ଏହି ଜିଲ୍ଲା ଗୁଡିକ ରେ ଜାରି ହେଲା ନାଇଟ କର୍ଫ୍ୟୁ । ସମସ୍ତ ସ୍କୁଲ କଲେଜ ବନ୍ଦ ପାଇଁ ନିର୍ଦେଶ ଦେଲେ ସରକାର । ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ …..
ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥା କହିବୁ ତାହା ଶୁଣି ଆପଣ ମାନେ ନିଶ୍ଚିତ ରୂପରେ ସ୍ତବ୍ଧ ହୋଇଯିବେ କାହିଁକିନା ପୁଣି ଥରେ କରୋନା ପାଇଁ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ । ତେବେ ଏହା ଶୁଣି ଆପଣ ମାନେ ନିଶ୍ଚିତ ରୂପରେ ଚିନ୍ତାରେ ପଡିଯାଉଥିବେ କାରଣ କରୋନା ପାଇଁ ପ୍ରାୟତଃ 9 ମାସ ଧରି ସମସ୍ତ ସ୍କୁଲ , କଲେଜ ବନ୍ଦ ରହିଥିଲା ତେବେ ପୁଣି ଥରେ ସେହିପରି ସ୍କୁଲ , କଲେଜ ବନ୍ଦ ହୋଇଗଲେ ପିଲା ମାନଙ୍କର ପାଠ ପଢାରେ ତାହା ବହୁତ କ୍ଷତି ପହଞ୍ଚାଇବ । ତେବେ ସତରେ କଣ ଏହା ହେବ ପୁଣି ଥରେ କଣ ଲକଡାଉନ ଜାରି ହେବ ଏବଂ କରୋନା ପାଇଁ କଲେଜ , ସ୍କୁଲ ବନ୍ଦ ହେବ ତେବେ ଆସନ୍ତୁ ଜାଣିବା ତାହାର ସଠିକତା ବିଷୟରେ ।
ଆପଣ ମାନେ ତ ଜାଣିଛନ୍ତି କି ଗତ ବର୍ଷ ମାର୍ଚ୍ଚ ମାସରୁ ଏହି କରୋନା ମହାମାରୀ ଆମ ଦେଶ ସହିତ ବିଶ୍ୱରେ ଆତଙ୍କ ଖେଳି ଦେଇଥିଲା , ତେବେ ଏହାପରେ ସମସ୍ତ ଦେଶରେ ସରକାର ମାନେ ଲକଡାଉନ ଘୋଷଣା କରିଥିଲେ । ମାତ୍ର ଧୀରେ ଧୀରେ ମାସ୍କର ପରିଧାନ ଏବଂ ସାମାଜିକ ଦୂରତାକୁ ରକ୍ଷା କରିବା ସହିତ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଟାନ ବନ୍ଦ ଏବଂ ଲୋକମାନେ ଘରୁ ନବାହାରିବାରୁ ଏହାର ପ୍ରଭାବ ଟିକେ କମିବାରେ ଲାଗିଥିଲା ।
ଏହା ସହିତ କରୋନା ଟୀକା ଆସିବା ପରେ ସମସ୍ତଙ୍କ ମନରେ ଆଉ ସେହିପ୍ରକାର ଡର ନଥିଲା ଏବଂ ସରକାର ମଧ୍ୟ ସମସ୍ତ ବ୍ୟବସ୍ଥା ପ୍ରତି କୋହଳ କରିଥିଲେ । ସ୍କୁଲ , କଲେଜ ଖୋଲିବା ସହିତ ସମସ୍ତ ପ୍ରକାର ସରକାରୀ , ବେସରକାରୀ କାର୍ଯ୍ୟନୁଷ୍ଟାନ ମଧ୍ୟ ଆରମ୍ଭ ହୋଇଥିଲା । ଧୀରେ ଧୀରେ ପୂର୍ବ ପରି ସମସ୍ତ ବ୍ୟବସ୍ଥା ଚାଲୁ ହେବା ଆରମ୍ଭ କରିଥିଲା ।
ବର୍ତ୍ତମାନ ସମୟରେ ପୁଣଇ ଥରେ କରୋନାର ପ୍ରବାବ ବଢିବାରେ ଲାଗିଛି ଯାହାକି ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ଯାହା ଟିକେ କମିଯାଇଥିଲା ପୁଣି ଥରେ ତାହା ବଢିବା କାରଣରୁ ତାହାକୁ ଆଖି ଆଗରେ ରଖି ପଞ୍ଜାବ ସରକାରନିଜ ରାଜ୍ୟ ରେ 4 ଟି ଜିଲ୍ଲା ରେ ରାତି 11 ଟାରୁ ସକାଳ 6 ଟା ଯାଏଁ ଗାଡି ଚଳାଚଳ ବନ୍ଦ କରିବା ସହିତ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ।
ଏହି କରୋନା ବର୍ଦ୍ଦିତ କେସକୁ ଲକ୍ଷ୍ୟ କରି ମାର୍ଚ୍ଚ 13 ରୁ ସମସ୍ତ ସ୍କୁଲ , କଲେଜ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନାରେ 96 ଜଣ ମୃତ୍ୟୁ ବରଣ କରିଥିବା ସମୟରେ 10000 ଆକ୍ଟିଭ କେସ ରହିଛି । ତେଣୁ ଆପଣ ମାନେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ଏବଂ କେବେବି କରୋନାକୁ ହାଲକା ଭାବରେ ନିଅନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।