ପୁଣି ଓଡିଶାରେ ଲଜ୍ୟା ! ଗାଁ ଦାଣ୍ଡରେ ମହିଳା ଙ୍କ ସହିତ ପରିବାର ଲୋକ ଏମିତି କିଛି କରିଦେଲେ ପୁରା ଭିଡିଓ ଦେଖିଲେ ଆପଣ ମଧ୍ୟ କହିବେ ନାରୀକୁ ଯଦି ସମ୍ମାନ ଦେଇ ଶିଖିନ ତେବେ ଘରକୁ କାହିଁକି ବୋହୁ ଆଣିବ…
କ ଣ ଯେ ହେଇ ଗଲାଣି ଆମ ସମାଜକୁ । ପ୍ରତି ଘରେ ହିଂସା ଲାଗି ରହିଛି । ପ୍ରତିଦିନ ସମସ୍ତଙ୍କ ଘରେ କଳହ ଲାଗି ରହିଛି । କୋଉଁଠି ଜମି ଭାଗ ନେଇ ଘରେ ଭାଇ ଭାଇ ମଧ୍ୟରେ ହିଂସା ତ କେଉଁଠି ବୋହୂକୁ ଯୌତୁକ ନିର୍ଯାତନା ତ କେଉଁଠି ବୋହୂକୁ ମାଡ ମରା ହେଉଛି । ସମାଜରେ ଏଗୁଡିକ ନିତି ଦିନିଆ ଘଟଣା ହେଇଗଲାଣି । ଦେଶ ରେ ଆଇନ୍ କାନୁନ୍ ଯେତେ ଉନ୍ନତ ହେଲେ ମଧ୍ୟ ତାହାକୁ ଲୋକମାନେ ଖାତିର କରୁନାହାନ୍ତି କି ଡରୁ ମଧ୍ୟ ନାହାନ୍ତି । ଆମ ସମାଜ କଳୁଷିତ ହୋଇ ଗଲାଣି । ତ ଏଭଳି ଏକ ଘଟଣା ଘଟିଛି କେନ୍ଦା୍ରାପଡା ଜିଲ୍ଲା କୋରା ଗ୍ରାମର ।
ଯୋଜାଙ୍କ ଗାଁ ର ଝିଅ ସୁଚିସ୍ମିତା ବାହା ହୋଇ ଆସିଥିଲେ କୋରା ଗାଁ କୁ । ସେଠା ରେ କିନ୍ତୁ ତାଙ୍କ ସ୍ୱାମୀ ଓ ଶାସୁ ତାଙ୍କୁ ପସନ୍ଦ କରୁନ ଥିଲେ । ତେଣୁ ତାଙ୍କ ସ୍ୱାମୀ ଓ ଶାସୁ ସୁଚିସ୍ମିତା କୁ ତାଙ୍କ ମଳାସୁର ଘରେ ରଖି ସେମାନେ ବାଙ୍ଗାଲୋର ରେ ଥିଲେ ।
କିନ୍ତୁ ସେଠା ରେ ତାଙ୍କୁ ଅନୈତିକ ଅଚ୍ୟାଚାର ମିଳିଥିଲା ବୋଲି ସୁଚିସ୍ମିତା କହିଛନ୍ତି ।ସର୍ତ ନାୟକ , ମୁନା ନାୟକ . ସତ୍ୟବାନ ନାୟକ ,ରୁପାଲି ନାୟକ ଏମାନେ ଯଥାକ୍ରମେ ସୁଚିସ୍ମିତା ର ମଳାସୁର , ଦେଢସୁର , ଦେଉର , ଓ ସାନ ଜା , ଯେଉଁମାନେ କି ସୁଚିସ୍ମିତା ଙ୍କୁ ଅତ୍ୟାଚାର ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ।
