ପୁଣି ଦେଶରେ ଲେଉଟିଲା ଲକଡାଉନ୍ ! କରୋନାର ଏପରି ଭୟାବହ ରୂପରୁ ଆଖି ଆଗରେ ରଖି ସରକାର ପୁଣି ଥରେ ଲକଡାଉନ ଘୋଷଣା କରିଛନ୍ତି, ଜାଣନ୍ତୁ ଏଥର କଣ ରହିବ ଗାଇଡଲାଇନ୍…
ପୁଣି ଥରେ ବାରତକୁ ଆସିଲା କରୋନା ଯେଉଁଥିପାଇଁ କି ପୁଣି ଥରେ ସରକାର ଘୋଷଣା କଲେ ଲକଡାଉନ । ଆପଣ ମାନେ ଏହା ଶୁଣି ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯାଉଥିବେ ସତ କିନ୍ତୁ କଥାଟି ସତ୍ୟ ଅଟେ । ଏହି କରୋନା ଏବେ ସାରା ରାଜ୍ୟରେ ନିଜର ଛାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ତେବେ କରୋନାର ଏପରି ଭୟାବହ ରୂପରୁ ଆଖି ଆଗରେ ରଖି ସରକାର ପୁଣି ଥରେ ଲକଡାଉନ ଘୋଷଣା କରିଛନ୍ତି ।
ଆମେ ଆପଣ ମାନଙ୍କୁ ଯେଉଁ ଲକଡାଉନ କଥା କହୁଛୁ ତାହା କେବଳ ମହାରାଷ୍ଟ୍ରରେ ହିଁ ହୋଇଛି , ମହାରାଷ୍ଟ୍ର ସରକାର ଆସନ୍ତା ଶନିବାର ରାତି 8 ରୁ ଏହି ଲକଡାଉନ ଘୋଷଣା କରିଛନ୍ତି ଯାହାକି 28 ତାରିଖ ଯାଏ ବଳବତ୍ତର ରହିବ । କାହିଁକିନା ମହାରାଷ୍ଟ୍ରରେ ଏବେ କରୋନା ହୁ ହୁ ହୋଇ ବଢିବାରେ ଲାଗିଛି ଏହି କରୋନା ପାଇଁ ମହାରାଷ୍ଟ୍ରରେ ପ୍ରାୟତଃ 38 ହଜାର 13 ଜଣ ସକ୍ରିୟ କରୋନା ରୋଗୀ ରହିଥିବା ବେଳେ 51 ହଜାର 631 ଜଣ ଲୋକ କରୋନା ରୋଗରେ ମୃତ୍ୟୁବରଣ କରିଛନ୍ତି ।
ଏହି ଲକଜଡାଉନ ମହାରାଷ୍ଟ୍ରର କେବଳ ଜବତମାଲ୍ ଜିଲ୍ଲାରେ, କାରଣ ଏହି ଜିଲ୍ଲାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଦେବେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି । ଏଥିପାଇଁ 21ତାରିଖ ରବିବାର ଦିନ ସମସ୍ତ ସ୍କୁଲ , କଲେଜ , ସରକାରୀ ଅଫିସ , କାର୍ଯ୍ୟାଳୟ ସମସ୍ତ ବନ୍ଦ ରହିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ଶୈଳେଶ ସୂଚନା ପ୍ରଦାନ କରିଛନ୍ତି ।
ଏପିରିକି ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ , କଲେଜ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଫେବୃଆରୀ ମାସରେ କରୋନାର ଆକ୍ରାନ୍ତ କ୍ରମାଗତ ଭାବରେ ବୃଦ୍ଧି ହେବାରେ ଲାଗିଛି । ଏପିରିକି ଜବତମାଲ୍, ପଂଢ଼ରକବଡ଼ା ଏବଂ ପୁସନ୍ଦରେ କରୋନା ଆକ୍ରାନ୍ତ ସଂଖ୍ୟା ସବୁଠୁ ଅଧିକ ବଢ଼ୁଥିବାର ଦେଖିବାକୁ ମିଳିଛି । ଏହି ତିନୋଟି ସ୍ଥାନରେ ପ୍ରତିଦିନ ପାଖାପାଖି ପାଞ୍ଚ ଶହ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି ।
ମହାରାଷ୍ଟ୍ରରେ ଏହି କରୋନା ପାଇଁ 24 ଘଣ୍ଟାରେ 4 ହଜାର 787 ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଆଉ ଏହାରି ଭିତରେ ରାଜ୍ୟରେ 20 ଲକ୍ଷ 76 ହଜାର 93 କରୋନା ରୋଗୀଙ୍କ ସଂଖ୍ୟା ପହଂଚି ସାରିଛି ।
ତେବେ ସରକାର ଏହାକୁ ଏକ ନିର୍ଧିଷ୍ଟ ଭାବରେ ଲକଡାଉନ ବୋଲି ଘୋଷଣା କକରିନାହାନ୍ତି ମାତ୍ର ଜିଲ୍ଲାପାଳ କରୋନା ସଂକ୍ରମଣକୁ ଆକି ଆଗର୍ ରଖି ଏହି ଅଞ୍ଚଳରେ ଲକଡାଉନ ଲାଗୁ କରିଛନ୍ତି , ଯାହା ଦ୍ୱାରା କି କରୋନାର ବିସ୍ତାର କିଛି ମାତ୍ରାରେ କମିଯାଇପାରିବ । ତେଣୁ ଆପଣ ମାନେ ମଧ୍ୟ ଏହି କରୋନା ଠାରୁ ଦୂରରେ ରୁହନ୍ତି ଏବଂ ସରକାରଙ୍କର ସମସ୍ତ କୋଭିଡ ନିୟମକୁ ମାନନ୍ତୁ ।