ପ୍ରେମିକା ସହ ଥିଲା ସ୍ୱାମୀର ସମ୍ପର୍କ, ସ୍ତ୍ରୀ ଜାଣି ମାଗିଲା ଏତିକି ଟଙ୍କା ଆଉ ସ୍ୱାମୀକୁ ବିକିଦେଲା ପ୍ରେମିକାକୁ…

ବିଭିନ୍ନ ପ୍ରକାର ଘଟଣା ସମ୍ପର୍କରେ ଆପଣ ନିୟମିତ ଭାବରେ ଅବଗତ ହେଉଥିବେ। କାରଣ ଆଜିର ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି। ଯେଉଁଥି ପାଇଁ କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ମଧ୍ୟ ମଣିଷ ପଛାଉ ନାହିଁ।ଆଉ ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ମଧ୍ୟ ଉଲ୍ଲେଖନୀୟ ଅଟେ।

ଆମେ ଯେଉଁ ଘଟଣା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଘଟଣାରେ ନିଜ ସ୍ତ୍ରୀ ତାର ସ୍ବାମୀଙ୍କର ପ୍ରେମିକା ସହିତ ପ୍ରେମ ସମ୍ପର୍କ ରହିବା ବିଷୟରେ ଜାଣିବା ପରେ ସେ ତାର ସ୍ୱାମୀକୁ ଭଲ ପାଉଥିବା ପ୍ରେମିକା କୁ ବିକ୍ରି କରି ଦେଇଛି ୧.୫ କୋଟି ଟଙ୍କାରେ। ସ୍ବାମୀ ପ୍ରତି ଏମିତି ଅବଦାନ ତାହା ପୁଣି ଟଙ୍କା ବଦଳରେ ତାହା ସମସ୍ତଙ୍କୁ ଚକିତ କରିଛି।

ତେବେ ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ନିକଟରେ। ଏହି ଘଟଣା ବିଷୟରେ ଫ୍ୟାମିଲି କୋର୍ଟରେ ବିଚାର କରାଯିବା ପରେ ଏହାର କାରଣ ସାମ୍ନାକୁ ଆସିଥିଲା।ତେବେ ଏଥିପାଇଁ ଜଣେ ନାବାଳିକାଙ୍କ ଅଭିଯୋଗ କୁ ବିଚାରକୁ ନିଆ ଯାଇଥିଲା।

ପରେ ଉକ୍ତ ନାବାଳିକା ଙ୍କ ଅଭିଯୋଗକୁ ଆଧରକୁ ନେଇ କୋର୍ଟ ତାଙ୍କୁ ଏଥିପାଇଁ ପରାମର୍ଶ କରିବାକୁ କହିଥିଲେ। ନାବାଳିକା ଙ୍କ କହିବା ଅନୁସାରେ ତାଙ୍କ ବାପା ମାଆ ଙ୍କ ଭିତରେ ନିୟମିତ ବ୍ୟବଧାନରେ ଝଗଡ଼ା ଲାଗି ରହୁଥିଲା। ଯେଉଁ କାରଣରୁ ତାଙ୍କ ପାଠ ପଢାରେ ବହୁତ୍ ସମସ୍ୟା ହେଉଥିଲା।ତେବେ ଏହାକୁ ନେଇ ସ୍ବାମୀ ସ୍ତ୍ରୀ ଭିତରେ କୌଣସି ସମାଧାନ ହୋଇ ପାରୁ ନଥିଲା।ତେଣୁ ସେମାନେ ବାରମ୍ବାର ଝଗଡ଼ା କରୁଥିଲେ। ତେବେ ଅଭିଯୋଗ କ୍ରମେ ସ୍ବାମୀ ଜଣଙ୍କ ତାଙ୍କର ସହ କର୍ମୀ ସହିତ ପ୍ରେମ ସମ୍ପର୍କରେ ରହିଥିଲେ। ଯେଉଁ କାରଣରୁ ସ୍ତ୍ରୀ ତାଙ୍କ ସହିତ ଏ ବିଷୟରେ ସମାଧାନ କରି ମଧ୍ୟ ଥକି ପଡ଼ିଥିଲେ।

ଶେଷରେ ସ୍ବାମୀ ତାଙ୍କ ଜିଦି ରେ ଅଟଳ ରହିବା କାରଣରୁ ସେ ତାଙ୍କର ପିଲା ମାନଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ତାଙ୍କ ସ୍ବାମୀଙ୍କୁ ୧.୫ କୋଟି ଟଙ୍କା ଏବଂ ଫ୍ଲାଟ୍ ଦାବି କରିଥିଲେ ଏବଂ ତାଙ୍କ ସ୍ବାମୀ ତାଙ୍କ ଦାବି ପୂରଣ ମଧ୍ୟ କରିଥିଲେ। ଶେଷରେ ସେ ତାଙ୍କ ସ୍ବାମୀଙ୍କୁ ତାଙ୍କ ପ୍ରେମିକା ସହ ରହିବାକୁ ଅନୁମତି ମଧ୍ୟ ଦେବାକୁ ରାଜି ହୋଇଥିଲେ। ତେବେ ଏହି ଘଟଣା ପରେ ସେ ତାଙ୍କ ପିଲା ମାନଙ୍କ ସହ ଅଲଗା ରହୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।