ପୁଣି ମାର୍ଚ୍ଚ 26 ତାରିଖ ରେ ହେବ ଭାରତ ବନ୍ଦ – ଜାଣନ୍ତୁ କଣ ପାଇଁ ଭାରତ ବନ୍ଦ ହେଉଛି ଏବଂ କଣ ରହିବ ଖୋଲା ଓ ବନ୍ଦ ..
ପୁଣି ଥରେ ହେବ ଭାରତ ବନ୍ଦ , ଏପରି କିଛି ସୂଚନା ପ୍ରଦାନ କରିଛନ୍ତି ଦିଲ୍ଲୀ ସୀମାରେ ରହି ଆନ୍ଦୋଳନ କରୁଥିବା କୃଷକ ସଂଗଠନ । ଆପଣ ମାନେ ତ ଜାଣିଛନ୍ତି କି ଗତ କେତେ ମାସ ହେବ ଏହି କୃଷକ ସଂଗଠନ ସରକାର ଯେଉଁ ନୂତନ କୃଷି ବିଲ ପ୍ରଣୟନ କରିଥିଲେ ତାହାକୁ ମାନିବା ପାଇଁ ରାଜି ନଥିଲେ । ତେବେ ଏହି ପରିପ୍ରେକ୍ଷିରେ ସେମାନେ ଦିଲ୍ଲୀ ସୀମାରେ ରହି ଆନ୍ଦୋଳନ ଆରମ୍ଭ କରିଥିଲେ । ଯେଉଁ ସମୟରେ ସାରା ଦେଶରେ କରୋନା ଲଢେଇ ଜାରି ରହିଥିଲା ସେହି ସମୟରେ ସରକାର ଯେଉଁ ନୂତନ କୃଷି ବିଲ ପ୍ରଣୟନ କରିଥିଲେ ତାହାକୁ ବିରୋଦ୍ଧ କରି ଆନ୍ଦୋଳନ ଆରମ୍ଭ କରିଥିଲେ ।
ଏହି ଆନ୍ଦୋଳନକୁ ପ୍ରାୟତଃ ତିନି ମାସରୁ ଉର୍ଦ୍ଧ ସମୟ ବିତିଗଲାଣି , ମାତ୍ର କୃଷକ ମାନେ ତାଙ୍କର କଥାରୁ ହଟିବା ପାଇଁ ନାରାଜ । ଏହାକୁ ରୋକିବା ପାଇଁ ଅନେକ ଥର କୃଷକ ସଂଘ ଏବଂ ସରକାରଙ୍କ ସହିତ ବୈଠକ ମଧ୍ୟ ହୋଇଥିଲା ମାତ୍ର ସେହି ବୈଠକରେ ସରକାରଙ୍କର କୌଣସି ନିୟମକୁ ବା କଥାକୁ ସେମାନେ ମାନିବା ପାଇଁ ରାଜି ନାହାନ୍ତି ।
ଯେଉଁଥିପାଇଁ କି ଏତେ ଦିନ ପର୍ଯ୍ୟନ୍ତ ସେମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି । କୃଷକ ମାନଙ୍କର ଗୋଟିଏ ଜିଦ ରହିଛି କି କୃଷି ଆଇନରେ ଅର୍ଥାତ MSP ଉପରେ ସତନ୍ତ୍ର ଆଇନ୍ ଆଣିବା ଏବଂ ତିନି କୃଷି ଆଇନ୍ ପ୍ରତ୍ୟାହାର କରିବେ । ମାତ୍ର ସରକାର କୃଷକଙ୍କର ଏହି କଥାକୁ ମାନିବା ପାଇଁ ରାଜି ନାହାନ୍ତି ।
ଏହାକୁ ମାନେ ସରକାରଙ୍କର ଏହି କଥାକୁ ବିରୋଧ କରି ଥରେ ଭାରତ ବନ୍ଦ ମଧ୍ୟ କରିଥିଲେ ମାତ୍ର ସେଥିରେ କୌଣସି ପ୍ରକାର ଫଳ ପାଇପାରିନଥିଲେ ତେବେ ପୁଣି ଥରେ ସେମାନେ ସରକାରଙ୍କର ଏହି ଆଇନକୁ ବିରୋଧ କରି ଆସନ୍ତା ମାର୍ଚ୍ଚ 26 ରେ ପୁଣି ଥରେ ଭାରତ ବନ୍ଦ କରିବାର ସୂଚନା ପ୍ରଦାନ କରିଛନ୍ତି ।
କେବଳ କୃଷି ଆଇନକୁ ବିରୋଧ କରି ନୁହେଁ ବରଂ ଦେଶ ରେ ପେଟ୍ରୋଲ ଡିଜେଲ , ଏବଂ ଗ୍ୟାସ ଦର ର ବୃଦ୍ଧି ପାଇଁ ଚାଷୀ ମାନେ ଏହି ଭାରତ ବନ୍ଦ କରିବେ ବୋଲି କୃଷକ ସଂଘ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଭାରତ ବନ୍ଦ ଡାକରା ଦେବା ସହିତ କୃଷକ ସଂଘର ଚାଷୀ ନେତା ରାକେସ ତିକାଲ ଭୁବନେଶ୍ୱର ବିମାନ ବନ୍ଦର ରେ ପହଁଚିଛନ୍ତି । ଏହା ପରେ ଏହି ର୍ଆନ୍ଦୋକୁ କିପରି ସୂଚାରୁ ରୂପେ ପାଳନ କରାଯିବ ସେ ନେଇ କୃଷକ ମାନଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି ।
ତେବେ ସୂଚନା ଅନୁସାରେ ସରକାରଙ୍କର ସହିତ ଏକତ ବୈଠକରେ କୃଷକ ମାନେ ସରକାରଙ୍କ ପ୍ରଣୟନ କୃଷି ନୀତିକୁ ଖାରଜ କରିଥିଲେ ଏବଂ ଏହା ପରେ ସେମାନେ ଭାରତ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ତେବେ କୃଷକ ମାନଙ୍କର ଏହି ଭାରତ ବନ୍ଦ ଡାକରା ଲୋକମାନଙ୍କ ଉପରେ ବା ସରକାରଙ୍କ ଉପରେ କେତେ ପ୍ରଭାବ ପକେଇବ ତାହା ମାର୍ଚ୍ଚ 26 ରେ ହିଁ ଜଣାପଡିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।