Multi commodity exchange) ରେ ଆଜି ସକାଳୁ ସୁନା ଦାମ ହ୍ରାସ ପାଇଛି। ରୁପା ମଧ୍ୟ ଶସ୍ତା ହୋଇଛି।
ଏମସିଏକ୍ସରେ ସୁନା ଦାମ 0.14 ପ୍ରତିଶତ ଅର୍ଥାତ 67 ଟଙ୍କା ହ୍ରାସ ପାଇ ପ୍ରତି 10 ଗ୍ରାମକୁ 47 ହଜାର 189 ରେ ପହଞ୍ଚିଛି। ରୁପା 0.31 ପ୍ରତିଶତ ଅର୍ଥାତ 212 ଟଙ୍କା ହ୍ରାସ ପାଇ କିଲୋ ପ୍ରତି 68 ହଜାର 526 ଟଙ୍କାରେ ପହଞ୍ଚିଛି। ସ୍ପଟ ମାର୍କେଟରେ ସୁନା ଶୁକ୍ରବାର ଦିନ ଲଗାତାର ପାଞ୍ଚ ଦିନ ହେଲା ହ୍ରାସ ପାଇଛି। ଶୁକ୍ରବାର ଦିଲ୍ଲୀ ବଜାରରେ ସୁନା 163 ଟଙ୍କା ହ୍ରାସ ପାଇ 10 ଗ୍ରାମକୁ 46 ହଜାର 738 ଟଙ୍କା ଓ ରୁପା 530 ଟଙ୍କା ବୃଦ୍ଧି ପାଇ କିଲୋ ପ୍ରତି 67 ହଜାର 483 ଟଙ୍କାରେ ପହଞ୍ଚିଛି।
22 କ୍ୟାରେଟ ସୁନା ଦାମ – 46 ହଜାର 220 ଟଙ୍କା
24 କ୍ୟାରେଟ ସୁନା ଦାମ – 50 ହଜାର 420 ଟଙ୍କା
ରୁପା ଦାମ – 68 ହଜାର 700 ଟଙ୍କା
ସୂଚନାଯୋଗ୍ୟ ଯେ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ ସୁନା ଓ ରୁପାର ଆମଦାନୀ ଶୁଳ୍କରେ ଭାରି ଛାଡ ଘୋଷଣା କରିଥିଲେ। ସୁନା ରୁପା ଆମଦାନୀ ଶୁଳ୍କ 5 ପ୍ରତିଶତ ଛାଡ କରିଛନ୍ତି। ବର୍ତ୍ତମାନ ସୁନା ଓ ରୁପାରେ 12.5 ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡୁଛି। 5 ପ୍ରତିଶତ ଛାଡ ପରେ ଏହା 7.5 ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ହେବ। ଏହାପରେ ସୁନା ରୁପା ଦାମ ଆହୁରି ହ୍ରାସ ପାଇବ।
ତେବେ କରୋନା ମହାମାରୀ ମଧ୍ୟରେ ସୁନା-ରୂପାର ମୂଲ୍ୟ ଅହେତୁକ ବୃଦ୍ଧି ପାଇ ରେକର୍ଡ଼ ସ୍ତରରେ ପହଞ୍ଚି ଯାଇଥିଲା । ମହଙ୍ଗା ହେବା କାରଣରୁ ସୁନା-ରୂପା ସାଧାରଣ ଲୋକଙ୍କ ବଜେଟରୁ ବାହାର ହୋଇଗଲା, ତେଣୁ ସାଧାରଣ ଲୋକଙ୍କ ପାଇଂ ଏହା କିଣିବା କଷ୍ଟକର ହୋଇ ପଡ଼ିଲା । ଯାହାର ପ୍ରଭାବ ଅଳଙ୍କାର ବ୍ୟବସାୟ ଉପରେ ପଡ଼ିଲା। ଆଉ ଏଥିପାଇଁ ଅଳଙ୍କାର ବ୍ୟବସାୟୀମାନେ କଷ୍ଟମ ଡ୍ୟୁଟି ହ୍ରାସ କରିବା ପାଇଁ ଦାବି କରିଥିଲେ। ଏହି ଦାବିକୁ ପୂରଣ କରିବାକୁ ନିର୍ମଣା ସୀତାରମଣଙ୍କ ସାମ୍ନାରେ ପ୍ରସ୍ତାବ ରଖାଯାଇଥିଲା।