ପୁଣି ସୁନା ଦରକୁ ନେଇ ଆସିଛି ବଡ ପରିବର୍ତ୍ତନ , ବହୁତ ପରିମାଣରେ ହ୍ରାସ ଦେଖିବାକୁ ମିଳିଛି ! , ୧୦ ମାସରେ କମିଲା ୧୧ ହଜାର ଟଙ୍କା…..
ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି ।ଗତକାଲି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ବେଳେ ଆଜି ଏହା ହ୍ରାସ ପାଇଛି ।ଏହା ଲୋକମାନଙ୍କ ପାଇଁ ବହୁତ ଖୁସି ଖବର ।ଗତ କିଛିମାସ ହେଲା ଲୋକମାନେ ବହୁତ ଚିନ୍ତାରେ ଥିଲେ ।ଗହଣା ହେଉଛି ନାରୀ ମାନଙ୍କର ସୌନ୍ଦର୍ଯ୍ୟ ର ପ୍ରତୀକ ।ସୁନା ଦରରେ ଏତେ ବୃଦ୍ଧି ହେଲାରୁ ସେମାନେ ଗହଣା କିଣି ପାରୁ ନ ଥିଲେ । ଲକ୍ ଡାଉନ୍ ପର ଠୁ ସୁନା ରେଟ୍ ବହୁତ ବଢିଯାଇଥିଲା ।ବିଶେଷ କରି ସାଧାରଣ ଲୋକମାନେ ବହୁତ ପ୍ରଭାବିତ ହୋଇଥିଲେ ।ସେମାନେ ତାଙ୍କ ଝିଅ ବାହାଘର ଓ ଅନ୍ୟାନ୍ୟ କୌଣସି କାର୍ଯ୍ୟ ପାଇଁ ଗହଣା କିଣିବା ପାଇଁ ସକ୍ଷମ ହୋଇ ପାରୁ ନ ଥିଲେ । କିନ୍ତୁ ଏହା ତାଙ୍କ ପାଇଁ ବହୁତ ଖୁସି ଖବର ଆଣିଦେଇଛି ।
ଗତ କାଲି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ବେଳେ ଆଜି ଏହା ହ୍ରାସ ପାଇଛି ।Multi Commodity Exchange(MCX) ରେ ଆଜି ସକାଳୁ ସୁନା ଦର ପ୍ରତି 10 ଗ୍ରାମ୍ କୁ 250 ଟଙ୍କା ହ୍ରାସ ସହ 45,300 ଟଙ୍କାରେ କାରବାର ଚାଲିଥିଲା ।
ସେହି ପରି ରୂପା ଦର କିଲୋ ପ୍ରତି 396 ଟଙ୍କା ହ୍ରାସ ସହ 69,216 ଟଙ୍କା ରେ କାରବାର ଚାଲିଥିଲା ।ଗତ କିଛି ମାସ ହେଲା ସୁନା ଦର ହ୍ରାସ ହେବାରେ ଦେଖିବାକୁ ମିଳୁଛି ।ଚଳିତ ସପ୍ତାହ ଆରମ୍ଭରୁ ସୁନା ଦରରେ ବୃଦ୍ଧି ଘଟିଥିବା ବେଳେ ଆଜି ଏହା ହୋଇଛି ।ମଙ୍ଗଳ ବାର ଦିଲ୍ଲୀରେ ସୁନା ଦର ପ୍ରତି 10 ଗ୍ରାମ କୁ 679 ଟଙ୍କା ହ୍ରାସ ସହ 44,760 ଟଙ୍କା ରେ ପହଞ୍ଚିଥିଲା ।
ଗତ 10 ମାସ ମଧ୍ୟରେ ସୁନା ଦର ପାଖାପାଖି 11 ହଜାର ଟଙ୍କା ଶସ୍ତା ହୋଇଛି ।ଚଳିତ ବର୍ଷ ଜାନୁଆରୀ 1 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସରାର୍ଫା ବଜାରରେ ସୁନା ଦର ତଥା 24 କ୍ୟାରେଟ୍ ସୁନା ରେ 4,963 ଟଙ୍କା ଶସ୍ତା ହେଇଛି ।2020 ଅଗଷ୍ଟ ରେ ସୁନା ଦର 56,200 ଟଙ୍କା ରେକର୍ଡ ସ୍ତରରେ ପହଞ୍ଚି ଥିଲା ।Good Returns ରେ ଏକ ରିପୋର୍ଟ ଅନୁଯାୟୀ ଆଜି 24 କ୍ୟାରେଟ୍ ସୁନା ପ୍ରତି 10 ଗ୍ରାମ୍ କୁ 45,370 ଟଙ୍କା ଥିଲା ବେଳେ ରୂପା ଦର କିଲୋ ପ୍ରତି 67,900 ଟଙ୍କା ରହିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।