ଦେଖନ୍ତୁ vedio-କଲେଜ ପରିସରରେ ସାପ ଧରା କୌଶଳ ପ୍ରଦର୍ଶନକୁ ନେଇ ଚର୍ଚ୍ଚା: ଛାତ୍ରୀଙ୍କ ଉପରକୁ ଲମ୍ପ ଦେଲା ନାଗ

ତେବେ ସ୍କୁଲ ବା କଲେଜ ଆଦି ହେଉଛି ଏକ ଶିକ୍ଷନୁଷ୍ଠାନ ଯେଉଁଠି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢା ଯାଇ ଥାଏ ଏବଂ ଭବିଷ୍ୟତ ଉଜ୍ଜଳ କରିବାର ଶିକ୍ଷକ ମାନେ ଜ୍ଞାନ ଦେଇ ଥାଆନ୍ତି | କିନ୍ତୁ ଆଜି କାଲି ର ସମାଜ ର ସ୍କୁଲ କଲେଜ ଆଦି ରେ କିଛି ଭିନ୍ନ କଥା ଦେଖିବାକୁ ମିଳୁଛି ଯାହାକୁ ଯିଏ ନାଇ ସିଏ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବ | ସ୍କୁଲ କଲେଜ ଆଦି କେବଳ ପାଠ ପଢ଼ାଇବା ପାଇଁ ହୋଇ ଥାଏ ନା କି ଅନ୍ୟ କିଛି ସଉକ କାର୍ଯ୍ୟ ଶିଖାଇବା ପାଇଁ ହୋଇ ଥାଏ | କିନ୍ତୁ ଏକ କଲେଜ ରେ ପିଲା ମାନଙ୍କୁ ଶିକ୍ଷକ ଏପରି କିଛି ଶିଖାଉଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ, ତେବେ ଆସନ୍ତୁ ଏହି ସମ୍ପର୍କ ରେ ଜାଣିବା |

ଏକ କଲେଜ ରେ ଦେଖିବା ପାଇଁ ମିଳିଛି ଯେ ଜଣେ ଶିକ୍ଷକ ପିଲା ମାନଙ୍କୁ କିପରି ସାପ ଧରା ଯାଏ ତାହା ଶିଖାଉଛନ୍ତି | ତେବେ ସେ ସ୍କୁଲ ହେଉ କି କଲେଜ ଆପଣ ମାନେ ତ ଜାଣି ଥିବେ ଏଭଳି ବିଷଧର ସାପ ପିଲା ମାନଙ୍କୁ ଧରାଇବା ଶିଖାଇବା ଆଇନ ଅନୁଯାଇ ବହୁତ ବଡ଼ ଭୁଲ ହୋଇ ଥାଏ | ତେବେ ଏଭଳି ଦୃଶ୍ୟ ଆନନ୍ଦପୁର ଉପଖଣ୍ଡ କୂଶଳେଶ୍ବର ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଜଣେ ବ୍ୟକ୍ତି ପିଲା ମାନଙ୍କୁ ଶିଖାଉ ଥିବାର ଦେଖିବାକୁ ମିଳିଛି |

ତେବେ ଆମେ କହି ରଖୁଛୁ ଯେ ଏହି ବ୍ୟକ୍ତି ଜଣଙ୍କ କୌଣସି କୁଶଳି ପ୍ରଶିକ୍ଷକ ନୁହନ୍ତି ବରଂ ସେ ହେଉଛନ୍ତି ସେହି କଲେଜ ର ଇଂରାଜୀ ମାଧ୍ୟମ ସ୍କୁଲ ର ପ୍ରିନ୍ସିପାଲ ଆକାଶ ରଥ |

ମହାଶୟ ଜଣଙ୍କ ଏକ ପେଡି ରେ ସାପ କୁ କଲେଜ କୁ ଆଣିଛନ୍ତି ଏବଂ ସାପ ଟି ନାଗ ସାପ ବୋଲି ମଧ୍ୟ ଜଣା ପଡିଛି | ତେବେ ଶିକ୍ଷକ ଆକାଶ ରଥ ଯୁକ୍ତି କରି କହିଛନ୍ତି ମଧ୍ୟ ଯେ ସେ ଏକ ସାପ ଧରାଳି ଅଟନ୍ତି ଏହା ସହିତ ସାପ ରୁ କିପରି ବିଷ ବାହାର କରି ହୁଏ ତାହା ମଧ୍ୟ ତାଙ୍କୁ ଜଣା | ଆଉ ସେ ସେହି ବିଷଧର ନାଗ ସାପ ରୁ ବିଷ ବାହାର କରି ଆଣିଛନ୍ତି |

ତେବେ ଏବେ ପ୍ରଶ୍ନ ଉଠିଛି ଯେ ସେ ସାପ କେଉଁଠାରୁ ଆଣିଲେ କଣ ସାପ କୁ କେଉଁ ପରିସ୍ଥିତି ରେ ସେ ବିଷ ବାହାର କଲେ | ତେବେ ଏଥିପାଇଁ କଲେଜ ଅଧ୍ୟକ୍ଷ ଅନୁମତି ଦେଇଛନ୍ତି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି | ଅନ୍ୟପଟେ ଏହି ଘଟଣା  ସମ୍ପର୍କରେ ଆନନ୍ଦପୁର ଡିଏଫଓ ଅବଗତ ଥିବା କହିଛନ୍ତି | ତେବେ ଏହି ଘଟଣା କୁ ନେଇ ଅଭିଯୁକ୍ତ ଙ୍କୁ ନୋଟିସ କରାଯାଇଛି ବୋଲି ଆନନ୍ଦପୁର ର ଡ଼ିଏଫଓ ଅଜିତ କୁମାର ଶତପଥୀ କହିଛନ୍ତି | ଏହି ଦୃଶ୍ୟ ଏବେ ଚାରି ଆଡେ ଭାଇରାଲ ହେବାରେ ଲାଗିଛି |