ସୁଚିସ୍ମିତା ପୂର୍ବ ଦିନ ଥାନା ରେ ଏତଲା ଦେଇଥିଲେ ଯେ ସେ ଏକା ଘରେ ରହୁଛନ୍ତି । ତାଙ୍କ ଲାଇନ୍ କାଟି ଦେଉଛନ୍ତି । ତା ପରେ ଅନ୍ଧାର ରେ ଥିବା ସମୟ ରେ ତାଙ୍କ ଉପରକୁ ଟେକା ଫୋପାଡୁଛନ୍ତି ।ଏମିତି ରେ ବି ବାଡେଇବା ପାଇଁ ମଧ୍ୟ ଟଣା ଓଟୋରା ମଧ୍ୟ କରୁଥିଲେ ବୋଲି ଥାନା ରେ ଅଭିଯୋଗ କରୁଥିଲେ ।
ତେଣୁ ଏହି ରାଗର ପ୍ରତିଶୋଧ ନେବା ପାଇଁ ସେମାନେ ସୁଚିସ୍ମିତା ଙ୍କ ଉପରେ ମାରାଣତ୍ମକ ଆକ୍ରମଣ କରିଥିଲେ ଏବଂ ପ଼ଞ୍ଚାନନ ନାୟକ କହିଥିଲେ ମୋ ଜାଗା ରେ ରହି ମୋ ନା ରେ ଏତଲା ଦଉଛୁ କହି ସୁଚିସ୍ମିତାଙ୍କ ବେକରେ ବିଧା ଦେଇ ତାଙ୍କୁ ଘରୁ ବାହରକୁ ବାହାର କରି ଦେଇଥିଲେ ।
ଏହା ଦେଖି ସୁଚିସ୍ମିତା ଶୀଘ୍ର ତାଙ୍କ ବାପ ଙ୍କୁ ଫୋନ୍ କଲେ , ଏବଂ ଏହା ଦେଖି ଜାନିଆ ନାୟକ ତାଙ୍କ ହାତରୁ ଫୋନ୍ ଛଡେଇ ନେଇ ସୁଚିସ୍ମିତା ଙ୍କ ମୁଣ୍ଡ ରେ ଗୋଟିଏ ଠେଙ୍ଗା ରେ ମାଡ ମାରିଥିଲେ ଏବଂ ମଧ୍ୟ କହିଥିଲେ ତାଙ୍କ ସ୍ୱାମୀ , ଶାସୁ ,ଦିଅର , ଜା , ସମସ୍ତେ ସମ୍ପୃକ୍ତ ଅଛନ୍ତି ବୋଲି ଥାନା ରେ ଅଭିଯୋଗ କରିଛନ୍ତି ।
ବାପା ମଆ ଖୁସି ହୋଇ ଝିଅ କୁ ରୀତି ନିତୀ ଅନୁସାରେ ଝିଅ କୁ ବାହା ଦିଅନ୍ତି କି ତାଙ୍କ ଝିଅ ଶାସୁ ଘରେ ଖୁସି ରେ ରୁହନ୍ତୁ ।କିନ୍ତୁ ଏପରି ଘଟିଲେ କୌଣସି ବାପା ତାର ଝିଅକୁ ବାହା ଦେବ ନାହିଁ । ଯେଉଁମାନେ ଦୋଷ କରିଛନ୍ତି ତାଙ୍କୁ ଉଚିତ୍ ଦଣ୍ଡ ଦେବା ଉଚିତ୍ । ସମାଜ ହୁଏତ କିଛି ଶିଖି ପାରିବ ଯଦି ଏହା ପରିବାରକୁ ଉଚିତ୍ ଦଣ୍ଡ ମିଳିବ ।ତେଣୁ ତାଙ୍କ ପରିବାର ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠଆନ ଗ୍ରହଣ କରିବା ଉଚିତ୍ ।ତେବେ ସୁଚିସ୍ମିତା ଙ୍କୁ ନ୍ୟାୟ ମିଳିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।